Posted inଫୁରସତ

ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..

ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା ବିଧି ନିର୍ଦ୍ଦିଷ୍ଟ ନା ଘଟଣାମାତ୍ର! ଯିଏ ଯାହା ବୁଝେ ସେହି ହିସାବରେ ତା’ ବନ୍ଧୁତା ଆଗେଇ ଚାଲେ। ସେଇଥି ପାଇଁ ବୋଧେ କିଛି ବନ୍ଧୁତାର ଆୟୁଷ ବେଶିଦିନ ନ ଥିବାବେଳେ ଆଉ କିଛି ବନ୍ଧୁତାର ଆୟୁଷ ଲମ୍ବିଥାଏ ଅୟୁତ ଯୁଗକୁ…

ମୋ ପାଇଁ ସେ ଥିଲେ ଭଗବାନ
-ମହେନ୍ଦ୍ର କୁମାର ସାହୁ
ଦୁଇ ସାଙ୍ଗ ତ ଦେଖିଥିବେ କିନ୍ତୁ ଦୁହେଁ ଏକାଭଳି ପିନ୍ଧିବା ଏକ ବିରଳ କଥା। ଏ ଦୁଇ ବନ୍ଧୁ ହେଲେ ଓଲ୍‌ଡ ଟାଉନ୍‌ର ଗୋକୁଳ ବିହାରୀ ପଟ୍ଟନାୟକ ଓ ମହେନ୍ଦ୍ର କୁମାର ସାହୁ। ୨୦୧୭ ମସିହା ଅକ୍ଟୋବର ୩୦ ତାରିଖରେ ଗୋକୁଳଙ୍କର ପରଲୋକ ହୋଇଯାଇଥିବାବେଳେ ଏବେ ତାଙ୍କରି କଥାକୁ ମନେ ପକାଉଛନ୍ତି ମହେନ୍ଦ୍ର। ପ୍ରାୟ ୪୦ ବର୍ଷ ତଳର କଥା। ରଥଗଢ଼ା ଛକଠାରେ ମୁଁ ଓରିଏଣ୍ଟ ଟାଇମ୍‌ ସେଣ୍ଟର ନାମରେ ଏକ ଘଣ୍ଟା ମରାମତି ଦୋକାନ କରିଥାଏ। ଦୋକାନ ପାଖରେ ଏକ ଗଛ ମୂଳରେ ଗୋକୁଳ ବସ୍‌କୁ ଅପେକ୍ଷା କରି ଛିଡ଼ା ହୁଅନ୍ତି। ସେତେବେଳେ ସେ ହାଣ୍ଡିକ୍ରାଫ୍ଟ କର୍ପୋରେଶନ୍‌ରେ କାମ କରୁଥାନ୍ତି। ଆମେ ଦୁହେଁ ପାଖାପଖି ରହୁଥିବାରୁ ସବୁବେଳେ ଦେଖା ବି ହୁଏ। ଦିନେ ସେ କହିଲେ ମହେନ୍ଦ୍ର ତମେ ତ ଏକା ରହୁଛ ଆସ ମୋ ସହିତ ରହିବ। ତାଙ୍କ ପରିବାର ସେତେବେଳେ ଜଙ୍କିଆର ଓଳସିଙ୍ଘାରେ ରହୁଥାନ୍ତି। ଆମେ ସାଙ୍ଗ ହୋଇ ରହିଲୁ। ଥରେ ତାଙ୍କ ପଞ୍ଜାବୀ ଦେଖି କହିଲି ଏଇଟା ବହୁତ ଭଲ ହୋଇଛି। ତା’ ପରଦିନ ସେ ଯାଇ ମୋ ପାଇଁ ଠିକ୍‌ ସେମିତି ଗୋଟେ କିଣି ଆଣିଲେ। ଏହା ପରଠାରୁ ସେ ଯାହା ବି କିଣନ୍ତି ଆମ ଦୁଇଜଣଙ୍କ ପାଇଁ। ଜୁଆଡ଼େ ଯିବୁ ଦୁଇଜଣ। ଏମିତି କି ସେ ଅଫିସ୍‌ ଟୁର୍‌ରେ ଗଲେ ବି ମୁଁ ଯାଏ। ତାଙ୍କ ଖର୍ଚ୍ଚ ଅଫିସ୍‌ ଦିଏ ଆଉ ସେ ମୋ ପାଇଁ ସେ ଦିଅନ୍ତି। ମୋଠାରୁ ସେ ୧୫ ବର୍ଷ ବଡ଼ ଥିଲେ। ବୟସର ତାରତମ୍ୟ ସିନା ଥିଲା, କିନ୍ତୁ ମନର ତାରତମ୍ୟ ନ ଥିଲା। ତାଙ୍କ ସହିତ ଥିଲାବେଳେ ମୋର କିଛି ଚିନ୍ତା ନ ଥିଲା। ଦିନେ କହିଲେ ତତେ ୩୨ ବର୍ଷ ହେଲାଣି ତୋ ବାହାଘର କରିବା। ଝିଅ ବି ସେ ପସନ୍ଦ କଲେ। ବାହାଘର ହେବା ପରେ ମୁଁ ପାଖରେ ଗୋଟେ ଘର ନେଲି, ହେଲେ ଖାଇବା ପିଇବା ସବୁ ତାଙ୍କ ଘରେ। ତା’ପରେ ସେ ତାଙ୍କ ପରିବାରକୁ ଗାଁରୁ ନେଇଆସିଲେ। ଦୁଇ ପରିବାର ଭିତରେ ସମ୍ପର୍କ ସେମିତି ଅତୁଟ ରହିଲା। ପିଲାଙ୍କ ବିବାହ ଆଦି ସବୁ ବୁଝାବୁଝି ମୁଁ କରେ। ସବୁଥିରେ ତାଙ୍କର ଅଗାଧ ବିଶ୍ୱାସ ମୋ ଉପରେ। ଆମ ଭିତରେ କେବେ ମନୋମାଳିନ୍ୟ ହୋଇନି। କାରଣ ସେ ଜଣେ ଦେବତା ପରି ମଣିଷ। ରାଗ କ’ଣ ତାଙ୍କ ଭିତରେ ନ ଥିଲା। ଆଜି ସେ ନାହାନ୍ତି ତାଙ୍କ ବିନା ସତରେ ମୋ ଦୁନିଆ ଅଧା ହୋଇଯାଇଛି।

ବନ୍ଧୁତା ରଖିବାର ଇଚ୍ଛା ଆମ ବନ୍ଧୁତାକୁ ବାନ୍ଧିରଖିଛି-ପ୍ରଶାନ୍ତ ଦାଶ,ଅବସରପ୍ରାପ୍ତ ପ୍ରାଧ୍ୟାପକ
୧୯୫୧ ମସିହାରେ ମୁଁ କ୍ୟାପିଟାଲ୍‌ ହାଇସ୍କୁଲକୁ ଆସିଲି। ସେଠାରେ ପ୍ରଫୁଲ୍ଲ, ନିକୁଞ୍ଜ ଓ ମୁଁ ଗୋଟିଏ ସେକ୍ସନରେ ରହି ଖୁବ୍‌ ସାଙ୍ଗ ହେଇ ଯାଇଥାଉ। ସ୍କୁଲ ସରିବା ପରେ ମୁଁ ଏସ୍‌ସିଏସ୍‌ରେ ପଢ଼ିଲି। ତା’ପରେ ବୁର୍ଲାରେ ପଢ଼ି ରାଉରକେଲା ଆରଇସିରେ ଅଧ୍ୟାପକ ଭାବରେ ଯୋଗ ଦେଲି। ସେଠାରୁ ପୁଣି ଖଡ଼ଗପୁର ଯାଇ ପଢ଼ିବା ପରେ ପୁଣି ଆର୍‌ଇସି ଫେରିଲି। ତେବେ ସବୁଠୁ ମଜାର କଥା ହେଲା ମୁଁ ଯେତେବେଳେ କ୍ଲାସ ନେବାକୁ ଗଲି ମୋ କ୍ଲାସରେ ଛାତ୍ରଭାବରେ ବସିଥାଏ ମୋ ପ୍ରିୟ ସାଙ୍ଗ ନିକୁଞ୍ଜ। ସେ ସେତେବେଳେ ଆର୍‌ଇସିରେ ଥାର୍ଡ ଇୟରର ଛାତ୍ର। ସେ କଲେଜ ପରେ ଇଞ୍ଜିନିୟରିଂ କରୁଥାଏ। କ୍ଲାସ ଭିତରେ ତ ସେ ଛାତ୍ର। କିନ୍ତୁ ବାହାରକୁ ଆସିବା ପରେ ଆମେ ପୁଣି ପୁରୁଣା ଦିନକୁ ଫେରିଯାଉ। ସାଙ୍ଗ ହେଇ ସାଇକେଲ ଚଲେଇବା, ମାର୍କେଟ ଯିବା, ଘଣ୍ଟା ଘଣ୍ଟା ଗପିବା ସବୁ ଚାଲିଥାଏ। ଏମିତିରେ ପଢ଼ା ସରିବା ପରେ ନିକୁଞ୍ଜ ଚାକିରି ପାଇଁ ବାହାରକୁ ଗଲା। ଆମେ ଦୂରେଇ ଗଲୁ ସତ କିନ୍ତୁ ଆମେ ତିନିଜଣ ପରସ୍ପରର ଖବର ରଖିଥିଲୁ। ସମ୍ପର୍କ ରଖିବାର ଇଚ୍ଛା ହିଁ ଏବେଯାଏ ଆମ ବନ୍ଧୁତାକୁ ଅତୁଟ ରଖିଛି। ଆଉ ଏବେ ଅବସର ପରେ ସମସ୍ତେ ଭୁବନେଶ୍ୱରରେ ରହୁଛୁ। ମୋ ପତ୍ନୀଙ୍କ ମୃତ୍ୟୁର ୧୦ ବର୍ଷ ହେଇଗଲାଣି। ବହିପଢ଼ା ଟିଭି ଦେଖା ଏସବୁରେ କେତେ ବା ସମୟ କଟିବ! ତେଣୁ ଆମେ ପରସ୍ପର ସହ କଥା ହେବାକୁ ଖୁବ୍‌ ବ୍ୟାକୁଳ ହେଉ। ପୁରୁଣା ଦିନର ସ୍ମୃତି ମନେପକାଇ କେତେବେଳେ ସମୟ ସରିଯାଏ ଜଣାପଡ଼େନି।

ଅବସର ପୁଣି ଏକାଠି କରିଛି
-ପ୍ରଫୁଲ୍ଲଚନ୍ଦ୍ର ଧୀର, ବିଶିଷ୍ଟ ଫଟୋଗ୍ରାଫର
୧୯୫୧ ମସିହାର କଥା। ସେତେବେଳେ ମୁଁ କ୍ୟାପିଟାଲ ହାଇସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ର। ଆମ ସ୍କୁଲରେ ଝିଅଙ୍କ ସଂଖ୍ୟା କମ୍‌ ଥିବାରୁ ତାଙ୍କ ପାଇଁ କୌଣସି ସ୍ବତନ୍ତ୍ର ସେକ୍ସନ ହୋଇପାରିଲା ନାହିଁ। ତେଣୁ ତାଙ୍କ ସେକ୍ସନରେ ଦୁଷ୍ଟାମି କରୁ ନ ଥିବା ୭ଜଣ ପୁଅଙ୍କୁ ରଖାହେଲା, ଯେଉଁମାନଙ୍କ ଭିତରେ ଥିଲୁ ଆମେ ୩ଜଣ। ମୁଁ, ପ୍ରଶାନ୍ତ ଦାଶ ଓ ନିକୁଞ୍ଜ ମହାନ୍ତି। ଆମର ପାଠପଢ଼ା ଖେଳିବା ସବୁ ଏକାଠି। ପରୀକ୍ଷା ସମୟରେ ବି ଆମେ ଏକାଠି ହିଁ ପଢୁ। ଏବେ ବି ମନେପଡ଼େ ନିକୁଞ୍ଜ ଘର ୟୁନିଟ୍‌-୨ରେ ଆମେ ବସି ପଢୁଥିବାବେଳେ ରାତିରେ ନିଦ ଲାଗିଯିବ ବୋଲି ପରସ୍ପର ଗୋଡ଼ ବାନ୍ଧି ଦେଉ। ମାଟ୍ରିକ ପରେ ମୁଁ ଖ୍ରୀଷ୍ଟ କଲେଜରେ ପଢ଼ିଲି, ପ୍ରଶାନ୍ତ ଏସ୍‌ସିଏସ୍‌ରେ ଓ ନିକୁଞ୍ଜ ରେଭେନ୍ସାରେ।

ଭୁବନେଶ୍ୱର ଆସୁ, ଏକାଠି ହେଉ। ରାଜମହଲ ହୋଟେଲରେ ବରା ଖାଇବା ସହ ଧୁମ୍‌ ବୁଲା ସହ ଗପ ହୁଏ। ପଢ଼ା ସରିବା ପରେ ମୁଁ ରେଲୱେରେ ଚାକିରି ପାଇ ଖଡ଼ଗପୁର ଗଲି ଓ ପରେ ଖୋର୍ଦ୍ଧା ଆସିଲି। ପ୍ରଶାନ୍ତ ରାଉରକେଲା ଆର୍‌ଇସିରେ ପ୍ରଫେସର, ତେଣୁ ସେ ରାଉରକେଲାରେ ଆଉ ନିକୁଞ୍ଜ ଇଞ୍ଜିନିୟରଭାବରେ ତାଳଚେରରେ। କିନ୍ତୁ ସମସ୍ତେ ସମସ୍ତଙ୍କ ସହିତ ଯୋଗାଯୋଗରେ ଥାଉ, ଦୁଃଖସୁଖ ବାଣ୍ଟୁ। ଭୁବନେଶ୍ୱର ଆସିଲେ ଦେଖାହୁଏ। ତେବେ ଅବସର ଆମ ସମସ୍ତଙ୍କୁ ଅଧିକ ଘନିଷ୍ଠ କରିଦେଲା। କାରଣ ସମସ୍ତେ ଭୁବନେଶ୍ୱରରେ ଘର କରି ରହିଲୁ। ଏକାଠି ହେବାର ଅଧିକ ସୁଯୋଗ ମିଳିଲା। ଆମେ ପ୍ରାୟ ଏକାଠି ହେଉ, ପୁରୁଣା ସ୍ମୃତିକୁ ମନେପକାଉ। ସମସ୍ତଙ୍କ କଥା ମନେପକାଉ କିଏ କେଉଁଠି ଅଛି। ଏମିତିରେ କେତେବେଳେ ସମୟ କଟିଯାଏ ଜଣାପଡେନି।

ଭଲ ପାଇବା ଅଛି ବୋଲି ସମ୍ପର୍କ ଅଛି
– ନିକୁଞ୍ଜ କିଶୋର ମହାନ୍ତି, ପରିବେଶବିତ୍‌ ଅବସରପ୍ରାପ୍ତ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର
କ୍ୟାପିଟାଲ ହାଇସ୍କୁଲରେ ପଢିବା ସମୟରେ ଆମସେକ୍ସନରେ ୨୨ ଜଣ ଝିଅରେ ଆମେ ଥିଲୁ ମାତ୍ର ୭ ଜଣ। ଯେଉଁମାନଙ୍କ ମଧ୍ୟରେ ଥିଲୁ ପ୍ରଫୁଲ୍ଲ, ପ୍ରଶାନ୍ତ ଆଉ ମୁଁ। ଖୁବ୍‌ ଡରି ଡରି ରହୁଥିଲୁ ଝିଅମାନଙ୍କୁ, କାଳେ କେଉଁ ଝିଅ ସାର୍‌ଙ୍କୁ କମ୍ପ୍ଲେନ୍‌ କରିଦେବ। ୧୯୫୬ ମସିହାରେ ଏକାଦଶ ପରେ ମୁଁ ରେଭେନ୍ସାରେ ପଢିଲି। ଛୁଟିରେ ଦେଖାହୁଏ। ରେଭେନ୍ସାରୁ କେମେଷ୍ଟ୍ରି ଅନର୍ସରେ ବିଏସ୍‌ସି କରିବା ପରେ ଇଞ୍ଜିନିୟରିଂ କରିବା ପାଇଁ ଆର୍‌ଇସି ଗଲି। ସବୁଠୁ ମଜାର କଥା ଥିଲା ସେଠାରେ ମୋର ପ୍ରଫେସର୍‌ ଥିଲେ ମୋର ପ୍ରିୟ ସାଙ୍ଗ ପ୍ରଶାନ୍ତ। କ୍ଲାସ୍‌ରେ ସିନା ସାର୍‌, କ୍ଲାସ୍‌ ପରେ ଆମ ବନ୍ଧୁତା ବେଶ୍‌ ଜମେ। ବୁଲାବୁଲି, ଗପ, ଖାଇବା ପିଇବାରେ କେମିତି ସମୟ କଟେ ଜଣାପଡେନି। ତା’ପରେ ତାଳଚର ଥର୍ମାଲରେ ଚାକିରି ପାଇ ମୁଁ ସେଠାରେ ରହିଲି। ସମସ୍ତେ ଅଲଗା ଅଲଗା ଥିଲୁ ସତ କିନ୍ତୁ ସମସ୍ତେ ସମସ୍ତଙ୍କ ମନ ଭିତରେ ଥିଲୁ। ପରସ୍ପରକୁ ଖୋଜୁଥିଲୁ। ଇରିଗେସନ୍‌ ଡିପାର୍ଟମେଣ୍ଟରେ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଭାବେ ଅବସର ଗ୍ରହଣ କରିବା ପରେ ମୁଁ ଭୁବନେଶ୍ୱରରେ, ଏପଟେ ପ୍ରଶାନ୍ତ ଓ ପ୍ରଫୁଲ୍ଲ ବି ଭୁବନେଶ୍ୱରରେ। ତେଣୁ କହିବାକୁଗଲେ ଅବସର ଆମକୁ ଆହୁରି ନିକଟତର କରେଇ ଦେଇଛି। ଏବେ ଦେଖା ହେବାସହ ଫୋନ୍‌ରେ ଘଣ୍ଟା ଘଣ୍ଟା ଗପ। ତେବେ ଆମ ଭିତରେ ଏତେ ବର୍ଷ ଧରି ଏଇ ବନ୍ଧୁତା ସମ୍ପର୍କରେ ଗୋଟିଏ କଥା କହିବି ପରସ୍ପର ଭିତରେ ଭଲ ପାଇବା ଓ ଆମ ଭିତରେ ଅହଂକାର ନ ରହିବା। ଅବସର ପରେ ମୁଁ ପରିବେଶକୁ ନେଇ କାମ କରୁଛି। ପ୍ରଫୁଲ୍ଲର ଫଟୋଗ୍ରାଫୀ, ପ୍ରଶାନ୍ତର ପଢାପଢି। ଏସବୁ ପରେ ଆମେ ଯେତେବେଳେ ଏକାଠି ହେଉ ପୁରୁଣା ସ୍ମୃତି, ପୁରୁଣା କଥା ଆମକୁ ହଜାଇଦିଏ କେଉଁ ଦୂରକୁ ଦୂରକୁ।

-ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?