ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ବିପଦ ସହିତ ବନ୍ଧୁତା ଦେଖିବାକୁ ମିଳୁଛି। ଭିଡିଓରେ ଏକ ବତକ ତାହାର ଛୁଆକୁ ଧରି ଗାତରେ ରହିଥିବା ବେଳେ କୁମ୍ଭୀର ମଧ୍ୟ ଉକ୍ତ ଗାତରେ ପଶୁଛି। ମାତ୍ର ସେ ବତକର ଛୁଆକୁ ଖାଉନାହିଁ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
That was bit strange…
Alligator in friendship with ducklings. pic.twitter.com/rGjdNstmTq— Susanta Nanda (@susantananda3) May 16, 2021


