ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ ମାତ୍ର ୧୦୦ କିଲାମିଟର ଉପରେ ବିଶ୍ୱର ଅର୍ଥ ବ୍ୟବସ୍ଥା ନିର୍ଭର କରେ। ଦୁଇଟି ଅଣଓସାରିଆ ଜଳପଥ ଯଥା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଏବଂ ତାଇଓ୍ବାନ ଷ୍ଟ୍ରେଟ୍‌କୁ ବନ୍ଦ କରି ଏହା ବିଶ୍ୱ ଅର୍ଥ ବ୍ୟବସ୍ଥାକୁ କିଛି ଦଶନ୍ଧି ପୂର୍ବାବସ୍ଥାକୁ ନେଇଯାଇ ଧ୍ୱଂସ କରିଦେଇପାରେ। ତେବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ଥର ଯୁଗକୁ ନ ନେଲେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଇରାନ୍‌ ଉପରେ ବୋମାବର୍ଷଣ କରି ତାହାର ଅର୍ଥନୈତିକ ବ୍ୟବସ୍ଥାକୁ ଅତିକମ୍‌ରେ ବିଂଶ ଶତାବ୍ଦୀର ମଧ୍ୟଭାଗକୁ ଫେରାଇ ନେଇଯିବେ ବୋଲି ଧମକ ଦେଇଛନ୍ତି। ଦେଢ଼ ମାସରୁ ଅଧିକ ସମୟ ଧରି ଇରାନ୍‌ ହର୍ମୁଜ ଷ୍ଟ୍ରେଟ୍‌ର ସବୁଠୁ ଅଣଓସାରିଆ ଅଂଶ ୨୧ ମାଇଲରେ କିଛି ପରିବର୍ତ୍ତନ ଆଣି ତାହାକୁ ଏକ ଭାସମାନ ଶୁଟିଂ ଗ୍ୟାଲେରିରେ ପରିଣତ କରିଛି। ଏହି ଷ୍ଟ୍ରେଟ୍‌ ଦେଇ ଜାହାଜ ଚଳାଚଳ ପୂରା ହ୍ରାସପାଇଛି। ଏଠାରେ ଇରାନ୍‌ର ସ୍ପିଡ୍‌ବୋଟ ଏବଂ ଡ୍ରୋନ୍‌ଗୁଡ଼ିକ ଯାତାୟାତ କରିବା ଯୋଗୁ ଟ୍ୟାଙ୍କରଗୁଡ଼ିକ ଘାବରେଇ ଯାଇ ଏଠିସେଠି ଘୂରିି ବୁଲୁଛନ୍ତି। ଏଭଳି ଅବରୋଧ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଘୋର ପ୍ରଭାବିତ କରିଛି। କାରଣ ଏହି ହର୍ମୁଜ ଷ୍ଟ୍ରେଟ୍‌ ଦେଇ ବିଶ୍ୱର ସବୁଠୁ ଅଧିକ ଭାଗ ତୈଳ ଓ ତରଳ ପ୍ରାକୃତିକ ଗ୍ୟାସ୍‌ ପରିବହନ ହୋଇଥାଏ।
ଏହା କେବଳ ମଧ୍ୟପ୍ରାଚ୍ୟର ସମସ୍ୟା ନୁହେଁ, ଏହା ହେଉଛି ଏସିଆରେ ଯୁଦ୍ଧ ପାଇଁ ଏକ ପୂର୍ବ ଅଭ୍ୟାସ, ଯାହା ତାଇଓ୍ବାନ ପାଇଁ ଚାଇନାକୁ ପୂର୍ବରୁ କିଛି ଯୋଜନା କରିବାକୁ ସୁଯୋଗ ଦେଇଛି। ତାଇଓ୍ବାନ ଷ୍ଟ୍ରେଟ୍‌ର ସବୁଠୁ ଅଣଓସାରିଆ ଭାଗର ଚଉଡ଼ା ୮୧ ମାଇଲ। ଏହି ବାଟଦେଇ ସେମିକଣ୍ଡକ୍ଟର ପରିବହନ ଅଧିକ ହୋଇଥାଏ। ତାଇଓ୍ବାନର ସେମିକଣ୍ଡକ୍ଟର କମ୍ପାନୀ ଟିଏସ୍‌ଏମ୍‌ସି ବିଶ୍ୱର ଅତ୍ୟାଧୁନିକ ଚିପ୍ସର ୯୦ ପ୍ରତିଶତରୁ ଅଧିକ ଉତ୍ପାଦନ କରିଥାଏ, ଯାହା ଏଆଇ ଡେଟା ସେଣ୍ଟର, ଫାଇଟର ଜେଟ୍‌ ଏବଂ ସ୍ମାର୍ଟଫୋନରେ ବ୍ୟବହାର କରାଯାଇଥାଏ। ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିଦେଶରେ ନିର୍ମିତ ଚିପ୍ସର ବିପଦ ରହିଥିବା ସତର୍କ କରି ଆମେରିକା ୨୦୨୨ରେ ଚିପ୍ସ ଆଣ୍ଡ୍‌ ସାଇନ୍ସ ଆକ୍ଟ ପାସ୍‌ କରିଥିଲା। ଉତ୍ପାଦକଙ୍କୁ ଆମେରିକାରେ କାରଖାନା କରିବା ସକାଶେ ଆକର୍ଷିତ କରିବା ପାଇଁ ଏହା କରିଥିଲା। ଟେକ୍ସାସ, ଓହିଓ ଏବଂ ନ୍ୟୁୟର୍କରେ ନୂଆ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆମେରିକା ଯୋଜନା କରିଥିଲେ ମଧ୍ୟ ତାହା ଏଯାବତ୍‌ ଚିପ୍ସ ଆମଦାନୀ ଉପରେ ଅତ୍ୟଧିକ ନିର୍ଭର କରୁଛି, ଯେଭଳି ଅନେକ ଦେଶ କରୁଛନ୍ତି। ଏଣୁ ତାଇଓ୍ବାନ ଉପରେ ଚାଇନା ଆକ୍ରମଣ କରିବା କିମ୍ବା ତାହାକୁ ଅବରୋଧ କଲେ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜିର ନର୍ଭସ ସିଷ୍ଟମ ଦୁର୍ବଳ ହୋଇଯିବ ଏବଂ ବୈଶ୍ୱିକ କ୍ଷତି ୧୦ ଟ୍ରିଲିଅନ ଡଲାରରେ ପହଞ୍ଚତ୍ୟାଇପାରେ। ଏହା ଏକ ଆର୍ଥିକ ମାନ୍ଦାବସ୍ଥା ନୁହେଁ, ବରଂ ଏହା ଯୋଗୁ ଯୋଗାଣ ଶୃଙ୍ଖଳ ଅଚାନକ ବନ୍ଦ ହୋଇଯିବ।
ଏଲନ୍‌ ମସ୍କଙ୍କଠାରୁ ଭଲ କାର୍‌ ବ୍ୟାଟେର୍‌ି ନିର୍ମାଣ କରାଇ ପାରୁଥିବା ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ଚାଇନାର ୪,୦୦୦ ବର୍ଷର ଇତିହାସରେ ତାଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ସ୍ମରଣ କରାଯାଉ ବୋଲି ଚାହାନ୍ତି ନାହିଁ। ମାଓ ଜେଣ୍ଡଙ୍ଗ ଯାହା ପ୍ରତିଶ୍ରୁତି ଦେଇଥିଲେ ଶି’ ତାହା ହାସଲ କରିବାକୁ ଚାହାନ୍ତି। ତାଇୱାନ ଉପରେ ଆକ୍ରମଣ ପରେ ଆମେରିକା ଦ୍ୱିଧାବୋଧ କରିପାରେ, ଦ୍ୱନ୍ଦ୍ୱରେ ପଡ଼ିପାରେ କିମ୍ବା ବୁଝାମଣା କରିପାରେ ବୋଲି ଶି ଯଦି ବିଶ୍ୱାସ କରନ୍ତି, ତେବେ ଅବରୋଧ କଥା ଉଠିବ ନାହିଁ। ଯଦି ବିଶ୍ୱର ଶକ୍ତିଶାଳୀ ନୌସେନା ଟ୍ୟାଙ୍କରଗୁଡ଼ିକୁ ଏକ ଆର୍ଥିକ ଭାବେ ଦୁର୍ବଳ ଆଞ୍ଚଳିକ ଶକ୍ତି, ଯାହାର ନୌଜାହାଜ ଶକ୍ତି ପୂରା ହ୍ରାସ ପାଇଯାଇଛି, ତାହା ପାଖରୁ ସୁରକ୍ଷିତ ଭାବେ ନେଇ ପାରୁନାହିଁ, ତେବେ ଶି’ କାହିଁକି ସିଦ୍ଧାନ୍ତ ନେବେ ଯେ ଚାଇନାର ତାଇୱାନ ଅବରୋଧକୁ ହଟାଇବା ପାଇଁ ଆମେରିକା ହଜାର ହଜାର ଆମେରିକୀୟ ଜୀବନ ପ୍ରତି ବିପଦ ସୃଷ୍ଟି କରିବ? ଏପରି ସ୍ଥିତିରେ, ତାଇୱାନ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇତିହାସ ଦ୍ୱିଧାବୋଧ ବା ଅସ୍ପଷ୍ଟ ନିର୍ଣ୍ଣୟ ନେବାର ଅନେକ ଶିକ୍ଷାଦିଏ। ଯେତେବେଳେ ମୁସୋଲିନି ଇଥିଓପିଆ ଉପରେ ଲିଗ୍‌ ଅଫ୍‌ ନେଶନ୍ସ ପରୀକ୍ଷା କଲେ ଏବଂ ଏହା ପ୍ରଭାବହୀନ ବୋଲି ଦେଖିଲେ, ସେତେବେଳେ ହିଟ୍‌ଲର ଏହା ଉପରେ ଧ୍ୟାନ ରଖିଥିଲେ। ୧୯୫୬ରେ ଇଜିପ୍ଟ ରାଷ୍ଟ୍ରପତି ଗମାଲ ଅବଦେଲ ନାସିର ସୁଏଜ କେନାଲ ଦଖଲ କରିବା ପରେ ଆମେରିକାର ସେତେବେଳର ରାଷ୍ଟ୍ରପତି ଆଇଜେନ ହୋୟର ଗୁଜବ ସୃଷ୍ଟି କରିବାରୁ ବ୍ରିଟେନ୍‌ ଏବଂ ଫ୍ରାନ୍ସ ଏକାଠି ହୋଇଯାଇଥିଲେ। ସିରିଆ ରାଷ୍ଟ୍ରପତି ବସରର ଅଲ-ଅସଦ ରାସାୟନିକ ଅସ୍ତ୍ର ବ୍ୟବହାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା ପଛଘୁଞ୍ଚା ଦେବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରିମିଆରେ ସେନା ପ୍ରବେଶ କରାଇଥିଲେ।
ତେବେ ହର୍ମୁଜ ସ୍ଥିତିର ପ୍ରତିକାର ସରଳ ହେଲେ ବି ଯନ୍ତ୍ରଣାଦାୟକ ଏବଂ ବିଳମ୍ବିତ। ଆମେରିକାକୁ ନିଶ୍ଚିତ ଭାବରେ ହର୍ମୁଜ ଷ୍ଟ୍ରେଟ୍‌କୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ପଡ଼ିବ। ଦୀର୍ଘ ଅବଧିରେ ଲାଭ ପାଇଁ ଆମେରିକା ଜାହାଜ ନିର୍ମାଣକୁ ତ୍ୱରାନ୍ବିତ କରିବ, ଗୋଳାବାରୁଦ ଆବଶ୍ୟକତାକୁ ପୂରଣ କରିବ ଏବଂ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ୟାନ୍ୟ ଦେଶରେ ଅଧିକ ପାଇପ୍‌ଲାଇନକୁ ସମର୍ଥନ କରିପାରିବ। ୨୦୨୦ରେ ଗ୍ରୀସ୍‌, ଇଜିପ୍ଟ, ପାଲେଷ୍ଟାଇନ୍‌ ନ୍ୟାଶନାଲ ଅଥରିଟି ଏବଂ ଇସ୍ରାଏଲ ସରକାର ନୂତନ ଆବିଷ୍କୃତ ଗ୍ୟାସ୍‌ କ୍ଷେତ୍ରଗୁଡ଼ିକର ଶୋଷଣ ପାଇଁ ଅନ୍ୟ ଆଞ୍ଚଳିକ ଶକ୍ତି ପୂର୍ବ ଭୂମଧ୍ୟସାଗରୀୟ ଗ୍ୟାସ୍‌ ଫୋରମ ପ୍ରତିଷ୍ଠା କରିଥିଲେ। ଦୁର୍ଭାଗ୍ୟବଶତଃ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଇସ୍ରାଏଲରୁ ୟୁରୋପ ପର୍ଯ୍ୟନ୍ତ ପ୍ରସ୍ତାବିତ ପାଇପ୍‌ଲାଇନ ପାଇଁ ଆମେରିକାର ସମର୍ଥନ ପ୍ରତ୍ୟାହାର କରିନେଇଛି। କିନ୍ତୁ ଏହା ଠିକ୍‌ ପ୍ରକାରର ପ୍ରକଳ୍ପ, ଯାହା ହର୍ମୁଜ ଷ୍ଟ୍ରେଟ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିପାରେ।
ବିକଳ୍ପ ଅତ୍ୟନ୍ତ ସ୍ପଷ୍ଟ। ସବୁ ୟୁରୋପୀୟ କୂଟନୀତିଜ୍ଞମାନେ କଡ଼ା ଶବ୍ଦରେ ପତ୍ର ଲେଖିଥିବାବେଳେ ଟ୍ରମ୍ପ୍‌ ବଳପୂର୍ବକ ହର୍ମୁଜ ଷ୍ଟ୍ରେଟ୍‌ ଖୋଲନ୍ତୁ କିମ୍ବା ଶି’ଙ୍କ ତାଇଓ୍ବାନ ଆକ୍ରମଣ ତାରିଖ ପ୍ରସ୍ତୁତି ଉପରେ ଲକ୍ଷ୍ୟ ରଖନ୍ତୁ। ସମର୍ଥନ ପାଇଁ ଟ୍ରମ୍ପ୍‌ଙ୍କ ଆହ୍ବାନକୁ ପ୍ରତ୍ୟାଖ୍ୟାନ କରି ୟୁରୋପ ଏହି ଯୁଦ୍ଧରୁ ନିଜକୁ ଦୂରେଇ ରଖିଥିବା ପ୍ରକାଶ କରିଛି, ଯାହା ବିଶ୍ୱ ଅର୍ଥନୀତିକୁ ରକ୍ଷା କରିବାରେ ସେମାନେ ଅନିଚ୍ଛୁକ ବୋଲି ଦର୍ଶାଇଛି। ଏହା ସତ୍ତ୍ୱେ ଆମେରିକା ଦୀର୍ଘ ଦିନ ଧରି ବିଶ୍ୱର ସାମୁଦ୍ରିକ ପଥର ଟ୍ରାଫିକ ଅଧିକାରୀ ଭାବରେ କାର୍ଯ୍ୟ କରୁଛି ଏବଂ ସମୁଦ୍ର ପଥକୁ ଖୋଳିବାକୁ ଚେଷ୍ଟା କରୁଛି, ଯଦ୍ଦ୍ବାରା ଚାଇନା ସମେତ ୟୁରୋପୀୟ ଏବଂ ଏସୀୟ ଦେଶଗୁଡ଼ିକ ଶସ୍ତା ଶକ୍ତି ନେଇପାରିବେ ଏବଂ ଯେକୌଣସି ଦେଶରେ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରିବେ। ଭଲ ଖବର ହେଉଛି, ଆମେରିକା ପାଖରେ ଏବେ ବିଶ୍ୱର ସବୁଠୁ ଘାତକ ନୌସେନା ରହିଛି ଏବଂ ଯେକୌଣସି ପ୍ରତିଦ୍ୱନ୍ଦ୍ୱୀକୁ ମୁକାବିଲା କରିବା ଲାଗି ଆର୍ଥିକ ଶକ୍ତି ଅଛି। ସମ୍ପ୍ରତି ଇରାନ ଯୁଦ୍ଧ ଟ୍ରମ୍ପ୍‌ ପ୍ରଶାସନକୁ ଏକ ଅଭ୍ୟାସ ପରୀକ୍ଷଣର ସୁଯୋଗ ଦେଇଛି। ତାଇୱାନ ହେଉଛି ତାହାର ଅନ୍ତିମ ପରୀକ୍ଷା। ଶି’ ଏବଂ ତାଙ୍କ ନେତୃତ୍ୱ ଗୋଷ୍ଠୀ ଇରାନ୍‌ ଯୁଦ୍ଧର ପୂର୍ବ ଏବଂ ଏବକାର ସ୍ଥିତିରେ ଟ୍ରମ୍ପ୍‌ଙ୍କ ପଦକ୍ଷେପ ଉପରେ ଅନୁଧ୍ୟାନ କରୁଛନ୍ତି। ତେବେ ତାଇଓ୍ବାନକୁ ନେଇ ସମ୍ଭାବନା ଅଧିକ ଥିବାରୁ ଟ୍ରମ୍ପ୍‌ଙ୍କ ଅସ୍ଥିର ମନ ଏବଂ ଅପ୍ରତ୍ୟାଶିତ ପଦକ୍ଷେପ ତ୍ରୁଟିପୂର୍ଣ୍ଣ ନୁହେଁ, ବରଂ ଅଧିକ ରଣନୀତିକ ହୋଇପାରେ।

ଟୋଡ ଜି.ବୁଚ୍‌ହୋଜ୍‌
– ପୂର୍ବତନ ହ୍ବାଇଟ୍‌ ହାଉସ ଡିରେକ୍ଟର ଅଫ୍‌ ଇକୋନୋମିକ ପଲିସି