ଘନଘନ ବିଦ୍ୟୁତ୍‌ କାଟ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି,୨୫।୪(ଅରୁଣ ସାହୁ): ରାଜ୍ୟର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଗତ କିଛିଦିନ ହେଲା ଘନଘନ ବିଦ୍ୟୁତ୍‌ କାଟକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ।

ପ୍ରକାଶ ଯେ, କିଛିଦିନ ହେଲା ଅଞ୍ଚଳରେ ୩୬ରୁ ୩୮ ଡିଗ୍ରୀ ତାପମାତ୍ରା ରହୁଥିବା ଦିନରେ ତାପମାତ୍ରା ଅସହ୍ୟ ଅନୁଭୁତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଅଞ୍ଚଳବାସୀ ସହ୍ୟ କରିବା ମୁସ୍କିଲ ହୋଇପଡିଛି। ଯେଉଁଠି ସେପ୍ଟେମ୍ବରଠାରୁ ଜାନୁୟାରୀ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ସହ ତୁଷାରପାତ ହେଉଛି ସେଠି ଏବେ ଗୋଟିଏ ପ୍ରକାର ଅଗ୍ନିବର୍ଷା ହେଲା ଭଳି ଅନୁଭବ ହେଉଛି। ଫଳରେ ପରିବେଶବିଙ୍କ ମଧ୍ୟରେ ଚିନ୍ତା ବଢିଛି ।

ଗ୍ରୀଷ୍ମ ପ୍ରବାହ ପାଇଁ କାମଧନ୍ଦା ନ ଥିଲେ ଲୋକ ଘରୁ ପଦାକୁ ବାହାରୁନାହାନ୍ତି। ଫଳରେ ରାସ୍ତଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି। ବିଶେଷ କରି ମଧ୍ୟାନ୍ନ ୨ଟା ପରଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକେ ବାହାରକୁ ବାହାରି ପାରୁ ନାହିଁନ୍ତି।

ଅନ୍ୟପକ୍ଷେ ଗତ କିଛିଦିନ ହେଲା ଦିନ ୧୦ଟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘନଘନ ବିଦ୍ୟୁତ୍‌ କାଟ ସାଙ୍ଗକୁ ଗରମ ଏବଂ ଗୁଳୁଗୁଳି ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି। କେତେବେଳେ ଜି. ଉଦୟଗିରି ଗ୍ରୀ ରୁ ବ୍ରେକଡାଉନ ହେଲା ବୋଲି କୁହାଯାଉଥିବା ବେଳେ କେତେବେଳେ କ. ନୂଆଗାଁଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ଲାଇନ ବ୍ରେକଡାଉନ ତ ଆଉ ବହୁ ସମୟ ଧରି ଦାରିଙ୍ଗବାଡି ଠାରୁ ୧୧ କେଭି ସଂଯୋଗ ହେଉଥିବା ସିମନବାଡି ଫିଡ଼ର ଅଚଳ ଯୋଗୁ ବିଦ୍ୟୁତ ଯୋଗାଣ ଘଣ୍ଟା ଘଣ୍ଟା ଧରି ଅଚଳ ହେଉଛି। ଫଳରେ ସାଧାରଣ ହିତାଧିକାରୀ କାହାକୁ କହିବ ଶୁଣିବ କିଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସରକାରଙ୍କ ଶକ୍ତି ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବିଦ୍ୟୁତ ଯୋଗାଣକୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପ୍ରତିଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଏବେ ସାଧାରଣ ଲୋକଙ୍କୁ ହଟହଟା କରୁଛି। ଲୋକମାନେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଏପରିକି ବ୍ୟାଙ୍କ ସେବାଠାରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି। ଏନେଇ ବିଭାଗୀୟ ଯନ୍ତ୍ରୀ ଶିବପ୍ରସାଦ ନାୟକଙ୍କୁ ପଚାରିବାରୁ ବ୍ରେକ ଡାଉନ ଯୋଗୁ ବିଦ୍ୟୁତ୍‌ ସେବା ଅଚଳ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri