ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ: ୬ ବାତିଲ, ବଦଳିଲା ୮ ଟ୍ରେନ୍‌ର ଗତିପଥ

ଅନୁଗୋଳ ଅଫିସ,୧୪।୯: ଅନୁଗୋଳ ଜିଲା ତାଳଚେର ରୋଡ଼ ଭୋଗବେରେଣି ପୋଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ସମ୍ବଲପୁରରୁ ଗହମ ନେଇ ଖୋର୍ଦ୍ଧା ଯାଉଥିବା ବେଳେ ଲାଇଚ୍ୟୁତ ହୋଇ ୫ଟି ବଗି ଓଲଟି ପଡିଥିଲା। ତେବେ ଗାର୍ଡ ଓ ଲୋକୋପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନୁଗୋଳରେ ଲଗାଣ ବର୍ଷା ହେବା ଫଳରେ ଟ୍ରେନଟି ଭୋଗବଜରିଣୀ ପୋଲ ଅତିକ୍ରମ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ଅନୁଗୋଳ ଦେଇ ଯିବାକୁ ଥିବା ୬ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟିର ଗତିପଥ ବଦଳାଯାଇଛି। ଓ ଗୋଟିଏ ଟ୍ରେନକୁ ଟର୍ମିନେଟ କରାଯାଇଥିବା ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।