ଜଣାପଡ଼ିଲା ଆଇଫୋନ୍-୧୬ ର ମୂଲ୍ୟ: ଲିକ୍ ହେଲା ସାରପ୍ରାଇଜ୍

ନୂଆଦିଲ୍ଲୀ,୯।୯: ଆପଲ୍ ଇଭେଣ୍ଟର କିଛି ଘଣ୍ଟା ପୂର୍ବରୁ ଆଇଫୋନ୍ ୧୬ ର ମୂଲ୍ୟ ଲିକ୍ ହୋଇଯାଇଛି। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ୍ ଆଇଫୋନ୍ ୧୬ ପ୍ରୋ ର ପ୍ରାରମ୍ଭିକ ମୂଲ୍ୟ ୯୯୯ ଡଲାରରେ ବଜାୟ ରହିପାରେ, ଯାହା ଏଣ୍ଟ୍ରି ଲେଭଲ୍ ପ୍ରୋ ମଡେଲ୍ ପାଇଁ ମୂଲ୍ୟ ବୃଦ୍ଧି ହେବାର ଗୁଜବକୁ ଖଣ୍ଡନ କରିଛି।

ରିପୋର୍ଟ ଅନୁସାରେ ଆଇଫୋନ୍ ୧୬ ପ୍ରୋ ଲାଇନ୍ଅପ୍ ର ଅନ୍ୟାନ୍ୟ ଉଲ୍ଲେଖନୀୟ ପରିବର୍ତନ ବିଷୟରେ ଜଣାପଡିଛି। ଯେଉଁଥିରେ ସ୍ଲିମ୍ ବେଜେଲ୍, ଉନ୍ନତ ବ୍ୟାଟେରୀ ଏବଂ ସମସ୍ତ ମଡେଲଗୁଡିକରେ ଏକ ଟଚ ସେନସିଟିଭ କ୍ୟାମେରା ବଟନ୍ ସାମିଲ କରାଯାଇଛି। AI କ୍ଷମତା ଏବଂ ନୂତନ A୧୮ ଚିପ୍ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଏ, ଯାହା ସମଗ୍ର ଆଇଫୋନ୍ ୧୬ ସିରିଜ୍କୁ ଶକ୍ତି ଦେବ।

ତେବେ, ଆପଲ୍ ହବ୍ ଦ୍ୱାରା ପୂର୍ବାନୁମାନ କରାଯାଇଥିଲା ଯେ, ପ୍ରୋ ମଡେଲଗୁଡିକ ପାଇଁ ସମ୍ଭାବ୍ୟ ମୂଲ୍ୟ ବୃଦ୍ଧି ପାଇବ, ଆଇଫୋନ୍ ୧୬ ପ୍ରୋ ସମ୍ଭବତ ୨୫ ୨୫୬ ଜିବି ଭାରିଆଣ୍ଟ ପାଇଁ ୧,୦୯୯ ଡଲାରରୁ (ପ୍ରାୟ ୯୨,୩୦୦ ଟଙ୍କା) ଆରମ୍ଭ ହୋଇପାରେ। ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୧୯୯ ଡଲାରରୁ (ପ୍ରାୟ ୧,୦୦,୭୦୦ ଟଙ୍କା) ହୋଇପାରେ।

ଆମେରିକାର ବଜାରରେ, ବେସ୍ ଆଇଫୋନ୍ ୧୬ ମୂଲ୍ୟ ୭୯୯ ଡଲାରରୁ ଆରମ୍ଭ ହୋଇପାରେ (ପ୍ରାୟ ୬୭,୧୦୦ ଟଙ୍କା), ଯେତେବେଳେ ଆଇଫୋନ୍ ୧୬ ପ୍ଲସର ମୂଲ୍ୟ ୮୯୯ ଡଲାର (ପାଖାପାଖି ୭୫,୫୦୦ ଟଙ୍କା) ହୋଇପାରେ। ତେବେ ଆମଦାନୀ ଶୁଳ୍କ ଏବଂ ଟିକସ ଯୋଗୁଁ ଭାରତୀୟ ଗ୍ରାହକ ଅଧିକ ମୂଲ୍ୟ ଅଧିକ ରହିପାରେ।

ମନେରଖିବାକୁ ହେବ ଯେ, ଆଇଫୋନ୍ ୧୫ ସିରିଜ୍ ଭାରତରେ ଲଞ୍ଚ ହୋଇଥିବା ଆଇଫୋନ୍ ୧୫ ପ୍ରୋ ମୂଲ୍ୟ ୧,୩୪,୯୦୦ ଟଙ୍କା ଏବଂ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ୧,୫୯,୯୦୦ ରୁ ଆରମ୍ଭ ହୋଇଛି। ଆଇଫୋନ୍ ୧୫ ବେସ୍ ମଡେଲ୍ ୭୯,୯୦୦ ଟଙ୍କାରେ ଉପଲବ୍ଧ ଥିଲା, ପ୍ଲସ୍ ଭାରିଆଣ୍ଟର ମୂଲ୍ୟ ୮୯,୯୦୦ ଟଙ୍କା ଥିଲା। ଯଦି ଆମେ ତାଜା ସୂଚନାକୁ ଅନୁଧ୍ୟାନ କରିବା, ତେବେ ଆଇଫୋନ୍ ୧୬ ପ୍ରୋ ଭାରତରେ ୧,୩୪,୯୦୦ ଟଙ୍କା ହୋଇପାରେ ଯଦି କମ୍ପାନୀ ଆଇଫୋନ୍ ୧୫ ପ୍ରୋ ମୂଲ୍ୟରେ ନୂତନ ସଂସ୍କରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥାଏ। ତେବେ ପ୍ରୋ ମ୍ୟାକ୍ସ ମଡେଲ ବିଷୟରେ କିଛି ସୂଚନା ମିଳି ନ ଥିଲା ବେଳେ କମ୍ପାନୀ କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହିଁ।

ସୋମବାର ରାତିରେ ଆପଲ୍ ଆନୁଷ୍ଠାନିକ ଭାବରେ ଆଇଫୋନ୍ ୧୬ ସିରିଜ୍ ଉନ୍ମୋଚନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ, ଏହି ଲିକ୍ ହୋଇଥିବା ସୂଚନା ଗୁଡିକ କେତେ ସଠିକ୍ ଏବଂ ଆପଲ୍ ର ପ୍ରଶଂସକମାନଙ୍କ ପାଇଁ କ’ଣ ଆଶ୍ଚର୍ଯ୍ୟଜନକ ତାହା ଦେଖିବାକୁ ବାକି ରହିଛି, ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri