ବାଲିଆପାଳ,୨୩।୧(ଅମୁଲ୍ୟ ଦାସ): ମାଲବାହୀ ଟ୍ରେନ ଲାଇନଚ୍ୟୁତ। ବାଲେଶ୍ବର ଜିଲା ଦକ୍ଷିଣ ପୂର୍ବ ରେଳପଥର ରୁପସା ରେଳ ଷ୍ଟେଶନର ଚତୁର୍ଥ ଲାଇନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ। ଷ୍ଟେଶନରେ ମାଲ ଅନଲୋଡ କରାଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଖବରପାଇ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ମରାମତି କରୁଛନ୍ତି । ତେବେ କେଉଁ କାରଣରୁ ଲାଇନଚ୍ୟୁତ ହୋଇଛି କାରଣ ଅସ୍ପଷ୍ଟ ରହିଥିବାବେଳେ ସେହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି।

