ସାଙ୍ଗର ଭାଇରାଲ ଭିଡିଓ ଖୋଲୁଛି ରହସ୍ୟ

ଜୟପୁର,୧୬ା୯(ପବନ ପାଣିଗ୍ରାହୀ): ହରଡ଼ାପୁଟ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ତପସ୍ବିନୀ ଗାଦବା(୧୩)ଙ୍କ ମୃତ୍ୟୁ ମାମଲାରେ ସେବାଶ୍ରମ କର୍ତ୍ତୃପକ୍ଷଙ୍କ ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାକୁ ନେଇ ପରିବାରବର୍ଗ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୋଲିସ ଏନେଇ ମାମଲା ରୁଜୁ କରିଥିଲା। ଇତିମଧ୍ୟରେ ଏସ୍‌ଡିସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ଥାନା ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି ପ୍ରମୁଖ ଘଟଣାର ପୃଥକ୍‌ ପୃଥକ୍‌ ତଦନ୍ତ କରିଥିଲେ। ଏବେ ତପସ୍ବିନୀଙ୍କ ସାଙ୍ଗର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆଦିବାସୀ ମହାସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଜୟପୁର ବ୍ଲକର କୁମୁଲିପୁଟ ପଞ୍ଚାୟତ ଅନ୍ତର୍ଗତ ହରଡ଼ାପୁଟ ବାଳିକା ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ତପସ୍ବିନୀ ଗତ ୧୨ତାରିଖରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ରାବଣାଗୁଡ଼ା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା କରିଥିବା ଡାକ୍ତର ଜଣକ ଗ୍ୟାସ୍‌ ସମସ୍ୟା ହୋଇଥିବା କହି ଔଷଧ ଦେଇ ଫେରାଇଦେଇଥିଲେ। ସେବାଶ୍ରମକୁ ଫେରି ତପସ୍ବିନୀ ସେହିଦିନ ରାତିରେ ବାନ୍ତି କରିଥିଲେ। ପରେ ରାତି ୨ଟା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଦେଖି ତାଙ୍କ ସହ ରହୁଥିବା ଜଣେ ସାଙ୍ଗ ସେବାଶ୍ରମରେ ରହୁଥିବା ମାଟ୍ରନଙ୍କୁ ସୂଚନା ଦେଇଥିଲେ। ତେବେ ଏହାକୁ ମାଟ୍ରନ ଗୁରୁତ୍ୱ ଦେଇ ନ ଥିଲେ। ପୁଣି ସକାଳୁ ତାଙ୍କୁ କହିବାରୁ ସେ ଖେଳ ଶିକ୍ଷୟିତ୍ରୀ ଡାକ୍ତରଖାନାକୁ ନେବେ ବୋଲି କହିଥିଲେ। ଅଟୋ ଡାକି ଡାକ୍ତରଖାନାକୁ ନେବା ସମୟରେ ତପସ୍ବିନୀଙ୍କ ମୃତ୍ୟୁ ହୋଇଯାଇଥିଲା। ପୂର୍ବରୁ ଯଦି ତପସ୍ବିନୀଙ୍କୁ ଡାକ୍ତରଖାନା ନେଇଥାନ୍ତେ ସେ ବଞ୍ଚତ୍ୟାଇଥାନ୍ତା ବୋଲି ତାଙ୍କ ସାଙ୍ଗ ଛାତ୍ରୀ ଜଣକ କାନ୍ଦିକାନ୍ଦି କହୁଥିବା ସମୟର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏହି ଭିଡିଓ ଦେଖିଥିବା ଜିଲା ମଙ୍ଗଳ ଅଧିକାରୀ ତାଣ୍ଡି କହିଛନ୍ତି। ଏହି ଭାଇରାଲ ଭିଡିଓରେ ସମ୍ପୂର୍ଣ୍ଣ ରୂପେ ମାଟ୍ରନଙ୍କ ଭୁଲ୍‌ ରହିଥିବା ଦର୍ଶାଉଛି। ଏହାକୁ ନେଇ ମାଟ୍ରନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ତାଣ୍ଡି କହିଛନ୍ତି। ଅନ୍ୟପକ୍ଷରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏତଲାକ୍ରମେ ବୋରିଗୁମ୍ମା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଛାତ୍ରୀଙ୍କ ବାପା କୃଷ୍ଣ ଗାଦବାଙ୍କ ଏତଲାକ୍ରମେ ହତ୍ୟା ସନ୍ଦେହରେ ଦଫା ୩୦୨ରେ ଆଉ ଏକ ମାମଲା ରୁଜୁ ହୋଇଛି ବୋଲି ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସା କହିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସୋରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?