Posted inଜାତୀୟ

‘ବାକ୍‌ ସ୍ବାଧୀନତା ସମ୍ପୂର୍ଣ୍ଣ ଅଧିକାର ନୁହେଁ’

ବମ୍ବେ,୧୩।୯(ପି.ଟି.): ଭାରତୀୟ ସମ୍ବିଧାନର ଧାରା-୧୯ରେ ଉଲ୍ଲେଖ ଥିବା ବାକ୍‌ ସ୍ବାଧୀନତା(ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଆଣ୍ଡ୍‌ ଏକ୍ସେପ୍ରେଶନ) ସମ୍ପୂର୍ଣ୍ଣ ଅଧିକାର ନୁହେଁ ବୋଲି ଶୁକ୍ରବାର ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଏଥିସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ତାଙ୍କ ପୁତ୍ର ତଥା ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ ଟୁଇଟ୍‌ରେ ଅପମାନ ସୂଚକ ମନ୍ତ୍ରବ୍ୟ ଦେଇଥିବା ମହିଳାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟଙ୍କ ଯୁଗ୍ମ ଖଣ୍ଡପୀଠ ପ୍ରକାଶ କରିଛନ୍ତି। ସୁନୈନା ହୋଲେ(୩୮) ନାମ୍ନୀ ଜଣେ ମହିଳା ତାଙ୍କ ବିରୋଧରେ କରାଯାଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରିବା ଉଦ୍ଦେଶ୍ୟରେ ଆଗତ କ୍ରିମିନାଲ ପିଟିଶନର ଶୁଣାଣି କରି ବିଚାରପତି ଏସ୍‌.ଏସ୍‌. ଶିନ୍ଦେ ଏବଂ ଏମ୍‌.ଏସ୍‌. କର୍ଣ୍ଣିକ ଏହି ରାୟ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ସୁନୈନା ଭିନ୍ନ ଭିନ୍ନ ସମୟରେ ଟୁଇଟ୍‌ରେ ୩ଟି ପୋଷ୍ଟ କରିଥିଲେ। ସେଥିରୁ ଗୋଟିଏ ଏପ୍ରିଲରେ ଲକ୍‌ଡାଉନ ଆରମ୍ଭରେ କରିଥିଲେ। ସେଥିରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଜଣେ ବ୍ୟକ୍ତି କୋଭିଡ୍‌-୧୯ ବିଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଥିଲେ ଏବଂ ଏହି ପୋଷ୍ଟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ଦ୍ୱିତୀୟ ଟୁଇଟ୍‌ରେ ସେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବ୍ୟଙ୍ଗ କରିଥିଲେ। ସେହିପରି ତୃତୀୟ ଟୁଇଟ୍‌ରେ ସେ ଏକ ମେସେଜ୍‌ର ଉତ୍ତର ଦେଇଥିଲେ, ଯେଉଁଥିରେ ତାଙ୍କୁ ପଚରାଯାଇଥିଲା ଯେ, ସେ ଜଣେ ଉତ୍ତର ଭାରତୀୟ ହୋଇ ମହାରାଷ୍ଟ୍ରର ମନ୍ତ୍ରୀଙ୍କ ବିରୋଧରେ ଏପରି ସମାଲୋଚନା କିପରି କରୁଛନ୍ତି ଏବଂ ସେଥିରେ ସେ ଉତ୍ତର ଦେଇଥିଲେ ଯେ, ଯେହେତୁ ସେ ଭାରତୀୟ ସେ କୌଣସି ଭିନ୍ନତା ଅନୁଭବ କରୁନାହାନ୍ତି। ଏହାପରେ ତାଙ୍କ ବିରୋଧରେ ଆଇପିସି ଦଫା-୧୫୩(ଏ) (କୌଣସି ଧର୍ମ, ସମ୍ପ୍ରଦାୟ, ଜନ୍ମ ସ୍ଥାନ, ଭାଷାକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ମନୋଭାବ ସୃଷ୍ଟି କରିବା), ୪୯୯(ମାନହାନୀ) ଏବଂ ୫୦୫(ସର୍ବସାଧାରଣରେ ସମ୍ମାନହାନୀ ଭଳି ମନ୍ତବ୍ୟ ଦେବା)ରେ ମାମଲା ରୁଜୁ ହୋଇଥିଲା। ଅତିରିକ୍ତ ସରକାରୀ ଓକିଲ ଜେ.ପି. ୟାଗ୍ନିକ କୋର୍ଟରେ କହିଥିଲେ ଯେ, ହୋଲିଙ୍କୁ ପୋଲିସ ଏବଂ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହିବାକୁ ନୋଟିସ୍‌ ଜାରି କରାଯାଇଥିଲେ ସୁଦ୍ଧା ହାଜର ହୋଇ ନ ଥିଲେ କିମ୍ବା ତଦନ୍ତରେ ସହଯୋଗ କରୁନାହାନ୍ତି। ଅପରପକ୍ଷରେ ହୋଲିଙ୍କ ଓକିଲ ଚନ୍ଦ୍ରଚୁଡ଼ କହିଥିଲେ ଯେ, ସେ ଗିରଫକୁ ଭୟ କରି ପୋଲିସ ନିକଟରେ ହାଜର ହୋଇ ନ ଥିଲେ। ଉକ୍ତ ମାମଲାର ବିଚାର କରି ଅଦାଲତ ହୋଲିଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଗିରଫ ନ କରିବାକୁ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଆଇନ୍‌ଜୀବୀ ଚନ୍ଦ୍ରଚୁଡ଼ ଅଦାଲତରେ କହିଛନ୍ତି ଯେ, ହୋଲିଙ୍କ ଟୁଇଟ୍‌କୁ ନେଇ ଏବେ ରାଜନୀତି କରାଯାଉଛି। ତାଙ୍କର ବାକ୍‌ ସ୍ବାଧୀନତା ଉପରେ ଜାଣିଶୁଣି ଅଙ୍କୁଶ ଲଗାଯାଉଛି। ଏହାର ଉତ୍ତରରେ ଅଦାଲତ କହିଥିଲେ ଯେ, ବେଳେବେଳେ ନାଗରିକମାନେ ଭାବୁଛନ୍ତି ଯେ, ବାକ୍‌ ସ୍ବାଧୀନତା ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଟେ। ସେମାନେ ଭୁଲି ଯାଉଛନ୍ତି ଯେ, ବାକ୍‌ ସ୍ବାଧୀନତାରେ ମଧ୍ୟ କିଛି କଟକଣା ରହିଥାଏ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri