ଆଇଆର୍‌ଏସ୍‌ରୁ ଏମ୍‌ଏଲ୍‌ଏ

ସୁଜିତ କୁମାର ମାତ୍ର ୫୧ ଦିନରେ ଦିଲ୍ଲୀର ପ୍ରିନ୍ସିପାଲ କମିଶନରରୁ ଯାଇ ବିହାର ଦରଭଙ୍ଗାର ଗୌରା ବାଉରାମର ଭାଜପା ବିଧାୟକ ହୋଇଗଲେ। ସାଧାରଣତଃ ଏପରି ପରିବର୍ତ୍ତନ ପାଇଁ ଅନେକ ମାସ ଧରି କାଗଜପତ୍ର କାମ, ମଞ୍ଜୁରୀ ଏବଂ ରାଜନୈତିକ ବୁଝମଣା ଜାରି ରହେ। ସେପ୍ଟେମ୍ବର ୧୩ରେ ସିବିଡିଟି ଏକ ପଦୋନ୍ନତି ତାଲିକା ଜାରି କରିଥିଲା ଯେଉଁଥିରେ ୨୦୦୧ ବ୍ୟାଚ୍‌ର ୨୦ ଜଣ ଆଇଆର୍‌ଏସ୍‌-ଆଇଟି ଅଧିକାରୀଙ୍କୁ ଅସ୍ବାଭାବିକ ଭାବରେ ସାମିଲ କରାଯାଇଥିଲା, ଯେଉଁଠି ସେମାନଙ୍କ ସମକକ୍ଷ ଅନେକ ଆଇଏଏସ୍‌ ଏ ପର୍ଯ୍ୟନ୍ତ ପହଞ୍ଚିବାକୁ ଅପେକ୍ଷାରେ ରହିଛନ୍ତି। କୁମାର ସେମାନଙ୍କ ମଧ୍ୟରେ ଥିଲେ। ୧୦ଦିନ ପରେ ତାଙ୍କୁ ଏବଂ ଅନ୍ୟମାନଙ୍କୁ ପଦୋନ୍ନତି ଭିତ୍ତିରେ ନିଯୁକ୍ତି କରାଯାଇଥିଲା। ସେପ୍ଟେମ୍ବର ୨୫ରେ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଏଭଳି ଅବସର ପାଇଁ ଯେଉଁଠି ୩ ମାସ ଲାଗିବା କଥା, କିନ୍ତୁ ରାଷ୍ଟ୍ରପତି ଭବନ ମାତ୍ର ୧୫ ଦିନ ମଧ୍ୟରେ ଏହାକୁ ମଞ୍ଜୁର କରିଥିଲା। କୁମାର ଅକ୍ଟୋବର ୧୩ ରେ ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ପ୍ରାର୍ଥୀ ଭାବରେ ତାଙ୍କ ନାମ ଘୋଷଣା କରାଯାଇଥିଲା। ପରଦିନ ସେ ନାମାଙ୍କନ ଦାଖଲ କରିଥିଲେ। ନଭେମ୍ବର ୬ରେ ଭୋଟଗ୍ରହଣ କରାଯାଇଥିଲା ଏବଂ ନଭେମ୍ବର ୧୪ରେ ଜିତିଥିଲେ। ପୂର୍ବତନ ଆଇଏଏସ୍‌ ଅଧିକାରୀ ଆର୍‌. କେ. ସିଂହ ତଥା ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲିିବା ଯୋଗୁ ନିକଟରେ ତାଙ୍କୁ ଭାଜପାରୁ ବହିଷ୍କାର କରାଯାଇଥିଲା। ଆଶା କରାଯାଉଛି, ସୁଜିତ କୁମାରଙ୍କ ପାଇଁ ଏପରି କୌଣସି ଅସ୍ଥିରତା ଆସିବ ନାହିଁ। ଏହାର ଅର୍ଥ ନୁହେଁ ଯେ କୁମାରଙ୍କ ପାଖରେ ଯୋଗ୍ୟତାର ଅଭାବ ଅଛି। ତାଙ୍କୁ ଉଜ୍ଜ୍ୱଳ, ମହତ୍ତ୍ୱାକାଂକ୍ଷୀ ଏବଂ ରାଜନୈତିକ ସଚେତନଶୀଳ ବ୍ୟକ୍ତି ଭାବେ ବିବେଚନା କରାଯାଏ।
ବଡ଼ ଅଦଳବଦଳର ସୂଚନା
ବିହାରରେ ବିଜୟ ପରେ ମୋଦି ସରକାର ପ୍ରଶାସନିକ ପୁନର୍ଗଠନର ସଙ୍କେତ ଦେଇଛନ୍ତି। ଉଲ୍ଲେଖନୀୟ ପଦକ୍ଷେପ କ୍ରମେ ରାଜସ୍ଥାନର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଭି. ଶ୍ରୀନିବାସଙ୍କୁ ନିଯୁକ୍ତ କରାଯାଇଛି। ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଶ୍ରୀନିବାସଙ୍କର କେନ୍ଦ୍ରରେ କାର୍ଯ୍ୟକରିବାର ବ୍ୟାପକ ଅଭିଜ୍ଞତା ଥିଲେ ମଧ୍ୟ ତାଙ୍କୁ କେନ୍ଦ୍ରକୁ ଫେରାଇ ନିଆ ନ ଯାଇ ଏଭଳି ନିଯୁକ୍ତି ଦିଆଗଲା। ପ୍ରଶାସନିକ ସଂସ୍କାର, ପେନ୍‌ସନ ଓ ଅଭିଯୋଗରେ କେନ୍ଦ୍ରୀୟ ସଚିବ ଭାବରେ ତାଙ୍କର ଏକ ଭିନ୍ନ ଦୃଷ୍ଟିକୋଣ ଥିଲା। ଏବେ ସେ ଜୟପୁରର ସଚିବାଳୟରେ ସେହି ଦୃଷ୍ଟିକୋଣ ଆପଣାଇବେ ବୋଲି ଆଶା କରାଯାଉଛି। ଶ୍ରୀନିବାସ ସେପ୍ଟେମ୍ବର ୨୦୨୬ରେ ଅବସର ନେବାକୁ ଯାଉଛନ୍ତି, ଅର୍ଥାତ୍‌ ସରକାର ସମୟ ବୃଦ୍ଧି ନ କଲେ ତାଙ୍କୁ ଦେଢ଼ବର୍ଷରୁ କମ୍‌ ସମୟ ମିଳିବ। ଏହି ସମୟରେ ତାଙ୍କ ପୂର୍ବବର୍ତ୍ତୀ ଅଧିକାରୀ ସୁଧାଂଶ ପନ୍ତଙ୍କୁ ଦିଲ୍ଲୀ ଫେରାଇ ନିଆଯାଇଛି। ଆସନ୍ତା ବର୍ଷ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ସଚିବ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ, ହେଲେ ତା’ପୂର୍ବରୁ ତାଙ୍କୁ ଅଫିସର୍ସ ଅନ୍‌ ସ୍ପେଶିଆଲ ଡ୍ୟୁଟି ଭାବରେ କିଛିଦିନ ପାଇଁ ରଖାଯାଇଛି। କିନ୍ତୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ଭିନ୍ନକ୍ଷମ ସଶକ୍ତୀକରଣ ସମେତ ଅନେକ ମନ୍ତ୍ରଣାଳୟରେ ବହୁ ବରିଷ୍ଠ ପଦବୀ ଖାଲି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ ରାଜନୈତିକ ପ୍ରାଥମିକତା ଭିତ୍ତିରେ ପ୍ରଶାସନକୁ ପୁନଃ ସନ୍ତୁଳନ କରିବା ପାଇଁ ପ୍ରମୁଖ ପଦବୀଗୁଡ଼ିକରେ ନିଯୁକ୍ତିର ପଥ ଖୋଲା ରଖିଛନ୍ତି। ଏହା ଏକ ପ୍ରସ୍ତାବନା। ଦିଲ୍ଲୀର ଅନେକେ ବିଶ୍ୱାସ କରନ୍ତି , ପ୍ରକୃତ ପଦକ୍ଷେପ ରାଜନୈତିକ ସ୍ତରରେ ନିଆଯିବ। କେନ୍ଦ୍ରରେ ପ୍ରମୁଖ ସଚିବ ପଦବୀଗୁଡ଼ିକ ଖାଲି ପଡ଼ିଛି ଏବଂ ବରିଷ୍ଠ ଅଧିକାରୀଙ୍କୁ ଚୁପ୍‌ଚାପ ପୁନଃ ଅବସ୍ଥାପିତ କରାଯାଉଛି। ଏଥିରୁ ବୁଝାପଡ଼ୁଛି , କିଛି ବଡ଼ କାର୍ଯ୍ୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି।
ସିଏପିଏଫ୍‌ରେ ଆଇପିଏସ୍‌
ଅନେକ ଦଶନ୍ଧି ଧରି ଭାରତର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌)ର ଶୀର୍ଷ ଅଧିକାରୀ ପଦବୀ ଆଇପିଏସ୍‌ ଦଖଲରେ ରହିଆସିଛି। ଏବେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ସେହି ଧାରାରୁ ଓହରିଯିବା ପାଇଁ କହିଛନ୍ତି। କେନ୍ଦ୍ରର ସମୀକ୍ଷା ଆବେଦନକୁ କୋର୍ଟ ଖାରଜକରି ମେ ୨୦୨୫ରେ ଆଇପିଏସ୍‌ ଡେପୁଟେଶନର ପର୍ଯ୍ୟାୟକ୍ରମେ ହ୍ରାସ ପାଇଁ ପୂର୍ବରୁ ଦେଇଥିବା ରାୟ ବଳବତ୍ତର ରଖିଛନ୍ତି। ଏପରିକି ସ୍ଥିତିରେ ପରିବର୍ତ୍ତନ ପାଇଁ ୨ ବର୍ଷ ସମୟ ଦେଇଛନ୍ତି ଏବଂ ଏହାକୁ କୌଣସି ପ୍ରକାରେ ବୃଦ୍ଧି କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସମ୍ପ୍ରତି ସିଏପିଏଫ୍‌ରେ ସମସ୍ତ ଆଇଜି ପଦବୀର ଅଧା ଏବଂ ଡିଆଇଜି ପଦବୀର ଏକପଞ୍ଚମାଂଶ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ସଂରକ୍ଷିତ। ସେହି ଧାରା ଦଶନ୍ଧି ଧରି ପଦାନୁକ୍ରମରେ ରହିଆସିଛି। ଅନେକ ସଂଖ୍ୟକ ସିଏପିଏଫ୍‌ ଅଧିକାରୀ ଆଇଜି ପଦବୀ ପାଇଁ ୩୦ ବର୍ଷ ଅପେକ୍ଷା କରିଛନ୍ତି। ଏହି ରାୟ ମଧ୍ୟ କୁହାଯାଇଛି, କ୍ୟାଡର ପାଇଁ ସିଏପିଏଫ୍‌ଗୁଡ଼ିକୁ ପୂର୍ଣ୍ଣ ସଂଗଠିତ ଗୋଷ୍ଠୀ ଭାବେ ଦେଖିବା ସହ ତାହାକୁ ସେବା ଭାବରେ ବ୍ୟବହାର କରାଯିବା ଉଚିତ । ସରକାରଙ୍କ ଅନୁଯାୟୀ, ସିଏପିଏଫ୍‌ ଗ୍ରୁପ୍‌ ‘ଏ’ କାର୍ଯ୍ୟନିର୍ବାହୀ କ୍ୟାଡରରେ ମାତ୍ର ୧.୪% ଆଇପିଏସ୍‌ ଅଧିକାରୀ ଅଛନ୍ତି। କିନ୍ତୁ କାହାକୁ ପଦୋନ୍ନତି ଦିଆଯିବ କାର୍ଯ୍ୟାଳୟର କୋଣରେ ବସିଥିବା ଏହି ବର୍ଗ ହିଁ ନିଷ୍ପତ୍ତି ନିଅନ୍ତି। ଏହା ରାତାରାତି ଆଇପିଏସ୍‌ ପ୍ରଭାବକୁ ଶେଷ କରିଦେବା ଅସମ୍ଭବ। ଏହି ଯୁଦ୍ଧ ଏବେ କ୍ୟାଡର ସମୀକ୍ଷା କମିଟି, ସେବା ନିୟମ ବିଭ୍ରାଟ ଏବଂ ନର୍ଥ ବ୍ଲକ୍‌ର ଅମଲାତାନ୍ତ୍ରିକ ଖୋଳତାଡ଼ ପର୍ଯ୍ୟନ୍ତ ଗତି କରିବ। ହେଲେ କିଛି ବଡ଼ ପରିବର୍ତ୍ତନ ହୋଇଛି ବୋଲି କୁହାଯାଇପାରେ।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?