ମାତିଲେ ଶିଶୁ ହତ୍ୟାକାରୀ

ପରୀ, ସ୍ବାତୀ, ପିହୁ ପରେ ଗଁା ଦାଣ୍ଡରୁ ନିଖୋଜ ହୋଇଯାଇଥିଲା କାଳିଆ। ଗୁରୁବାର କାଳିଆର ମୃତଦେହ କୂଅରୁ ମିଳିଛି। ହାର୍ଦ୍ଦିକ ହଜିଯାଇଛି। ନୟାଗଡ଼ରୁ ଯାଜପୁର, ବାଲେଶ୍ୱରରୁ ଗଜପତି ଓ ଢେଙ୍କାନାଳ ଯାଏ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ, ଅପହରଣ ଅଥବା ହତ୍ୟାର ଶିକାର ହେଉଛନ୍ତି। ମନେହେଉଛି ସତେଯେମିତି ପିଲାଙ୍କ ଉପରେ ହତ୍ୟାକାରୀ ସଇତାନର ନଜର ଲାଗିଛି। ଏହାକୁ ନେଇ ଗଁାରୁ ସହର ପର୍ଯ୍ୟନ୍ତ ମା’ବାପାମାନେ ଚିନ୍ତିତ। କୁହାକୁହି ହେଲେଣି ଶିଶୁ ହତ୍ୟାକାରୀ ମାତିଥିବାରୁ ଛୁଆକୁ ପଦାକୁ ଛାଡ଼ନି।

ଢେଙ୍କାନାଳ ଅଫିସ, ୧୮।୧୨:ଗଁାଦାଣ୍ଡରେ ଖେଳୁଥଲା। ହଠାତ୍‌ ନିଖୋଜ ହୋଇଗଲା। କେଇ ଘଣ୍ଟା ପରେ ଘର ନିକଟ କୂଅରୁ ରହସ୍ୟଜନକ ଭାବେ ଠାବ ହେଲା କ୍ଷତାକ୍ତ ମୃତଦେହ। ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଖଙ୍କିରା ଗ୍ରାମର ଶିଶୁ ଆୟୁଷ ସାହୁ ଓରଫ୍‌ କାଳିଆ ନିଖୋଜ ମାମଲାର ଏପରି ଦୁଃଖଦ ପରିସମାପ୍ତି ଘଟିଛି। ଘଟଣାର ଖିଅ ପାରିବାରିକ ଶତ୍ରୁତା ଆଡ଼କୁ ଲମ୍ବିଥିବା ସନ୍ଦେହ କରାଯାଉଥିବାବେଳେ ୩ବର୍ଷର ନିଷ୍ପାପ ଶିଶୁ ଏଥିରେ ବଳି ପଡ଼ିଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ମୃତଶିଶୁଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପୋଲିସ ସମ୍ପର୍କୀୟ ଦାଦା, ଖୁଡ଼ୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଖଙ୍କିରା ଗ୍ରାମର ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ସଦସ୍ୟ ଚନ୍ଦନ ସାହୁଙ୍କ ଦୁଇପୁଅଙ୍କ ମଧ୍ୟରେ କାଳିଆ ହେଉଛନ୍ତି ସାନ। ଗତ ବୁଧବାର ସନ୍ଧ୍ୟା ୬ଟାରେ ହଠାତ୍‌ ଗଁା ଦାଣ୍ଡରୁ ନିଖୋଜ ହୋଇଯିବା ପରେ ଚହଳ ପଡ଼ିଯାଇଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନ ଥିଲା। ସୂଚନା ପାଇ ପୋଲିସ ଗ୍ରାମରେ ପହଞ୍ଚତ୍ ପଚରାଉଚୁରା କରିଥିଲା। ହେଲେ ଶିଶୁ ନିଖୋଜ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ଗୁରୁତ୍ୱର ସହ ନେଇ ନ ଥିଲେ ପୋଲିସ ଅଧିକାରୀ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ ଦୁଃଖରେ ଥିବା ପରିବାର ଏବଂ ସମ୍ପର୍କୀୟମାନେ ନିଜ ଉଦ୍ୟମରେ ନିଖୋଜ ଶିଶୁଙ୍କୁ ଖୋଜିବା ଆରମ୍ଭ କରିଥିଲେ। ବିଳମ୍ବିତ ରାତିରେ ଚନ୍ଦନଙ୍କ ଘର ନିକଟସ୍ଥ କୂଅରୁ କାଳିଆର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ଗୁରୁବାର ସକାଳେ ନିହଲପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଚନ୍ଦନଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ନଂ. ୧୪୩/୨୦, ଦଫା ୩୦୨ ଓ ୨୦୧ରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏତଲାକୁ ଭିତ୍ତିକରି ସମ୍ପର୍କୀୟ ଭାଉଜଭାଇ ତଥା ମୃତ ଶିଶୁଙ୍କ ଦାଦା, ଖୁଡୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ଜଣେ ଅଭିଯୁକ୍ତ ଦମ୍ପତିଙ୍କୁ ପଚରାଉଚୁରା କରାଯାଉଛି।
ମୁଣ୍ଡରେ ଗଭୀର କ୍ଷତ
କୂଅରୁ ମିଳିଥିବା କାଳିଆର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଶିଶୁକୁ ପ୍ରଥମେ ଅପହରଣ କରିବା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି ଏବଂ ଘଟଣାକୁ ଭିନ୍ନମୋଡ଼ ଦେବାକୁ କୂଅ ଭିତରେ ପକାଇ ଦିଆଯାଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ହଠାତ୍‌ ଗଁା ଦାଣ୍ଡରେ ଖେଳୁଥିବା କୋମଳମତି ଶିଶୁ କିଭଳି କୂଅକୁ ଆସିଲା ତାହା ଏବେ ବି ରହସ୍ୟ ଘେରରେ।
ଆୟୁଷର ନ ଥିଲା ଆୟୁଷ
ଗତ ବୁଧବାର ସନ୍ଧ୍ୟା ୬ଟା ଯାଏ ଗଁା ଦାଣ୍ଡରେ ଖେଳିକୁଦି ଚହଳ ପକାଇଥିବା ପୁଅ ଆଉ ନାହିଁ ଏକ କଥାକୁ ବିଶ୍ୱାସ କରିପାରୁ ନାହାନ୍ତି ବାପା ଚନ୍ଦନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ। ଯେଉଁ କାନ୍ଧ ମଶାଣିକୁ ନେଇଯିବ ବୋଲି ଆଶା ଥିଲା, ସେହି ପୁଅର ମୃତଦେହ କାନ୍ଧେଇବା ବେଳକୁ ଫାଟି ପଡୁଥିଲା ଛାତି। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବାବେଳେ ଆୟୁଷର ଆୟୁଷ ଏତିକି ଥିଲା ବୋଲି ଅନେକେ ଲୁହ ଛଳଛଳ ଆଖିରେ କୁହାକୁହି ହେଉଛନ୍ତି। ଏଥିରେ ସମ୍ପୃକ୍ତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

କାଶୀନଗର, ୧୮।୧୨(ଡି.ଏନ୍‌.ଏ.):ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି। ଦାଣ୍ଡରେ ଖେଳୁଥିବାବେଳେ ଗଜପତି ଜିଲା କାଶୀନଗରସ୍ଥିତ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ ନିକଟ ମର୍ଣ୍ଣିଂ ସାହିରୁ ଜଣେ ୭ ବର୍ଷର ଶିଶୁଙ୍କୁ ବୁଧବାର ବାଇକ୍‌ରେ ଆସି ୨ଜଣ ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି।
ପ୍ରକାଶ ଯେ, ଗାଇବା ନିକଟ ପରିଡା ଗ୍ରାମର ଯାମି ଗୋପୀ ଗତ କିଛିବର୍ଷ ହେଲା କାଶୀନଗରରେ ରହି କାଜୁ ବ୍ୟବସାୟ କରୁଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ୭ବର୍ଷର ପୁଅ ହାର୍ଦ୍ଦିକ ୪ଜଣ ସାଙ୍ଗଙ୍କ ସହ ଦାଣ୍ଡରେ ଖେଳୁଥିଲା। ଏକ ଧଳା ରଙ୍ଗର ବାଇକରେ ୨ଜଣ ଆସି ହାର୍ଦ୍ଦିକ୍‌ଙ୍କୁ ନଁା ଧରି ଡାକିବା ସହ ବାପା କାହାନ୍ତି ବୋଲି ପଚାରିଥିଲେ। କାଜୁ ଫ୍ୟାକ୍ଟ୍ରିରେ ଥିବେ ବୋଲି ହାର୍ଦ୍ଦିକ୍‌ କହିବାରୁ ସେମାନେ ଫ୍ୟାକ୍ଟ୍ରି ଦେଖାଇ ଦେବାକୁ କହି ହାର୍ଦ୍ଦିକ୍‌ଙ୍କୁ ବାଇକ୍‌ରେ ବସାଇ ନେଇଯାଇଥିବା ସାଙ୍ଗମାନେ କହିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କୌଣସି ଖୋଜଖବର ନ ପାଇ କାଶୀନଗର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ନଂ.୧୨୨/୨୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।
ଗୁରୁବାର ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ଓ ଏସ୍‌ଡିପିଓ ରାମକୃଷ୍ଣ ପତି କାଶୀନଗର ଗସ୍ତ କରି ଘଟଣାର ଅନୁସନ୍ଧାନ କରିଛନ୍ତି। ନିକଟସ୍ଥ ପାରଳାଖେମୁଣ୍ଡି, ଗୁଣୁପୁର ଓ ଆନ୍ଧ୍ରର କତ୍ତୁରୁ, ବାତ୍ତିଲି, ପୁରୁଣାପାଟ୍ଟନାମ ଥାନାକୁ ଅପହରଣ ସମ୍ପର୍କରେ ଅବଗତ କରାଯାଇ ଖୋଜଖବର ଆରମ୍ଭ ହୋଇଛି। ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛି। କାଜୁ ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଇଛି ବୋଲି ଏସ୍‌ପି ପଟ୍ଟନାୟକ ସୂଚନା ଦେଇଛନ୍ତି। କିଏ ଓ କାହିଁକି ଶିଶୁଟିକୁ ଅପହରଣ କରିଛନ୍ତି ସେ ନେଇ ପୋଲିସ ତଦନ୍ତ ଚଳାଇଛି, ମାତ୍ର କୌଣସି ସନ୍ଧାନ ମିଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri