ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡ଼ା, ୫ା୪ (ଜଗନ୍ନାଥ ଧଳ):ଚଳିତବର୍ଷ ଭିତରକନିକା ଜାତୀୟଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ବହୁ ବିଳମ୍ବରେ ଗହୀରମଥାର ବିଭିନ୍ନ ସ୍ଥାନରେ ପ୍ରାୟ ୮ ହଜାର ଅଲିଭ ରିଡ୍‌ଲେ ମଙ୍ଗଳବାର ରାତିରେ ସମୂହ ଅଣ୍ଡାଦାନ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ ଏହି କଇଁଛମାନେ ଅଣ୍ଡାଦାନ ପରେ ସମୁଦ୍ରକୁ ଫେରି ଯାଇଥାନ୍ତି। ଗୋଟିଏ ଅଲିଭ ରିଡ୍‌ଲେ ୮୦ରୁ ୧୨୦ ପର୍ଯ୍ୟନ୍ତ ଅଣ୍ଡାଦାନ ବାଲିରେ କରିଥାନ୍ତି। ତେବେ ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ବଞ୍ଚତ୍ଥାନ୍ତି ବୋଲି ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ ମହାରଣା କହିଛନ୍ତି। ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଓ ବନ୍ୟ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏହି ବିରଳ କଇଁଛ ହ୍ରାସ ପାଉଥିବା ସେ ଦର୍ଶାଇଛନ୍ତି।
ତାଙ୍କ ସୂଚନା ମୁତାବକ, ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍‌ଲେ ଓ ଅଲିଭ ରିଡ୍‌ଲେ ଆଦି ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍‌ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। କେତେକ କ୍ଷେତ୍ରରେ ଏମାନଙ୍କ ଆସିବା ସମୟରେ ମୃତ୍ୟୁ ଘଟୁଥିବା ବେଳେ ଅଣ୍ଡାରୁ ଶାବକ ହେବା ପୂର୍ବରୁ ବିପର୍ଯ୍ୟୟର ଶିକାର ହେବାକୁ ପଡ଼େ।
ଅଣ୍ଡା ଓ ଶାବକକୁ କଙ୍କଡା, ପକ୍ଷୀ, ସରୀସୃପ ଓ ବନ୍ୟଜନ୍ତୁଙ୍କ ବିପଦ ଅଛି। ସେହିପରି କୁକୁରଙ୍କ ଦୃଷ୍ଟି ଏମାନଙ୍କ ଉପରେ ନିବଦ୍ଧ ଥିବାରୁ ଅଣ୍ଡା ଓ ଶାବକ ନଷ୍ଟ ହୋଇଥାନ୍ତି। ଶାବକମାନେ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ରାତିର ସାମାନ୍ୟ ଆଲୁଅରେ ସମୁଦ୍ରକୁ ଯାଇଥାନ୍ତି। ମାତ୍ର କେତେକ ଅଞ୍ଚଳରେ ଗାଡିର ଉଜ୍ଜ୍ୱଳ ଆଲୋକ ପରି ଅନ୍ୟ ଆଲୋକ ଉତ୍ସକୁ ଅନୁସରଣ କରି ଶାବକ ସମୁଦ୍ରର ବିପରୀତ ମୁଖୀ ହେବା ବହୁ ନଜିର ଅଛି। ସେହିପରି ସମୁଦ୍ର କୂଳରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ଛତା, ବେଞ୍ଚ, ଜାଲ ଆଦି ସମୁଦ୍ରକୁ ଫେରିବାରେ ବାଧା ଦେଇଥାଏ। ନିଷିଦ୍ଧାଞ୍ଚଳରେ ପଶି କଇଁଛ ଅଣ୍ଡା ଓ ଶାବକକୁ କେତେଜଣ ବ୍ୟକ୍ତି ଚୋରାଇ ନେଇ ବ୍ୟବସାୟ କରିଥାନ୍ତି। ସମୁଦ୍ରରେ ପହଞ୍ଚତ୍ବା ପରେ ମଧ୍ୟ ବହୁ ବିପଦର ସମ୍ମୁଖୀନ ହୋଇଥାନ୍ତି। ମତ୍ସ୍ୟ ବ୍ୟବସାୟୀଙ୍କ ଗିଲନେଟର, ଟ୍ରଲର ମାଡରେ କଇଁଛଙ୍କ ଶରୀର କ୍ଷତାକ୍ତ ହୋଇଥାଏ। ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ଅନ୍ୟ ବର୍ଜବସ୍ତୁର ଆହାର ଏମାନଙ୍କ ବିପଦ ସାଜିଥିବା ବେଳେ ଭାସମାନ ତୈଳ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ସୃଷ୍ଟି କରେ। ସମୁଦ୍ର କୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା, ଜାଲରେ ଟିଇଡି (ଟର୍ଟଲ ଏକ୍ସକ୍ଲ୍ୟଡର ଡିଭାଇସ) ଲଗାଇବା, ଅଣ୍ଡାଦାନ ସମୟରେ କୃତ୍ରିମ ଆଲୋକ ବ୍ୟବହାର ନ କରିଲେ ଏମାନଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ରେଞ୍ଜ ଅଧିକାରୀ ମହାରଣା ସୂଚନା ଦେଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ସ୍ଥାନୀୟ ବନ ବିଭାଗର କର୍ମଚାରୀ ଅଭାବ ସହ ବେଆଇନ ମାଛ ଧରା କଇଁଛ ସୁରକ୍ଷା ପାଇଁ ବାଧକ ସାଜିଛି। ଏଥିସହି ତଟବର୍ତ୍ତୀ ଅଞ୍ଚଳରେ ବଢ଼ୁଥିବା ଚିଙ୍ଗୁଡି ଘେରିରୁ ବାହାରୁ ଥିବା ବିଷାକ୍ତ ରାସାୟନିକ ଦ୍ରବ୍ୟ କଇଁଛଙ୍କ ମୃତ୍ୟୁର କାରଣ ହୋଇଛି। ପରିବେଶବିତ ସେକ୍‌ ଚାନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଗାମୀଦିନରେ ଏହି ବିରଳ କଇଁଛଙ୍କ ସମୂହ ବଂଶ ଲୋପର କାରଣ ହେବ। ଜୀବଜନ୍ତୁଙ୍କୁ ଭଲ ପାଇବା ସହ ଗଛ ଲଗାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୩ ମାର୍ଚ୍ଚ ୮ରୁ ୧୩ ତାରିଖ ମଧ୍ୟରେ ଏହି ଅଞ୍ଚଳରେ ମୋଟ ୫,୧୨,୧୭୫ ଅଲିିଭ ରିଡଲେ କଇଁଛ ଅଣ୍ଡାଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri