ଅଭିବ୍ୟକ୍ତିର ସ୍ବାଧୀନତା ଓ ବାଚନିକ ହିଂସା

ଇଂଲଣ୍ଡର ଲେଖକ ସଲମାନ ରଶ୍‌ଡିଙ୍କୁ ହତ୍ୟା କରିବା ଲାଗି ୨୪ ବର୍ଷୀୟ ଲେବାନୀୟ-ଆମେରିକୀୟ ହାଦି ମତାର ଉଦ୍ୟମ କରିଥିଲେ। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲା ଖୋମିନିଙ୍କର ଜଣେ ପ୍ରଶଂସକ ବୋଲି ମତାର ଦାବି କରନ୍ତି। ରଶ୍‌ଡିଙ୍କ ସାଟାନିକ ଭର୍ସେସ ଉପନ୍ୟାସ ପ୍ରକାଶ ପାଇବା ପରେ ୧୯୮୯ରେ ତାଙ୍କ ବିରୋଧରେ ଖୋମିନି ହତ୍ୟା ପତଓ୍ବା ଜାରି କରିଥିଲେ। କିନ୍ତୁ ଏହି ହତ୍ୟାକାରୀଙ୍କର ଇରାନ ସରକାରଙ୍କ ସହ ସମ୍ପର୍କ ରହିଥିବାର କୌଣସି ପ୍ରମାଣ ନାହିଁ। ତଥାପି, ଜଣେ ସମାଲୋଚକ ଉକ୍ତ ହତ୍ୟା ଉଦ୍ୟମକୁ ‘ଦେଶ ପ୍ରୋତ୍ସାହିତ ସନ୍ତ୍ରାସବାଦ’ବୋଲି କହିଛନ୍ତି। ତାଙ୍କ କଥା ପ୍ରାୟ ସତ ଜଣାପଡ଼ୁଛି। ଯଦିଓ ଇରାନ ସରକାର ରଶ୍‌ଡିଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିନାହାନ୍ତି, ତଥାପି ଖୋମିନିଙ୍କ ଫତଓ୍ବା ଏବେ ବଳବତ୍ତର ରହିଛି ଏବଂ ମତାରଙ୍କ ଭଳି କଠୋରପନ୍ଥୀ ହତ୍ୟାକାରୀଙ୍କୁ ପ୍ରେରିତ କରିବାରେ ସେହି ଦେଶ କିଛି ପରିମାଣରେ ଦୋଷୀ ହେବା ଉଚିତ।
ହତ୍ୟାକାରୀ କିମ୍ବା ହତ୍ୟାକାରୀ ହେବାକୁ ଯାଉଥିବା ବ୍ୟକ୍ତି ପୂର୍ବରୁ ହିଂସାମ୍‌ତ୍କ ଭାଷା ଦ୍ୱାରା ଉତ୍ତେଜିତ ହୋଇଥାନ୍ତି। ୨୦୧୧ରେ ନରଓ୍ବେର ଆଣ୍ଡର୍ସ ବ୍ରିଭିକ୍‌ ଏକ ସାମାଜିକ ଗଣତାନ୍ତ୍ରିକ କ୍ୟାମ୍ପରେ ୬୯ ଜଣ ଯୁବକଙ୍କୁ ହତ୍ୟା କରିଥିଲେ। ଉଦାରବାଦୀ ୟୁରୋପୀୟମାନେ ମୁସଲମାନଙ୍କୁ ସୁରକ୍ଷା ଦେବା ପାଶ୍ଚାତ୍ୟ ସଭ୍ୟତା ଉପରେ ଗମ୍ଭୀର ସଙ୍କଟ ଆଣୁଛି ବୋଲି ସତର୍କ କରୁଥିବା ଲେଖକମାନଙ୍କ ଲେଖାକୁ ସେ ଉତ୍ସୁକତାର ସହ ପଢୁଥିଲେ। ତା’ ମାନେ କ’ଣ ପାଶ୍ଚାତ୍ୟକୁ ରକ୍ଷାକରିବା ପାଇଁ ହତ୍ୟା କରିବା ଲାଗି ଲେଖକ ଓ ବ୍ଲଗରମାନଙ୍କ ଲେଖା ବ୍ରିଭିକଙ୍କୁ ପ୍ରେରିତ କରିଛି? ସେମାନେ କ’ଣ ବ୍ରିଭିକଙ୍କ ଭୟଙ୍କର କାର୍ଯ୍ୟ ନିମନ୍ତେ ଦାୟୀ ହେବେ? ରଶ୍‌ଡିଙ୍କ ବାକ୍‌ ବା ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ତାଙ୍କ ସାହସ ତଥା ଧୈର୍ଯ୍ୟ ବିଷୟରେ ଅନେକ କିଛି କୁହାଯାଇଛି ଓ ଏବେ ମଧ୍ୟ କୁହାଯାଉଛି। ଆମେରିକାରେ ମୁସଲମାନ କିମ୍ବା ବାମପନ୍ଥୀଙ୍କ ସହ ଲଢ଼େଇରେ ମାତିଥିବା ଦକ୍ଷିଣପନ୍ଥୀମାନଙ୍କୁ ଆମେରିକା ସମ୍ବିଧାନ ସୁରକ୍ଷା ଦିଏ। ସାମ୍ପ୍ରତିକ ସ୍ଥିତିରେ ଦକ୍ଷିଣପନ୍ଥୀମାନେ ମୁସଲମାନ ଓ ବାମପନ୍ଥୀମାନଙ୍କୁ ଆମେରିକା ଏବଂ ଖ୍ରୀଷ୍ଟୀୟ ଜୀବନ ଧାରା ପ୍ରତି ବିପଦ ବୋଲି ବିବେଚନା କରନ୍ତି। ସେମାନେ ବ୍ୟକ୍ତି ବିରୋଧରେ ହିଂସାମତ୍କ ବିପଦ ସୃଷ୍ଟି କରୁ ନ ଥିଲେ ମଧ୍ୟ ମୁକ୍ତ ଭାବେ ଯେକୌଣସି ସମ୍ପ୍ରଦାୟ ବା ଧର୍ମ ପ୍ରତି ଯେମିତି ଚାହିଁବେ ସେମାନଙ୍କ ଘୃଣା ପ୍ରକଟ କରିପାରୁଛନ୍ତି।
ବାକ୍‌ ବା ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କିତ ୟୁରୋପୀୟ ଆଇନଗୁଡ଼ିକ କଠିନ। ଫ୍ରାନ୍ସ ଏବଂ ଅନ୍ୟ କେତେକ ୟୁରୋପୀୟ ଦେଶରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀକୁ ଜାତି, ଧର୍ମ, ବର୍ଗ, ଜାତୀୟତା ଏବଂ ଲିଙ୍ଗ ଆଧାରରେ ବଦନାମ କିମ୍ବା ଅପମାନ କରିବା ନିଷେଧ। ତୁମେ ଇସଲାମ, ଖ୍ରୀଷ୍ଟିଆନ କିମ୍ବା ଅନ୍ୟ ଧର୍ମକୁ ଖରାପ କହିପାର, କିନ୍ତୁ ଜଣେ ବ୍ୟକ୍ତିଙ୍କ ଧର୍ମୀୟ ବିଶ୍ୱାସକୁ ଅପମାନିତ କରିପାରିବ ନାହିଁ। ଜଣଙ୍କୁ ଅପମାନିତ କରିବା ଏବଂ ତାଙ୍କ ଭାବନାକୁ କ୍ଷତି ପହଞ୍ଚାଇବା ମଧ୍ୟରେ ପ୍ରଭେଦ ରହିଛି। ଜାଣିଶୁଣି ଜଣଙ୍କର କ୍ଷତି କରିବାର ପ୍ରୟାସ ହେଉଛି ଅପମାନ। ଅନ୍ୟପକ୍ଷରେ ଭାବନାକୁ କ୍ଷତି ପହଞ୍ଚାଇବାର ମତ ଜଣଙ୍କୁ ଆପତ୍ତିଜନକ ଲାଗିପାରେ। ଏପରିକି କ୍ଷତି କରିବା ଲକ୍ଷ୍ୟ ନ ଥିଲେ ବି ଏହା ହୋଇଥାଏ। ଏକ ଅପମାନ ଲାଗି ଜଣେ ଲେଖକଙ୍କୁ ଦୋଷୀ କରାଯାଇପାରେ, କିନ୍ତୁ ମନ୍ଦ ଅନୁଭବ ପାଇଁ ନୁହେଁ। ରଶ୍‌ଡିି ସାଟାନିକ ଭର୍ସେସରେ କାହାକୁ ଅପମାନ କରିଥିବାର କୌଣସି ପ୍ରମାଣ ନାହିଁ, କିନ୍ତୁ ତାଙ୍କ ବହି ପଢିଥିବା କିମ୍ବା ନ ପଢିଥିବା ବହୁ ଲୋକଙ୍କ ଭାବନାରେ ଆଘାତ ପହଞ୍ଚାଇଥିତ୍ବା କୁହାଯାଉଛି।
ଅନେକ ବ୍ୟକ୍ତି ଅନୁସରଣ କରୁଥିବା ବିଶ୍ୱାସ ଏବଂ ଆଇନଗୁଡ଼ିକଠାରୁ ଧର୍ମକୁ ବଡ଼ ବୋଲି ଭାବନ୍ତି। ଜାତୀୟତା ଭଳି ଉକ୍ତ ଭାବନା ବ୍ୟକ୍ତି ପରିଚୟର ଆଧାରକୁ ପ୍ରତିପାଦିତ କରିପାରେ। ନିଜ ଜୀବନ ଆହ୍ବାନପୂର୍ଣ୍ଣ ବୋଲି ଜଣେ ଯେତେବେଳେ ଅନୁଭବ କରେ, ସେତେବେଳେ ବିନା କାରଣରେ ଏହାକୁ ଅପମାନ ଭାବେ ଗ୍ରହଣ କରେ। ରଶ୍‌ଡି କିମ୍ବା ଅନ୍ୟ କେହି ଲେଖକ ଅବା ବିଚାରକଙ୍କୁ ପ୍ରତିରୋଧ କରିବା ଉଚିତ ନୁହେଁ। ଆସନ୍ନ ବିପଦରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ଉଚିତ, ଯାହା ସମ୍ଭବତଃ ୟୁରୋପରେ ଘଟୁଛି। ଏହା ବ୍ୟତୀତ ବ୍ୟକ୍ତିଗତ ଅପମାନ ବା ବଦନାମରୁ ମଧ୍ୟ ରକ୍ଷା କରିବା ଦରକାର। କିନ୍ତୁ କାହିଁକି ନିର୍ଦ୍ଦିଷ୍ଟ ଭାବନା ଏବଂ ବିଶ୍ୱାସକୁ ସମାଲୋଚନା କିମ୍ବା ଉପହାସରୁ ମୁକ୍ତ ରଖାଯାଉନାହିଁ ତାହାର କାରଣ ଜଣାପଡ଼ୁନାହିଁ।
କିଏ କହିଛି ଓ କାହାକୁ କ’ଣ କହିଛି ତା’ଉପରେ ଅଭିବ୍ୟକ୍ତିର ପ୍ରଭାବ ନିର୍ଭର କରେ। ନିର୍ଦ୍ଦିଷ୍ଟ ବ୍ୟକ୍ତି, ଲେଖକ ଏବଂ ବ୍ଲଗରମାନଙ୍କ ଦ୍ୱାରା ପ୍ରୋତ୍ସାହିତ ଚରମ ଇସ୍‌ଲାମ ବିରୋଧୀ କିମ୍ବା ଉଦାରବାଦୀ ବିରୋଧୀ ଦୃଷ୍ଟିକୋଣ ଦ୍ୱାରା ବ୍ରିଭିକ ପ୍ରେରିତ ହୋଇଥିଲେ ବି ସେ କରିଥିତ୍ବା ହତ୍ୟା ପାଇଁ ସେମାନେ ଦାୟୀ ନୁହନ୍ତି। ଭୟ ଓ ଘୃଣା ଖେଳାଇବାର ସମ୍ଭାବ୍ୟ ପରିଣାମ ସମ୍ପର୍କରେ ବିଚାର ନ କରି ଜଣେ ସେମାନଙ୍କୁ ସମାଲୋଚନା କରିପାରନ୍ତି। ସେମାନେ ନୈତିକତା ଦୃଷ୍ଟିରୁ ଦୋଷୀ ହୋଇପାରନ୍ତି, କିନ୍ତୁ ସେମାନଙ୍କ ବିଚାର ସେତେ ଗୁରୁତ୍ୱ ବହନ କରେ ନାହିଁ। ଅନ୍ୟପକ୍ଷରେ ଜଣେ ରାଜନେତା କିମ୍ବା ଧର୍ମଗୁରୁ ଘୃଣା ଭାବକୁ ପ୍ରୋତ୍ସାହିତ କରିବା ସବୁଠୁ ବଡ଼ ବିପଦ। ଖୋମିନିଙ୍କ ଫତଓ୍ବାର ପରିଣାମ ସମ୍ପୂର୍ଣ୍ଣ ସ୍ପଷ୍ଟ। ସାଟାନିକ ଭର୍ସେସକୁ ଅନୁବାଦ କରିଥିବା ଜାପାନୀ ଅନୁବାଦକଙ୍କୁ ୧୯୯୧ରେ ହତ୍ୟା କରାଯାଇଥିଲା। ଇଟାଲୀ ଓ ନରଓ୍ବେର ଅନୁବାଦକ ହିଂସାମତ୍କ ଆକ୍ରମଣରୁ ରକ୍ଷା ପାଇଯାଇଥିଲେ। ରଶ୍‌ଡିଙ୍କୁ ହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ପ୍ରାୟତଃ ସଫଳ ହୋଇଛନ୍ତି। କିନ୍ତୁ ଏସବୁ ପାଇଁ କେବଳ ଇରାନର ଧର୍ମଯାଜକମାନେ ନୁହନ୍ତି, ବରଂ ବାଚନିକ ହିଂସା ଦ୍ୱାରା ଯେଉଁ ଉତ୍ତେଜନା ସୃଷ୍ଟି ହେଉଛି ତାହା ସବୁଠୁ ଘାତକ ସାବ୍ୟସ୍ତ ହୋଇଛି।
ସର୍ବସମ୍ମତି ଉପରେ ମୁକ୍ତ ଓ ଗଣତାନ୍ତ୍ରିକ ସମାଜଗୁଡ଼ିକ ନିର୍ଭର କରେ; ଯାହାଦ୍ୱାରା ବିବାଦୀୟ ସ୍ବାର୍ଥ ଏବଂ କ୍ଷମତା ପ୍ରତିଯୋଗିତାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରେ। ବୈଧ ଓ ନିଷ୍ପକ୍ଷ ନିର୍ବାଚନ ପରେ ସରକାର ପରିବର୍ତ୍ତନକୁ ଗ୍ରହଣ କରାଯିବା ଉଚିତ। ରାଜନୈତିକ ବିଚାରକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ଶତ୍ରୁଭାବେ ଦେଖିବା ଉଚିତ ନୁହେଁ। କିନ୍ତୁ ଆମେରିକାର ରିପବ୍ଲିକାନ ପାର୍ଟିରେ ସେଭଳି ଦୃଷ୍ଟିକୋଣ ନାହିଁ। ଅନେକ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲାମ ହୋଇ ରହିଛନ୍ତି। କଂଗ୍ରେସର ରିପବ୍ଲିକାନ ପାର୍ଟିର କଠୋରପନ୍ଥୀ ସଦସ୍ୟମାନେ ନିୟମିତ ଭାବେ ଡେମୋକ୍ରାଟମାନଙ୍କୁ ଏପରି କି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପେକ୍ଷା କରୁଥିବା ରିପବ୍ଲିକାନମାନଙ୍କୁ ବିଶ୍ୱାସଘାତକ ଭାବେ ଚିତ୍ରଣ କରୁଛନ୍ତି। ୨୦୧୬ରେ ନିର୍ବାଚନ ପ୍ରଚାରରେ ଟ୍ରମ୍ପ ତାଙ୍କ ବିରୋଧୀଙ୍କୁ ଜେଲରେ ରଖିବା ଲାଗି କହିଥିଲେ। ବହୁ ରିପବ୍ଲିକାନ ରାଜନେତା ଗୃହଯୁଦ୍ଧ ଆରମ୍ଭ ହୋଇଥିବା କହିଥିଲେ ଓ ନାଗରିକମାନେ ଅସ୍ତ୍ର ଧରି ବାହାରି ଆସିବା ଉପରେ ଗୁରୁତ୍ୱ ଦେଇଥିଲେ। ପରିଣାମ ସ୍ବରୂପ, ୨୧ ଜାନୁୟାରୀ ୨୦୨୧ରେ ହିଂସୁକ ଲୋକମାନେ ଟ୍ରମ୍ପ ଏବଂ ତାଙ୍କ ରାଜନେତାଙ୍କ କଥାକୁ ଗୁରୁତ୍ୱ ଦେଇ କ୍ୟାପିଟଲକୁ ପଶିଯାଇଥିଲେ।
କୁଟିଳ ବ୍ୟକ୍ତି କିମ୍ବା ଲୋକଙ୍କୁ ଭ୍ରମିତ କରୁଥିବା କଠୋରପନ୍ଥୀଙ୍କ ମନ୍ତବ୍ୟ ଏବଂ ସରକାରୀ ପଦସ୍ଥ ବ୍ୟକ୍ତିଙ୍କ ମତ ମଧ୍ୟରେ ପାର୍ଥକ୍ୟ ରହିଛି। ଇଣ୍ଟରନେଟ କିମ୍ବା ଟେଲିଭିଜନରେ ମିଥ୍ୟା ଏବଂ ଗାଳିକୁ ପ୍ରସାର କରୁଥିତ୍ବା ବ୍ୟକ୍ତିମାନେ ଅନେକାଂଶରେ ବିପଜ୍ଜନକ ଓ ଘୃଣାସ୍ପଦ। କିନ୍ତୁ ଘୃଣା ମନ୍ତବ୍ୟ ଦେଇ ଲୋକଙ୍କୁ ହତ୍ୟା କରିବା ଲାଗି ଉସୁକାଉଥିବା ରାଜନୈତିକ ଏବଂ ଧର୍ମୀୟ ନେତାମାେନେ ତା’ଠାରୁ ଘୃଣ୍ୟ ଓ ବିପଜଜ୍ଜନକ।

– ଇଆନ ବୁରୁମା
ଲେଖକ, ନେଦରଲାଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?