ମଧୁର ଜଳ ମୁକ୍ତା ଚାଷ

ବାରିପଦା ଅଫିସ, ୧୦।୮- କରୋନା ଯୋଗୁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା। ଏହିଭଳି ପରିସ୍ଥିତିରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୩୫ ଜଣଙ୍କୁ ରୋଜଗାର ଯୋଗାଇ ଦେବା କମ୍‌ ବଡ଼ କଥା ନୁହେଁ। ଆତ୍ମନିଭରଶୀଳତାର ମାର୍ଗ ଦେଖାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଜଣେ ସଫଳ ମହିଳା ଉଦ୍ୟୋଗୀ ହେଲେ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ରାଢୋ ଗ୍ରାମର ବିଷ୍ଣୁପ୍ରିୟା ବିଶ୍ୱାଳ। ମଧୁର ଜଳରେ ମୁକ୍ତା ଚାଷ କରି ସେଥିରେ ବିଭିନ୍ନ ଡିଜାଇନ୍‌ର ମୁକ୍ତା ପ୍ରସ୍ତୁତିରେ ସେ ସିଦ୍ଧହସ୍ତ। ଯାହାକି ଏବେ ରାଜ୍ୟ ବାହାରେ ବେଶ୍‌ ଆଦୃତିଲାଭ କରିଛି। ମୁକ୍ତା ଚାଷ ସହିତ ଯାଆଁଳ ଉତ୍ପାଦନ, କୁକୁଡ଼ା, ଧାନ ଓ ପରିବା ଚାଷ କରି ଜିଲା ତଥା ରାଜ୍ୟସ୍ତରରେ ସେ ସମ୍ମାନିତ ହୋଇଛନ୍ତି। ଦେଶବିଦେଶରୁ ବହୁ ଲୋକ ଏହି ଚାଷ ଓ ପ୍ରଣାଳୀକୁ ଅନୁସରଣ କରିବା ପାଇଁ ତାଙ୍କ ଫାର୍ମକୁ ଆସନ୍ତି। ସୁଦୂର ମାଲେସିଆ ଏବଂ ବାଂଲାଦେଶର ପ୍ରତିନିଧି ଦଳ ମଧ୍ୟ ବିଷ୍ଣୁପ୍ରିୟାଙ୍କ ଫାର୍ମ ଦେଖିବାକୁ ଆସି ପ୍ରଶଂସା କରିଛନ୍ତି। ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ସେ ଜିଲା ତଥା ରାଜ୍ୟ ସ୍ତରରେ ବେଶ୍‌ ଚର୍ଚ୍ଚିତ ଓ ସରକାରୀ ସଂସ୍ଥା ତଥା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ନିଜର କଠିନ ପରିଶ୍ରମ ଦ୍ୱାରା ସଫଳତା ଅର୍ଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିପାରିଛନ୍ତି। ତାଙ୍କର ସଫଳତା ଦେଖି ଆଖପାଖ ଅଞ୍ଚଳରେ ଶତାଧିକ ଲୋକ ମାଛ ଚାଷ କରି ବେଶ୍‌ ଭଲ ରୋଜଗାର କରିପାରୁଛନ୍ତି।
ବିଷ୍ଣୁପ୍ରିୟା ତାଙ୍କ ସ୍ବାମୀଙ୍କ ସହିତ ମିଶି ୧୯୯୭ରେ ସ୍ଥାନୀୟ ସମବାୟ ବ୍ୟାଙ୍କରୁ ଋଣ ଆଣି ମାଛଚାଷ ଆରମ୍ଭ କରିଥିଲେ। ହେଲେ ୧୯୯୯ ମହାବାତ୍ୟାରେ ତାଙ୍କର ବହୁ କ୍ଷତି ହୋଇଥିଲା। ସେଥିରେ ସେ ଭାଙ୍ଗି ନ ପଡ଼ି ପୁଣିଥରେ ମାଛଚାଷ ଆରମ୍ଭ କରିଥିଲେ। ମାଛଚାଷ ବ୍ୟତୀତ ମାଛ ଯାଆଁଳ ଉତ୍ପାଦନ ପାଇଁ ସ୍ଥିରକରି ପଡ଼ୋଶୀ ପଶ୍ଚିମବଙ୍ଗରୁ ମାଛଅଣ୍ଡା ଆଣି ସଫଳତାର ସହିତ ଯାଆଁଳ ଉପତ୍ାଦନ ଆରମ୍ଭ କରିଥିଲେ। ୨୦୦୬ରୁ ମାଛ ଯାଆଁଳ ଉପତ୍ାଦନ କରିବା ସହିତ ମଧୁର ଜଳରେ ମୁକ୍ତା ଚାଷ, କୁକୁଡା ଚାଷ, ଧାନ ଏବଂ ପନିପରିବା ଚାଷ ଇତ୍ୟାଦି କରିଆସୁଛନ୍ତି। ମଧୁର ଜଳରେ ମୁକ୍ତା ଚାଷ କରିବା ନେଇ ସେ ସ୍ବତନ୍ତ୍ର ଭାବେ ତାଲିମ ଗ୍ରହଣ କରିଛନ୍ତି। ନିଜ ଘରେ ମୁକ୍ତା ଚାଷ ଆରମ୍ଭ କରି ବିଭିନ୍ନ ଆକୃତିର ମୁକ୍ତା ସଂଗ୍ରହ କରିପାରୁଛନ୍ତି। ଶାମୁକା ଦେହରେ ବିଭିନ୍ନ ଡିଜାଇନର ଫାର୍ମା ରୋପଣ କରି ସେଥିରୁ ସୁନ୍ଦର ସୁନ୍ଦର ଜିନିଷ ପ୍ରସ୍ତୁତି କରିପାରୁଛନ୍ତି। ଏପରି କି ଗଣେଶ, ଓଁ, ସାଇ ବାବା, ହନୁମାନ, ଜଗନ୍ନାଥ, ଶିବଙ୍କ ମୂର୍ତ୍ତି ଭଳି ୨୩ପ୍ରକାରର ଡିଜାଇନ ପ୍ରସ୍ତୁତ କରି ବେଶ୍‌ ସଫଳତା ଅର୍ଜନ କରିପାରିଛନ୍ତି। ଏପରି ଡିଜାଇନର ମୁକ୍ତା ପ୍ରସ୍ତୁତି ପାଇଁ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ ା ମୁକ୍ତାର ମୂଲ୍ୟ ୩ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ତେବେ ଏହି ମୁକ୍ତା ଉପତ୍ାଦନରେ ସେ ଅଗ୍ରଣୀ ଚାଷୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିପାରିଥିବା ବେଳେ ମୁକ୍ତା ବିକ୍ରି ପାଇଁ ସେଭଳି ବଜାର ବ୍ୟବସ୍ଥା ନ ଥିବାରୁ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ନିକଟରେ କୋଲକାତାର ଏକ ବ୍ୟବସାୟିକ ସଂସ୍ଥା ସହିତ ଯୋଗାଯୋଗ ପରେ ମୁକ୍ତା ବିକ୍ରିିର ରାସ୍ତା ଖୋଲିଥିବା ସେ କହିଛନ୍ତି। ସେହିପରି ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ମହିଳା ପୁରୁଷମାନଙ୍କୁ ତାଲିମ ଦେବା ପାଇଁ ବିଷ୍ଣୁପ୍ରିୟାଙ୍କ ଫାର୍ମକୁ ପଠାଯାଉଛି। ଆଗକୁ ସେ ଏକ ମଡେଲ ଫୁଲ ବଗିଚା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ବୋଲି ବିଷ୍ଣୁପ୍ରିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri