Posted inଜାତୀୟ

ପ୍ରେମ ପାଇଁ ସଦ୍ଦାମ ହୁସେନରୁ ଶିବଶଙ୍କର

ବସ୍ତି, ୨୨ା୧:ଉତ୍ତରପ୍ରଦେଶର ବସ୍ତି ଜିଲାରୁ ଏକ ଅଜବ ପ୍ରେମ ବିବାହ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକା ଅନୁ ସୋନୀ(୩୦)ଙ୍କୁ ବିବାହ କରିବା ପାଇଁ ସଦ୍ଦାମ ହୁସେନ(୩୪) ନାମକ ଜଣେ ମୁସଲମାନ ଯୁବକ ନିଜ ଧର୍ମ ପରିବର୍ତ୍ତନ କରି ଶିବଶଙ୍କର ହୋଇଛନ୍ତି। ସେ ହିନ୍ଦୁଧର୍ମ ଗ୍ରହଣ କରି ପ୍ରଥମେ ନିଜକୁ ଗଙ୍ଗା ଜଳରେ ପବିତ୍ର କରାଇଥିଲେ ଓ ଏହାପରେ ଅନୁଙ୍କୁ ବିବାହ କରିଥିଲେ।
ବସ୍ତି ଜିଲା ନଗର ବଜାର ଗ୍ରାମରେ ଉଭୟ ସଦ୍ଦାମ ଓ ଅନୁ ପରିବାର ସହ ରହୁଥିଲେ। ଦୀର୍ଘ ୧୦ ବର୍ଷ ଧରି ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ତେବେ ଦୁହିଙ୍କର ଧର୍ମ ଅଲଗା ହୋଇଥିବାରୁ ବିବାହ କରିବା ସେମାନଙ୍କ ପକ୍ଷେ ସମ୍ଭବ ନ ଥିଲା। ବିବାହ ପାଇଁ ସଦ୍ଦାମଙ୍କ ପରିବାର ଲୋକେ ଅରାଜି ହେଉଥିଲେ।
ଅନୁ ଅନେକଥର ବିବାହ କରିବା ଲାଗି ସଦ୍ଦାମଙ୍କ ଉପରେ ଚାପ ପକାଉଥିଲେ ମଧ୍ୟ ତାଙ୍କୁ ସଫଳତା ମିଳି ନ ଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନୁ ଗତ ଶୁକ୍ରବାର ସଦ୍ଦାମ ଓ ତାଙ୍କ ପରିବାର ବିରୋଧରେ ବିବାହ ବାହାନାରେ ବଳାତ୍କାର, ହତ୍ୟା ଧମକ ଆଦି ଅଭିଯୋଗ କରିଥିଲେ। ଅନୁଙ୍କ ଅଭିଯୋଗ ଆଧାରରେ ପୋଲିସ ସଦ୍ଦାମ ଓ ତାଙ୍କ ପରିବାର ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲା। ତେବେ ଏହାର ଠିକ୍‌ ୩ ଦିନ ପରେ ସୋମବାର ନଗର ବଜାର ଗ୍ରାମର ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ସଦ୍ଦାମ ପ୍ରେମିକା ଅନୁଙ୍କୁ ବିବାହ କରିଥିଲେ। ଉଭୟ ସଦ୍ଦାମ ଓ ଅନୁ ନିଜ ଇଚ୍ଛାରେ ବିବାହ କରିଛନ୍ତି ବୋଲି ପୋଲିସକୁ ଜଣାଇଛନ୍ତି। ହିନ୍ଦୁଧର୍ମ ଗ୍ରହଣ କରିବା ସହ ନିଜ ନାମ ପରିବର୍ତ୍ତନ କରିଥିବା ସଦ୍ଦାମ କହିଛନ୍ତି, ସେ ଗତ କିଛିଦିନ ହେବ ହିନ୍ଦୁଧର୍ମକୁ ପସନ୍ଦ କରୁଥିଲେ। କିନ୍ତୁ ଅଲଗା ଧର୍ମର ହୋଇଥିବାରୁ ଏବଂ ପାରିବାରିକ ଚାପ କାରଣରୁ ସେ ଖୋଲାଖୋଲି ଭାବେ ହିନ୍ଦୁଧର୍ମକୁ ସ୍ବୀକାର କରି ପାରୁ ନ ଥିଲେ। ସୁଯୋଗ ମିଳିବା ମାତ୍ରେ ସେ ସ୍ଥାନୀୟ ହିନ୍ଦୁ ସଙ୍ଗଠନର ସହଯୋଗରେ ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମକୁ ଅପଣାଇଥିବା ସଦ୍ଦାମ କହିଛନ୍ତି। ସେହିପରି ଅନୁ କହିଛନ୍ତି, ସଦ୍ଦାମଙ୍କ ସହ ବିବାହ ପାଇଁ ତାଙ୍କ ପରିବାର ଲୋକେ ରାଜି ଥିଲେ ହେଲେ ସଦ୍ଦାମଙ୍କ ପରିବାର ଏହି ସମ୍ପର୍କକୁ ଚାହୁଁ ନ ଥିଲେ। ତେଣୁ ସଦ୍ଦାମ ବାଧ୍ୟହୋଇ ନିଜ ପରିବାରକୁ ଛାଡ଼ି ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri