Posted inଫୁରସତ

ଏବେଠୁ

ଭଲ ହୋଟେଲରେ ଖାଇବା, ବ୍ରାଣ୍ଡେଡ୍‌ ପୋଷାକ ପିନ୍ଧିବା, ଦାମୀ ଫୋନ୍‌ ଓ ଗାଡ଼ି ବ୍ୟବହାର କରିବା ଏବଂ ବିଳାସପୂର୍ଣ୍ଣ ଘରେ ରହିବା ସ୍ବପ୍ନ; ଯାହାକୁ ପୂରଣ କରିବା ନିଶାରେ ଅନେକେ ନିଜର ସମସ୍ତ ଆୟକୁ ବ୍ୟୟ କରିଦିଅନ୍ତି। ତେବେ ବର୍ତ୍ତମାନକୁ ସୁଖ ସମୃଦ୍ଧିରେ ଭରି ଦେଇ ଭବିଷ୍ୟତକୁ ଅଣଦେଖା କରିବା ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ। ତେଣୁ ଭବିଷ୍ୟତ ପାଇଁ ସଞ୍ଚୟ ଆରମ୍ଭ କରିବାର ପ୍ରକୃଷ୍ଟ ସମୟ ହେଉଛି ଯୁବାବସ୍ଥା…

ବର୍ତ୍ତମାନର ଖୁସି ପାଇଁ ଅନେକେ ଭବିଷ୍ୟତକୁ ଅଣଦେଖା କରିବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଭବିଷ୍ୟତରେ ଏକ ସୁଖ ସମୃଦ୍ଧିଶାଳୀ ଜୀବନ ସେହିମାନେ ଜିଇ ପାରନ୍ତି, ଯେଉଁମାନେ ଯୁବାବସ୍ଥାରୁ ହିଁ ସଞ୍ଚୟ କରିବା ଆରମ୍ଭ କରନ୍ତି…

ମାନସିକସ୍ତରରେ ପ୍ରସ୍ତୁତ ହୁଅନ୍ତୁ: ସଞ୍ଚୟ କରିବା ଏକ କଳା, ଯାହାକି ସମସ୍ତଙ୍କ ପାଖରେ ନ ଥାଏ। ହେଲେ ଯଦି ଜଣେ ସଞ୍ଚୟ କରିବାର ସମସ୍ତ ଭଲ ଦିଗ ବିଷୟରେ ଅବଗତ ହେବ ଏବଂ ସଞ୍ଚୟ କରିବା ପାଇଁ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରିବ, ତେବେ ନିଶ୍ଚୟ ଏହାଦ୍ୱାରା ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରିବ ସେଥିରେ ସନ୍ଦେହ ନାହିଁ। ତେଣୁ ବର୍ତ୍ତମାନକୁ ସୁଖ ସମୃଦ୍ଧିରେ ଭରି ଦେବା ଆଳରେ ସମସ୍ତ ଅର୍ଥ ବ୍ୟୟ ନ କରି ଭବିଷ୍ୟତ ପାଇଁ ଯୁବାବସ୍ଥାରୁ ହିଁ ସଞ୍ଚୟ ମନୋବୃତ୍ତି ରଖନ୍ତୁ।
ନିର୍ଦ୍ଧାରିତ କରନ୍ତୁ ଲକ୍ଷ୍ୟ: ଅନେକେ ସଞ୍ଚୟ ଆରମ୍ଭ କରି ମାତ୍ର କିଛି ମାସ ମଧ୍ୟରେ ଏହାକୁ ବନ୍ଦ କରି ଦେଉଥିବା ବି ଦେଖିବାକୁ ମିଳେ। ହେଲେ ଏହାଦ୍ୱାରା ସଞ୍ଚୟର କୌଣସି ଲାଭ ହୋଇ ନ ଥାଏ। ତେଣୁ ମନ ଭିତରେ ଏକ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ। ଯେପରି ଏକ ଗାଡ଼ି, ଘର କିଣିବା କିମ୍ବା ଟ୍ରାଭେଲ୍‌ ପ୍ଲାନ୍‌ କରିବା ଭଳି ବିଭିନ୍ନ କାର୍ଯ୍ୟ ପାଇଁ ପ୍ଲାନିଂ କଲେ ସେଭିଂ ନିଶ୍ଚୟ କରିପାରିବେ। ପ୍ରତିମାସରେ ମିଳୁଥିବା ଦରମା ଟଙ୍କାରେ ନିଜ ଖର୍ଚ୍ଚକୁ ଆବଶ୍ୟକତା ଅନୁଯାୟୀ ସୀମିତ ରଖି ସଞ୍ଚୟ ଆରମ୍ଭ କରିପାରିବେ।

ମନି ମ୍ୟାନେଜ୍‌ମେଣ୍ଟ ଶିଖନ୍ତୁ: ପିଲାବେଳୁ ଅଭିଭାବକଙ୍କଠାରୁ ମିଳୁଥିବା ପକେଟ ମନିରୁ ବି କିଛିକିଛି ସଞ୍ଚୟ କରିହେବ ଏବଂ ଯାହାକି ଛୋଟ ଆବଶ୍ୟକତା ସମୟରେ କାମରେ ଲଗାଇହେବ। ତେବେ ଭବିଷ୍ୟତକୁ ସୁଦୃଢ଼ କରିବା ଲାଗି ନିଜେ ରୋଜଗାରକ୍ଷମ ହେବା ପରେ ଅର୍ଥାତ୍‌ ଯୁବାବସ୍ଥାରୁ ହିଁ ସଞ୍ଚୟ କରିବା ଆବଶ୍ୟକ। ଆୟ ଅନୁଯାୟୀ କେତେ ବ୍ୟୟ ହେଉଛି ତାହାକୁ ନଜରରେ ରଖି ସଞ୍ଚୟ କରନ୍ତୁ। ଯଦି ଅଧିକ ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ହେଲେ ପାଖରେ ଅର୍ଥ କମ୍‌ ଅଛି, ତେବେ କେଉଁ ଖର୍ଚ୍ଚ ଉପରେ ଲଗାମ ଲଗାଇଲେ ଏହା ମ୍ୟାନେଜ୍‌ ହୋଇପାରିବ, ଅଧିକ ଆୟ କରିବାକୁ ହେଲେ ଅନ୍ୟ କେଉଁ ପନ୍ଥା ଅବଲମ୍ବନ କରିପାରିବେ ଆଦି ବିଷୟରେ ଯୋଜନା କରନ୍ତୁ।

ଦୂର କରନ୍ତୁ ଭ୍ରାନ୍ତ ଧାରଣା: ଅନେକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି, ଯୁବାବସ୍ଥାରେ ମଜାମସ୍ତିରେ ରହିବା ସହ ଟଙ୍କା ଖର୍ଚ୍ଚ କରିବା ଠିକ୍‌ ଏବଂ ଏବେଠୁ ସଞ୍ଚୟ କରିବା ଦ୍ବାରା ନିଜ ଇଚ୍ଛା ଏବଂ ଆବଶ୍ୟକତା ଅପୂରଣୀୟ ରହିଯାଏ। ହେଲେ ଏପରି ଭାବି ସମସ୍ତ ଆୟ ସାରିଦେବା ଠିକ୍‌ ନୁହେଁ। କାରଣ ଭବିଷ୍ୟତକୁ ସୁଦୃଢ଼ କରିବାକୁ ହେଲେ ବର୍ତ୍ତମାନଠୁ ସଞ୍ଚୟ କରିବା ବୁଦ୍ଧିମତ୍ତାର କାର୍ଯ୍ୟ। ଅନ୍ୟପକ୍ଷରେ ଏବେଠୁ ସଞ୍ଚୟ କଲେ ଭବିଷ୍ୟତ ସୁଦୃଢ଼ ହୋଇପାରିବ ବୋଲି ପ୍ରଥମେ ସଞ୍ଚୟ କରିବା ପରେ ବଳକା ଟଙ୍କାକୁ ନେଇ ଅଭାବରେ ଚଳି ବର୍ତ୍ତମାନକୁ ସଙ୍କୁଚିତ କରିଦେବା ବି ଠିକ୍‌ ନୁହେଁ। ତେଣୁ ନିଜ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ ବାଦ୍‌ କେତେ ଟଙ୍କା ସଞ୍ଚୟ କରିପାରିବେ ସ୍ଥିର କରନ୍ତୁ।

କିପରି କରିବେ ସଞ୍ଚୟ: ସଞ୍ଚୟ କରିବାର ଅର୍ଥ ନୁହେଁ କେବଳ ବଳକା ଟଙ୍କା ପାଖରେ ସାଇତି ରଖିବା କିମ୍ବା କୁମ୍ପିରେ ଜମାଇ ରଖିବା। ସଞ୍ଚୟର ଭରପୂର ଲାଭ ଉଠାଇବା ଲାଗି ଆପଣ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡଗୁଡ଼ିକରେ ଥିବା ବିଭିନ୍ନ ସେଭିଂ ପ୍ଲାନ୍‌ ଆପଣାଇ ପାରିବେ…ମାସରେ ସମପରିମାଣର ଟଙ୍କା ସଞ୍ଚୟ କରିପାରୁଥିଲେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ରେ ଏକ ଆର୍‌ଡ ି(ରିକରିଂ ଡିପୋଜିଟ୍‌) ଆକାଉଣ୍ଟ ଖୋଲି ଅଧିକ ଲାଭବାନ୍‌ ହୋଇପାରିବେ।
କିଛି ମାସର ଟଙ୍କା ଏକାଠି ରଖି ବ୍ୟାଙ୍କ୍‌ରେ ଏଫ୍‌ଡି (ଫିକ୍ସଡ୍‌ ଡିପୋଜିଟ୍‌) ବି କରିପାରିବେ।
ପାଇଁ ଚାକିରି କରିବାର ପ୍ରାରମ୍ଭିକ ସମୟରୁ ହିଁ ପେନ୍‌ସନ୍‌ ପ୍ଲାନ୍‌ କରିନେଲେ ଭଲ। ଏଥିରେ ଆପଣଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଟଙ୍କା ଜମା ରଖିବାକୁ ହେବ। ଯେତେଶୀଘ୍ର ଏହି ପ୍ଲାନ୍‌ କରିବେ, ସେତେ ଅଧିକ ବର୍ଷ ଟଙ୍କା ଜମା କରି ଅଧିକ ଲାଭବାନ୍‌ ହୋଇପାରିବେ। ଏଥିରେ ଆପଣ ନିଜ ସୁବିଧା ଅନୁସାରେ ପ୍ରତିମାସରେ କିମ୍ବା ବର୍ଷକୁ ଥରେ ଟଙ୍କା ଜମା କରିପାରିବେ। ତେବେ ବାର୍ଷିକ ଏକକାଳୀନ ଅଧିକ ଟଙ୍କା ଜମା କରିବା ପରିବର୍ତ୍ତେ ପ୍ରତିମାସରେ ଅଳ୍ପ ଅଳ୍ପ ଜମା କରିବା ସହଜ ହେବ। ଟ୍ୟାକ୍ସ ବେନିଫିଟ୍‌ ପାଇବା ପାଇଁ ଚାହୁଁଥିଲେ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନ୍ୟାଶନାଲ ପେନ୍‌ସନ୍‌ ସିଷ୍ଟମ ଯୋଜନା ବା ଏନ୍‌ପିଏସ୍‌ ସ୍କିମ୍‌ରେ ଟଙ୍କା ଜମା କରିପାରିବେ।
ଚାହିଁଲେ ଯେକୌଣସି ନ୍ୟାଶନାଲାଇଜ୍‌ଡ ବ୍ୟାଙ୍କ, ଅଥରାଇଜ୍‌ଡ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଏବଂ ନିର୍ଦ୍ଦିଷ୍ଟ କେତୋଟି ପ୍ରାଇଭେଟ ବ୍ୟାଙ୍କରେ ପିପିଏଫ୍‌ (ପବ୍ଲିକ୍‌ ପ୍ରୋବିଡେଣ୍ଟ ଫଣ୍ଡ) ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏଥିରେ ବର୍ଷକୁ ୫୦୦ରୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନ୍‌ଭେଷ୍ଟ କରିପାରିବେ।
ଫଣ୍ଡ, ଡାଇରେକ୍ଟ ଇକ୍ୱିଟି ଆଦିରେ ବି ଇନ୍‌ଭେଷ୍ଟ କରି ଭଲ ସେଭିଂ କରିପାରିବେ।
ଇନ୍‌ଭେଷ୍ଟମେଣ୍ଟର ଏକ ଭଲ ବିକଳ୍ପ ହେଉଛି ଗୋଲ୍ଡ ଇନ୍‌ଭେଷ୍ଟମେଣ୍ଟ ସ୍କିମ୍‌, ଯାହାକି ଆପଣଙ୍କୁ ଭବିଷ୍ୟତରେ ଲାଭବାନ୍‌।
ଅନେକେ ସେଭିଂରୁ ଅଧିକ ଲାଭ ପାଇବା ଆଶାରେ ଶେୟାର ମାର୍କେଟ, ରିୟଲ ଇଷ୍ଟେଟ, ମ୍ୟୁଚୁଆଲ ଫଣ୍ଡ ଭଳି ସଂସ୍ଥାରେ ଟଙ୍କା ନିବେଶ କରିଥା’ନ୍ତି ଏବଂ ବେଳେବେଳେ ଠକାମିର ଶିକାର ମଧ୍ୟ ହୋଇଥା’ନ୍ତି। ତେଣୁ ଏଥିରେ ନିବେଶ କରିବାକୁ ଚାହୁଁଥିଲେ ଏକ୍ସପର୍ଟ ବା କନ୍‌ସଲ୍‌ଟାଣ୍ଟଙ୍କ ପରାମର୍ଶ ନିଅନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri