Posted inଜାତୀୟ

ପ୍ରେମ ପାଇଁ ସଦ୍ଦାମ ହୁସେନରୁ ଶିବଶଙ୍କର

ବସ୍ତି, ୨୨ା୧:ଉତ୍ତରପ୍ରଦେଶର ବସ୍ତି ଜିଲାରୁ ଏକ ଅଜବ ପ୍ରେମ ବିବାହ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକା ଅନୁ ସୋନୀ(୩୦)ଙ୍କୁ ବିବାହ କରିବା ପାଇଁ ସଦ୍ଦାମ ହୁସେନ(୩୪) ନାମକ ଜଣେ ମୁସଲମାନ ଯୁବକ ନିଜ ଧର୍ମ ପରିବର୍ତ୍ତନ କରି ଶିବଶଙ୍କର ହୋଇଛନ୍ତି। ସେ ହିନ୍ଦୁଧର୍ମ ଗ୍ରହଣ କରି ପ୍ରଥମେ ନିଜକୁ ଗଙ୍ଗା ଜଳରେ ପବିତ୍ର କରାଇଥିଲେ ଓ ଏହାପରେ ଅନୁଙ୍କୁ ବିବାହ କରିଥିଲେ।
ବସ୍ତି ଜିଲା ନଗର ବଜାର ଗ୍ରାମରେ ଉଭୟ ସଦ୍ଦାମ ଓ ଅନୁ ପରିବାର ସହ ରହୁଥିଲେ। ଦୀର୍ଘ ୧୦ ବର୍ଷ ଧରି ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ତେବେ ଦୁହିଙ୍କର ଧର୍ମ ଅଲଗା ହୋଇଥିବାରୁ ବିବାହ କରିବା ସେମାନଙ୍କ ପକ୍ଷେ ସମ୍ଭବ ନ ଥିଲା। ବିବାହ ପାଇଁ ସଦ୍ଦାମଙ୍କ ପରିବାର ଲୋକେ ଅରାଜି ହେଉଥିଲେ।
ଅନୁ ଅନେକଥର ବିବାହ କରିବା ଲାଗି ସଦ୍ଦାମଙ୍କ ଉପରେ ଚାପ ପକାଉଥିଲେ ମଧ୍ୟ ତାଙ୍କୁ ସଫଳତା ମିଳି ନ ଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନୁ ଗତ ଶୁକ୍ରବାର ସଦ୍ଦାମ ଓ ତାଙ୍କ ପରିବାର ବିରୋଧରେ ବିବାହ ବାହାନାରେ ବଳାତ୍କାର, ହତ୍ୟା ଧମକ ଆଦି ଅଭିଯୋଗ କରିଥିଲେ। ଅନୁଙ୍କ ଅଭିଯୋଗ ଆଧାରରେ ପୋଲିସ ସଦ୍ଦାମ ଓ ତାଙ୍କ ପରିବାର ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲା। ତେବେ ଏହାର ଠିକ୍‌ ୩ ଦିନ ପରେ ସୋମବାର ନଗର ବଜାର ଗ୍ରାମର ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ସଦ୍ଦାମ ପ୍ରେମିକା ଅନୁଙ୍କୁ ବିବାହ କରିଥିଲେ। ଉଭୟ ସଦ୍ଦାମ ଓ ଅନୁ ନିଜ ଇଚ୍ଛାରେ ବିବାହ କରିଛନ୍ତି ବୋଲି ପୋଲିସକୁ ଜଣାଇଛନ୍ତି। ହିନ୍ଦୁଧର୍ମ ଗ୍ରହଣ କରିବା ସହ ନିଜ ନାମ ପରିବର୍ତ୍ତନ କରିଥିବା ସଦ୍ଦାମ କହିଛନ୍ତି, ସେ ଗତ କିଛିଦିନ ହେବ ହିନ୍ଦୁଧର୍ମକୁ ପସନ୍ଦ କରୁଥିଲେ। କିନ୍ତୁ ଅଲଗା ଧର୍ମର ହୋଇଥିବାରୁ ଏବଂ ପାରିବାରିକ ଚାପ କାରଣରୁ ସେ ଖୋଲାଖୋଲି ଭାବେ ହିନ୍ଦୁଧର୍ମକୁ ସ୍ବୀକାର କରି ପାରୁ ନ ଥିଲେ। ସୁଯୋଗ ମିଳିବା ମାତ୍ରେ ସେ ସ୍ଥାନୀୟ ହିନ୍ଦୁ ସଙ୍ଗଠନର ସହଯୋଗରେ ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମକୁ ଅପଣାଇଥିବା ସଦ୍ଦାମ କହିଛନ୍ତି। ସେହିପରି ଅନୁ କହିଛନ୍ତି, ସଦ୍ଦାମଙ୍କ ସହ ବିବାହ ପାଇଁ ତାଙ୍କ ପରିବାର ଲୋକେ ରାଜି ଥିଲେ ହେଲେ ସଦ୍ଦାମଙ୍କ ପରିବାର ଏହି ସମ୍ପର୍କକୁ ଚାହୁଁ ନ ଥିଲେ। ତେଣୁ ସଦ୍ଦାମ ବାଧ୍ୟହୋଇ ନିଜ ପରିବାରକୁ ଛାଡ଼ି ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ନାବାଳିକାଙ୍କୁ ବଳାତ୍କାର, ଆସାମୀଙ୍କୁ ଅଦାଲତ ଶୁଣାଇଲେ ଏହି ରାୟ…

କଟକ,୬ା୩(ପ୍ରଭୁକଲ୍ୟାଣ ମହାପାତ୍ର): ନାବାଳିକା ବଳାତ୍କାର ମାମଲାରେ ଆସାମୀକୁ ଶୁକ୍ରବାର ସଜା ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ଆସାମୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…

ନୀତୀଶ କୁମାରଙ୍କୁ ବିରୋଧ କଲେଣି ପରିବାର, ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି, ‘ଲଲନ ସିଂ, ସଞ୍ଜୟ ଝା ସଭିଙ୍କ ଉପରେ…’

ପାଟନା,୬।୩: ନୀତୀଶ କୁମାର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିହାରରୁ ତାଙ୍କ ବିଦାୟ କେବଳ ଦଳୀୟ କର୍ମୀଙ୍କୁ ନୁହେଁ…

T୨୦ ବିଶ୍ୱକପ୍‌ ଜିତିବାକୁ ହେଲେ ଅଭିଷେକ-ବରୁଣଙ୍କୁ ବାହାର କର…ଦଳ ପାଇଁ ବୋଝ ପାଲଟିଲେଣି ବିଶ୍ୱର ନଂ-୧ ଖେଳାଳି 

ନୂଆଦିଲ୍ଲୀ,୬।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା…

ଘରେ ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ଖବରକାଗଜ ବିତରକ: ଖେଳିଗଲା ଶୋକର ଛାୟା

ବଞ୍ଚୋ,୬।୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇ…

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ରାଜନାଥ

ନୂଆଦିଲ୍ଲୀ,୬।୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଚେତାବନୀ…

ରାତି ଅଧରେ ବିଦ୍ୟାଳୟରୁ ଚାଉଳ ଚୋରା ଚାଲାଣ ଉଦ୍ୟମ, ହଠାତ୍‌ ପହଞ୍ଚିଗଲେ ଲୋକେ, ଆଉ ତା’ ପରେ…

ଲାଞ୍ଜିଗଡ଼,୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଚାଉଳ ଚୋରା ଚାଲାଣ ହେଉଥିବା ଖବର ପ୍ରକାଶିତ ହେଉଥିବା ବେଳେ ପୁଣି…

ଦିନରେ ଦେଖାଯିବ ରାତି ଭଳି ଦୃଶ୍ୟ, ଏହି ଦିନ ହେବ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୬ା୩: ଜ୍ୟୋତିର୍ବିଜ୍ଞାନ ଘଟଣା ଦୃଷ୍ଟିରୁ ୨୦୨୬ ବର୍ଷ ଏପର୍ଯ୍ୟନ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ବର୍ଷ ଗୋଟିଏ ସୂର୍ଯ୍ୟପରାଗ ଏବଂ ଗୋଟିଏ ଚନ୍ଦ୍ରଗ୍ରହଣ ଦେଖାଯାଇଛି ।…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ମାମଲାରେ ଗିରଫ ହୋଇ…

ସୁନ୍ଦରଗଡ଼,୬ା୩(ଜୟନାରାୟଣ ମେଣ୍ଡୁଳି): ଜିଲା କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସରୋଜ ରାଉତ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri