ଐଶ୍ୱର୍ଯ୍ୟାଙ୍କଠାରୁ ଆରମ୍ଭ କରି ଶାହାରୁଖଙ୍କ ଯାଏ, ଏହି ସ୍କୁଲରେ ପଢ଼ିଥାନ୍ତି ବଲିଉଡ୍‌ର ଷ୍ଟାରକିଡ୍ସ, ଫିସ୍‌ ଜାଣିଲେ ଚକିତ ହେବେ

ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଲୋକ, ସମସ୍ତେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହିଁଥାନ୍ତି। ଯେତେବେଳେ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ଟଙ୍କା ହାତରେ ଥାଏ ତେବେ ଆକାଶ ବି ହାତ ମୁଠାରେ ଭଳି ଲାଗେ। ଆଜକୁ ୨୦ ବର୍ଷ ପୂର୍ବେ ବଲିଉଡ୍‌ ସେଲିବ୍ରିଟିମାନେ ନିଜ ପିଲାମାନଙ୍କୁ ଲାଇମ୍‌ ଲାଇଟ୍‌ରୁ ଦୂରରେ ରଖିବା ଲାଗି ତାଙ୍କୁ ବୋର୍ଡିଂ ସ୍କୁଲକୁ ପଠାଉଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଅଧିକାଂଶ ସେଲିବ୍ରିଟିଙ୍କ ପିଲା ଏବେ ଗୋଟିଏ ସ୍କୁଲରେ ପଢ଼ୁଛନ୍ତି, ସେଇଟି ହେଲା ‘ଧୁରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲ’।

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା, ଶାହାରୁଖଙ୍କ ସାନ ପୁଅ ଅବରାମ ଖାଁ, ଆମିରଙ୍କ ପୁଅ ଆଝାଦ, ହ୍ରିତିକ ରୋଶନଙ୍କ ଦୁଇ ପୁଅ, ଶିଳ୍ପା ସେଟ୍ଟିଙ୍କ ପୁଅ ବିବାନ, ଫାରା ଖାଁଙ୍କ ତିନି ସନ୍ତାନ, ଲାରା ଦତ୍ତାଙ୍କ ପିଲା ଏହି ସ୍କୁଲରେ ପଢ଼ୁଛନ୍ତି। ସେହିଭଳି ଅନେକ ଷ୍ଟାରକିଡ୍‌ସ ଏଠାରୁ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିସାରିଛନ୍ତି।

ଧୀରୁଭାଇ ଅମ୍ବାନୀ ସ୍କୁଲ ବିଶ୍ୱର ଶ୍ରେଷ୍ଠ ୧୦ ସ୍କୁଲରୁ ଗୋଟିଏ। ଏହି ସ୍କୁଲରେ ପ୍ରତି ୧୦ ଜଣ ଛାତ୍ରରେ ଜଣେ ଶିକ୍ଷକ ରହିଥାନ୍ତି। ପାଠପଢ଼ାରେ ଭଲ ହୋଇଥିବାରୁ ପରେ ଛାତ୍ରୀଛାତ୍ରମାନେ ବିଦେଶରେ ନିଜର ପାଠପଢ଼ା ବେଶ ସହଜରେ ଶେଷ କରିଥାନ୍ତି। ତେବେ ଏହି ସ୍କୁଲରେ ପ୍ରାଥମିକ ଏବଂ ମାଧ୍ୟମିକ ଲାଗି ଫିସ୍‌ ଏକରୁ ଦେଢ଼ ଲକ୍ଷ ରହିଥାଏ। ଉଚ୍ଚ ମାଧ୍ୟମିକ ଲାଗି ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଯଦି କେହି ପ୍ରଥମରୁ ଦଶମ ଯାଏ ଏଠାରେ ପଢ଼ାଇବାକୁ ଚାହାନ୍ତି ତେବେ ତାଙ୍କ ପାଖରେ ଅତିକମ୍‌ରେ ପଚାଶ ଲକ୍ଷ ରହିବା ଆବଶ୍ୟକ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

ଆସୁଛି ପୁଣି ଏକ ବଡ଼ ଲଘୁଚାପ: ୨୪ ତାରିଖ ବେଳକୁ…

ଭୁବନେଶ୍ୱର,୧୮।୭: ଆସୁଛି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଲଘୁଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri