Posted inଫୁରସତ

ବନ୍ଧୁ ପାଇଁ ଦିନଟିଏ…

ଭୁବନେଶ୍ୱର,୧।୮(ବ୍ୟୁରୋ)- ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ ବା ଫ୍ରେଣ୍ଡଶିପ୍‌ ଡେ’। ସୁଖ, ଦୁଃଖ ଭଲମନ୍ଦ ସବୁଥିରେ ପାଖରେ ଛିଡ଼ା ହେଉଥିବା ବ୍ୟକ୍ତି ଜଣଙ୍କ ହେଉଛି ପ୍ରକୃତ ବନ୍ଧୁ। ବନ୍ଧୁତାର ପରିଭାଷା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଏହା ଏପରି ଏକ ସମ୍ପର୍କ ଯାହାକୁ ଆମେ ନିଜେ ବାଛିଥାଉ। ସବୁ ସମ୍ପର୍କର ଊର୍ଦ୍ଧ୍ୱରେ ଏହି ସମ୍ପର୍କ। ଯାହା କାହାକୁ କହିହୁଏ ନାହିଁ ତାହା ଜଣେ ପ୍ରକୃତ ବନ୍ଧୁଙ୍କୁ କୁହାଯାଇପାରିବ। ପୁରାଣ ଯୁଗରେ କୃଷ୍ଣ ସୁଦାମାଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ସମୟରେ ବନ୍ଧୁତାକୁ ନେଇ ବିଭିନ୍ନ କଥା, କାହାଣୀ ଏବଂ ଅନୁଭୂତି ରହି ଆସିଛି। ଜୀବନର ସେହି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିକୁ ଅନ୍ତରରୁ ସ୍ନେହ, ଭଲପାଇବା ଜଣାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଏ।

ସାଙ୍ଗ ବ୍ୟାଗ୍‌ରୁ ଟିଫିନ୍‌ କାଢ଼ିକି ଖାଇଦିଏ
ମୋ ଜୀବନରେ ଦୁଇଜଣ ଭଲ ବନ୍ଧୁ ଅଛନ୍ତି। ସେମାନେ ହେଉଛନ୍ତି ଅବନୀନ୍ଦ୍ର ଓ ସନ୍ତୋଷ। ଆମେ ପିଲାବେଳର ସାଙ୍ଗ। ପିଲାବେଳୁ ମତେ ଖାଇବାକୁ ବହୁତ ଭଲ ଲାଗେ। ସେମାନେ କ୍ଲାସ୍‌ରେ ନ ଥିବା ସମୟରେ ମୁଁ ତାଙ୍କ ବ୍ୟାଗରୁ ଟିଫିନ୍‌ କାଢିକି ଖାଇଦିଏ। ପରେ ସେମାନେ ଟିଫିନ୍‌ କାଢ଼ିବା ବେଳକୁ କିଛି ନ ଥାଏ। ତା’ପରେ ମତେ ମିଶିକି ମାରନ୍ତି। ଜଣେ ହାସ୍ୟାଭିନେତା ହେବାରେ ଅବନୀନ୍ଦ୍ରର ବହୁତ ହାତ ରହିଛି। ତା’ଠାରୁ ପ୍ରେରଣା ପାଇ ମୁଁ ଆଜି ଏଠାରେ ପହଞ୍ଚତ୍ ପାରିଛି। ସେହିପରି ସନ୍ତୋଷ ମଧ୍ୟ ପ୍ରତି ପାଦରେ ମୋ ସହିତ ରହିଛି। ଫ୍ରେଣ୍ଡଶିପ୍‌ ଡେ’ରେ ସେମାନଙ୍କ ସହ ଖୁବ୍‌ ମଜା କରିବି ବୋଲି ଭାବିଛି।
– ଗୁଡୁ, ହାସ୍ୟାଭିନେତା

ନୀରବତା ଭିତରେ ବି ଭଲପାଇବା ରହିଛି
ମୋ ସ୍କୁଲ ବେଳର ବେଷ୍ଟ ଫ୍ରେଣ୍ଡ୍‌ ଅମିତ ସେନାପତି। ବନ୍ଧୁତା ଯେ ଭାଇ ଭାଇର ସମ୍ପର୍କର ଊର୍ଦ୍ଧ୍ୱରେ ତାହା ଆମେ ଅନୁଭବ କରିଥିଲୁ। ମୋର ସେତେବେଳେ ସାଇକେଲ ନ ଥାଏ। ସେ ସାଇକେଲ ନେଇ ଆମ ଘରକୁ ଆସେ ସ୍କୁଲ ଯିବା ପାଇଁ। ମୁଁ ସବୁବେଳେ ତାକୁ ପଚାରେ ତୁ ସାଇକେଲ ଚଲେଇବୁ ନା ମତେ ବସେଇବୁ। ଏକଥାରେ ସେ ସବୁବେଳେ ଦ୍ୱନ୍ଦ୍ୱରେ ପଡ଼େ ଆଉ ମତେ ସାଇକେଲରେ ବସେଇକି ନିଏ। ଆମେ ଦୁହେଁ ବହୁତ ଭଲ ସାଙ୍ଗ ଥିଲୁ। ମାତ୍ର କିଛି ଭୁଲ୍‌ ବୁଝାମଣା ପାଇଁ ଆମେ ଦୁହେଁ ଏବେ ଅଲଗା ହୋଇ ଯାଇଛୁ। ଏହା ବି ବନ୍ଧୁତାର ଏକ ଅଂଶ। ନୀରବତା ଭିତରେ ବି ଭଲପାଇବା ରହିଛି। କେହି କାହା ସହ କଥା ନ ହେଲେ ବି ଆଜି ବି ମୁଁ ତା’ ସହ ଅଛି ଆଉ ସେ ମୋ ସହ ଅଛି।
-ଶ୍ରୀନିବାସ ଘଟୁଆରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ

ଉପହାର ଭାବେ ବହି ମିଳିଥିଲା
ଏଥର ଫ୍ରେଣ୍ଡଶିପ୍‌ ଡେ’ରେ ମୋ ଡ୍ୟାନ୍ସ ଗ୍ରୁପ୍‌ର ପିଲାମାନଙ୍କ ସହ ମିଶି ମୁଁ ବନ୍ଧୁତା ଦିବସକୁ ପାଳନ କରିବି। ସେମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ହାତ ତିଆରି ବ୍ୟାଣ୍ଡ ପିନ୍ଧାଇ ଏହାକୁ ସେଲିବ୍ରେଟ କରିବେ। ମୋର ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ଅଭିନେତା ଆକାଶ ଦାସନାୟକ ଓ ସବ୍ୟସାଚୀ ମିଶ୍ର। ଥରେ ସବ୍ୟସାଚୀଙ୍କ ଘରକୁ ଯାଇଥାଏ। ସେଠି ତାଙ୍କ କୁକୁର ମୋ ଜୋତା କାମୁଡ଼ିକି ନଷ୍ଟ କରିଦେଇଥିଲା। ତାଙ୍କ ଘରୁ ମୁଁ ଖାଲି ପାଦରେ ଆସିଥିଲି। ସବ୍ୟସାଚୀଙ୍କ ମା’ ପରେ ଏହି ଘଟଣାକୁ ନେଇ ଏକ ବହି ଲେଖିଥିଲେ। ଉକ୍ତ ବହିକି ସବ୍ୟସାଚୀ ମତେ ଉପହାର ଭାବେ ଦେଇଥିଲେ।
– ଦିଲୀପ କୁମାର ସ୍ବାଇଁ, ନିର୍ଦ୍ଦେଶକ ତଥା କୋରିଓଗ୍ରାଫର

ଫ୍ରେଣ୍ଡଶିପ୍‌ ଡେ’ରେ ଶର୍ଟ ଫିଲ୍ମ ଶୁଟିଂ କରିବୁ
ବନ୍ଧୁତା ଏପରି ଏକ ସମ୍ପର୍କ ଯାହା କିଣାଯାଇ ପାରେ ନାହିଁ କିମ୍ବା ବାଧ୍ୟବାଧକତାରେ ହୁଏ ନାହିଁ। କାହାକୁ ବନ୍ଧୁ କରିବା ନ କରିବା ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇଥାଏ। ମୋର ଅନେକ ଭଲ ବନ୍ଧୁ ଅଛନ୍ତି। ଏମିତି ବି ବହୁତ ଛୋଟ ବଡ଼ ଘଟଣା ଅଛି ଯାହା ମୁଁ ସାଙ୍ଗମାନଙ୍କ ବ୍ୟତୀତ ଆଉ କାହାକୁ କହି ବି ପାରିବି ନାହିଁ। ଏଥର ଫ୍ରେଣ୍ଡଶିପ୍‌ ଡେ’ରେ ଆମେ ସାଙ୍ଗମାନେ ମିଶି ନିଜ ପ୍ରଡକ୍ସନ ହାଉସ୍‌ରେ ଏକ ଶର୍ଟଫିଲ୍ମର ଶୁଟିଂ ଆରମ୍ଭ କରିବୁ। ଏହି ଫିଲ୍ମର ନଁା ‘ମଞ୍ଜୁନାଥ’ ରହିଛି।
– ସ୍ବରାଜ ବାରିକ, ଅଭିନେତା

ପାରିବାରିକ ସମ୍ପର୍କ ପାଲଟିଛି ବନ୍ଧୁତା
ପ୍ରତିବର୍ଷ ଆମେ ଫ୍ରେଣ୍ଡଶିପ୍‌ ଡେ’ରେ ଦେଖାକରୁ। ମାତ୍ର ଏଥର ଶଟ୍‌ଡାଉନ ପାଇଁ କେହି କାହା ପାଖକୁ ଯାଇପାରିବୁ ନାହିଁ। କେବଳ ଅନ୍‌ଲାଇନ୍‌ରେ ଦେଖା କରି ପରସ୍ପରକୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇବୁ। ସ୍କୁଲ ଜୀବନରୁ ସାଙ୍ଗ ହୋଇଥିବାରୁ ଏବେ ତାହା ପାରିବାରିକ ବନ୍ଧୁତାରେ ପରିଣତ ହୋଇଛି। ଜୀବନର ଶେଷପର୍ଯ୍ୟନ୍ତ ଏହାକୁ ବଜାୟ ରଖିବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେଇଛୁ।
– ଜ୍ୟୋତ୍ସାରାଣୀ ନନ୍ଦ, ଶିକ୍ଷୟିତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri