ଲଭିଭ୍‌ରେ ଘନଘନ କ୍ଷେପଣାସ୍ତ୍ର ମାଡ଼

ଲଭିଭ୍‌, ୨୮ା୩: ଫେବୃୟାରୀ ୨୪ରୁ ପଶ୍ଚିମ ୟୁକ୍ରେନ୍‌ର ଲଭିଭ୍‌ ସହର ରୁଷିଆର ପ୍ରଚଣ୍ଡ ଆକ୍ରମଣରୁ ଏକପ୍ରକାର ରକ୍ଷା ପାଇଥିବାବେଳେ ହଠାତ୍‌ ଘନଘନ ରୁଷୀୟ ମିଶାଇଲର ସାମ୍‌ନା କରିଛି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୋଲାଣ୍ଡ ଗସ୍ତବେଳଠାରୁ ଏହାର ସୀମା ନିକଟ ଲଭିଭ୍‌ ସହରରେ ରୁଷିଆ ଗୋଟିଏ ପରେ ଗୋଟିଏ ରକେଟ୍‌ ମାଡ଼ କରିଚାଲିଛି। ନାଟୋ ସଦସ୍ୟ ପୋଲାଣ୍ଡର ସୀମାଠାରୁ ମାତ୍ର ୭୦ କିଲୋମିଟର ଦୂରରେ ଥିବା ଲଭିଭ୍‌ରେ ମସ୍କୋର ତୀବ୍ର ଆକ୍ରମଣ ବାଇଡେନ୍‌ଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବାର୍ତ୍ତା ବୋଲି ଏହି ସହରର ମେୟର ଆଣ୍ଡ୍ରି ସାଡୋଭି କହିଛନ୍ତି। ଏହା ଏକ ବାସ୍ତବ ବିପଦ ବୋଲି ପୁଟିନ୍‌ ବାଇଡେନ୍‌ଙ୍କୁ ଚେତାବନୀ ଦେଇଥିବା ସେ ପ୍ରକାଶ କରିଛନ୍ତି।
ଏବଂ ରଣନୈତିକ ଦୃଷ୍ଟିକୋଣରୁ ଲଭିଭ୍‌ ସହରର ବେଶ୍‌ ଗୁରୁତ୍ୱ ରହିଛି। ୧୯୩୯ ମସିହା ପୂର୍ବରୁ ଲଭିଭ୍‌ ପୋଲାଣ୍ଡର ଅଂଶ ଥିଲା। ୧୯୩୯ରେ ଜର୍ମାନ-ସୋଭିଏଟ୍‌ର ପୋଲାଣ୍ଡ ଆକ୍ରମଣ ପରେ ଏହା ସୋଭିଏଟ୍‌ ସଂଘର ଅଂଶ ହୋଇଥିଲା। ୧୯୪୪-୪୬ରେ ପୋଲାଣ୍ଡ ଓ ସୋଭିଏଟ୍‌ ୟୁକ୍ରେନ୍‌ ମଧ୍ୟରେ ପପୁଲେଶନ ଏକ୍ସଚେଞ୍ଜ ବା ଲୋକଙ୍କ ସ୍ଥାନାନ୍ତର ହୋଇଥିଲା। ୧୯୯୧ରେ ଲଭିଭ୍‌ ସ୍ବାଧୀନ ୟୁକ୍ରେନ୍‌ର ଅଂଶ ପାଲଟିଥିଲା। ପଶ୍ଚିମ ୟୁକ୍ରେନ୍‌ର ସବୁଠୁ ବଡ଼ ସହର ଲଭିଭ୍‌ ଏବେ ରୁଷିଆ ଟାର୍ଗେଟରେ। ଆମେରିକା ଓ ପାଶ୍ଚାତ୍ୟ ଦେଶ ୟୁକ୍ରେନ୍‌କୁ ଯୋଗାଉଥିବା ସାମରିକ ସହାୟତାର ପ୍ରମୁଖ ଟ୍ରାନ୍‌ଜିଟ୍‌ ପଏଣ୍ଟ ଲଭିଭ୍‌ରେ ରୁଷିଆ ଆକ୍ରମଣ କରି ସେଠାରେ ଥିବା ଯୁଦ୍ଧାସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରିଛି। ଏଥିସହ କ୍ରୁଜ୍‌ ମିଶାଇଲ ଓ ଅନ୍ୟ ଦୂର ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଦ୍ୱାରା ଲଭିଭ୍‌ରେ ଥିବା ତୈଳ ଡିପୋ, ଆଣ୍ଟାଇ-ଏୟାରକ୍ରାଫ୍ଟ ସିଷ୍ଟମ୍‌ ମରାମତି ପାଇଁ ବ୍ୟବହାର ହେଉଥିବା ଏକ ପ୍ଲାଣ୍ଟ, ରାଡାର ସିଷ୍ଟମ, ଟ୍ୟାଙ୍କଗୁଡ଼ିକୁ ନଷ୍ଟ କରାଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ର ତୈଳ ଡିପୋ ଉପରେ ମସ୍କୋ ଲଗାତର ଆକ୍ରମଣ କରି ଏହାର ଅର୍ଥନୀତିକୁ ଧ୍ୱଂସ କରିଦେବାକୁ ଉଦ୍ୟମ କରୁଥିବା କୁହାଯାଉଛି। ସେପଟେ ଲଭିଭ୍‌ରେ ମିଶାଇଲ ଷ୍ଟ୍ରାଇକ୍‌ର ଭିଡିଓ ଉକ୍ତ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି। ରୁଷିଆ ଆକ୍ରମଣରେ ସାଧାରଣ ନାଗରିକ ଆହତ ହୋଇଥିବା ଲଭିଭ୍‌ ପ୍ରଶାସନ କହିଛି।

ୟୁକ୍ରେନ୍‌କୁ ଦୁଇ ଭାଗ କରିବାକୁ ଚାହୁଁଛି ରୁଷିଆ

ମିଲିଟାରି ଅପରେଶନ ନାଁରେ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷିଆ ଏହି ପୂର୍ବ ୟୁରୋପୀୟ ଦେଶକୁ ଦୁଇ ଭାଗ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍‌ ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍‌ କହିଛନ୍ତି। ଆକ୍ରମଣ ପୂର୍ବରୁ ଫେବୃୟାରୀ ୨୧ରେ ବିଚ୍ଛିନ୍ନତାବାଦୀଙ୍କ କବଳରେ ଥିବା ଡୋନ୍‌ବାସ୍‌ ଅଞ୍ଚଳର ଡୋନେସ୍କ ଓ ଲୁହାନ୍‌ସ୍କକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିଥିଲେ। ଏବେ ଲୁହାନ୍‌ସ୍କକୁ ରୁଷିଆରେ ମିଶାଇବା ପାଇଁ ସେଠାରେ ଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନ ଉଦ୍ୟମ କରୁଛନ୍ତି। ରୁଷିଆର ଅଂଶ ହେବାପାଇଁ ସେହି ଅଞ୍ଚଳରେ ଗଣଭୋଟ୍‌ ହେବ ବୋଲି ଲୁହାନ୍‌ସ୍କର ମୁଖ୍ୟ ଲିଓନିଡ୍‌ ପାସେଚିଙ୍କ୍‌ କହିଛନ୍ତି। ଖୁବଶୀଘ୍ର ଲୁହାନ୍‌ସ୍କରେ ଭୋଟ ଗ୍ରହଣ ହେବ ଏବଂ ଲୋକେ ରୁଷିଆରେ ମିଶିବା ନିମନ୍ତେ ସେମାନଙ୍କ ମତ ଦେବେ ବୋଲି ଲିଓନିଡ୍‌ ପ୍ରକାଶ କରିଛନ୍ତି। ୨୦୧୪ରେ ରୁଷିଆ ଆକ୍ରମଣ କରି ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପକୁ କବ୍‌ଜା କରିବା ପରଠାରୁ ଡୋନେସ୍କ ଓ ଲୁହାନ୍‌ସ୍କ କିଭ୍‌ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଠାକାର ଲୋକ ସାଧାରଣତଃ ରୁଷିଆ ଭାଷା କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri