ସ୍ବାଧୀନତା ଆନ୍ଦୋଳନ ଓ ସ୍ବାମୀ ବିବେକାନନ୍ଦ

ଭାରତର ସ୍ବାଧୀନତା ପ୍ରାପ୍ତି ଥିଲା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ସୁଭାଷ ବୋଷଙ୍କ ଦିଲ୍ଲୀ ଚଲୋ ଅଭିଯାନର ସମ୍ମିଳିତ ଫଳଶ୍ରୁତି। ସ୍ବାଧୀନତା ଆନ୍ଦୋଳନରେ ଏହି ଉଭୟ ଦେଶପ୍ରେମୀଙ୍କ ଅବଦାନ ସମ୍ପର୍କରେ ପର୍ଯ୍ୟାପ୍ତ ଆଲୋଚନା ହୋଇଛି। ମାତ୍ର ସ୍ବୟଂ ମହାତ୍ମା ଗାନ୍ଧୀ ଓ ସୁଭାଷ ବୋଷଙ୍କ ସ୍ବୀକାରୋକ୍ତି ସତ୍ତ୍ୱେ ଏହି ସଂଗ୍ରାମର ଭିତ୍ତି ପ୍ରସ୍ତୁତ କରିଥିବା ସ୍ବାମୀ ବିବେକାନନ୍ଦଙ୍କ ଅବଦାନ ସମ୍ପର୍କରେ କ୍ୱଚିତ୍‌ ଆଲୋଚନା ହୁଏ। ସୁଭାଷ ବୋଷ ସ୍ବାମିଜୀଙ୍କ ସମ୍ପର୍କରେ କହିଥିଲେ ”ସେ ନୂଆପିଢ଼ିର ଯୁବକମାନଙ୍କ ଭିତରେ ଭାରତର ଅତୀତ ଗର୍ବ ଓ ଗୌରବର ଭାବ ସଞ୍ଚାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଓ ଆତ୍ମମର୍ଯ୍ୟାଦା ଜାଗ୍ରତ କରିଥିଲେ। ଯଦିଓ ସେ କେବେ ରାଜନୈତିକ ବାର୍ତ୍ତା ଦେଇନାହାନ୍ତି, ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ବା ତାଙ୍କ ବାଣୀ ଶୁଣିଛି ସେ ଦେଶାତ୍ମବୋଧ ଭାବଧାରାରେ ଉଦ୍‌ବୁଦ୍ଧ ହୋଇଛି। ସେ ଯଦି ବଞ୍ଚତ୍ଥାନ୍ତେ ମୁଁ ତାଙ୍କ ପାଦତଳେ ପଡ଼ିଥାନ୍ତି। ସେ ହୋଇଥାନ୍ତେ ମୋ ଗୁରୁ। ଆଜିର ସ୍ବାଧୀନତା ଆନ୍ଦୋଳନର ଭିତ୍ତି ସ୍ବାମିଜୀଙ୍କ ବାର୍ତ୍ତାରୁ ହିଁ ଆରମ୍ଭ ହୋଇଛି।“ ମହାତ୍ମା ଗାନ୍ଧୀ ୧୯୦୧ରେ ଦକ୍ଷିଣ ଆଫ୍ରିକାରୁ କିଛିଦିନ ପାଇଁ ଭାରତ ଆସିଥିବାବେଳେ କଲିକତାରେ ବିବେକାନନ୍ଦଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସ୍ବାମିଜୀଙ୍କ ଦେହ ଭୀଷଣ ଅସୁସ୍ଥ ଥିବାରୁ ସେ ତାଙ୍କ ସହ ସାକ୍ଷାତ କରି ପାରି ନ ଥିଲେ। ତା’ପରେ ସେ ପୁଣି ଦକ୍ଷିଣ ଆଫ୍ରିକା ଫେରିଗଲେ। ୧୯୦୨ ରେ ସ୍ବାମିଜୀଙ୍କ ମୃତ୍ୟୁ ହୋଇଥିଲା। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ବିଦାୟ ନେଇ ଭାରତ ଚାଲିଆସିବା ପରେ ୧୯୨୧ ରେ ସ୍ବାମିଜୀଙ୍କୁ ସମ୍ମାନ ଜଣାଇବା ପାଇଁ ବେଲୁଡ଼ ମଠକୁ ଯାଇଥିଲେ। ସେତେବେଳେ ସେ କହିଥିଲେ ”ମୁଁ ଏଠାକୁ ଆସିଛି ସ୍ବାମିଜୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ। ମୁଁ ତାଙ୍କର ସମସ୍ତ କୃତିକୁ ଅଧ୍ୟୟନ କରିଛି ଓ ତଦ୍ଦ୍ବାରା ମୋର ଦେଶପ୍ରେମ ଯାହାଥିଲା ତାହା ଏକ ହଜାର ଗୁଣ ବର୍ଦ୍ଧିତ ହୋଇଛି।“
ସନ୍ନ୍ୟାସ ଗ୍ରହଣ କରିବା ପରେ ବିବେକାନନ୍ଦ ପରିବ୍ରାଜକ ଭାବରେ ସମଗ୍ର ଭାରତ ପରିଭ୍ରମଣ କଲେ। ୧୮୯୨ର ଘଟଣା । ମହାରାଷ୍ଟ୍ରରେ ଭ୍ରମଣ କରିବା ସମୟରେ ଥରେ ସେ ଟ୍ରେନ ଯୋଗେ ପୁଣେ ଯାଉଥାନ୍ତି। ସେହି ବଗିରେ ଆଲୋଚନାରେ ମଗ୍ନଥାନ୍ତି ତିନିଜଣ ମରାଠୀ ଯୁବକ। ବିଷୟବସ୍ତୁ ଥାଏ ସନ୍ନ୍ୟାସର ଧର୍ମ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଯୁକ୍ତି ଥାଏ ଭାରତରେ ପ୍ରଚଳିତ ଥିବା ସନ୍ନ୍ୟାସ ମାର୍ଗ ସମୟ ଅପଚୟ ଓ ନିଷ୍ଫଳ।
ସନ୍ନ୍ୟାସ ଗ୍ରହଣ ନ କରି ବରଂ ସମାଜ ସଂସ୍କାର କର୍ମରେ ବ୍ରତୀ ହେବା ସ୍ବାଗତଯୋଗ୍ୟ। ମାତ୍ର ତୃତୀୟ ବ୍ୟକ୍ତି ଜଣକ ସେମାନଙ୍କ ଯୁକ୍ତି ଖଣ୍ଡନ କରି ଭାରତର ସନ୍ନ୍ୟାସୀ ସମ୍ପ୍ରଦାୟର ତ୍ୟାଗ ଓ ସମର୍ପଣ ଭାବ ଉପରେ ଆଲୋକପାତ କରୁଥାନ୍ତି। ସ୍ବାମିଜୀ ସେମାନଙ୍କ ଯୁକ୍ତିତର୍କ ଶୁଣୁଶୁଣୁ ଆଲୋଚନାରେ ଭାଗନେଲେ ଓ ସନ୍ନ୍ୟାସ ପରମ୍ପରାର ଯଥାର୍ଥତା ପ୍ରତିପାଦନ କଲେ।
ତାଙ୍କର ବ୍ୟାଖ୍ୟା ଏତେ ପ୍ରଭାବଶାଳୀ ଥିଲା ଯେ ତୃତୀୟ ଯୁବକ ଜଣକ ମୁଗ୍ଧ ହୋଇ ସ୍ବାମିଜୀଙ୍କୁ ନିଜ ଘରକୁ ପାଛୋଟି ଆଣିଲେ। ସେହି ଯୁବକ ଥିଲେ ବାଲ୍‌ ଗଙ୍ଗାଧର ତିଲକ। ତାଙ୍କ ଘରେ କିଛିଦିନର ରହଣି ଭିତରେ ଭାରତର ରାଜନୈତିକ ପରିସ୍ଥିତି ଉପରେ ଉଭୟଙ୍କ ମଧ୍ୟରେ ଯେଉଁ ଭାବର ଆଦାନ ପ୍ରଦାନ ହୋଇଥିଲା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତିଲକ ସ୍ବାମିଜୀଙ୍କୁ ପଚାରିଲେ, ”ରାଜନୀତିରେ ଆପଣଙ୍କ କିଛି ବି ଆଗ୍ରହ ନାହିଁ ?“ ସ୍ବାମିଜୀଙ୍କ ଉତ୍ତର ଥିଲା ”ଈଶ୍ୱରଙ୍କୁ ଭଲ ପାଉଥିବା ଓ ଖୋଜୁଥିବା ସନ୍ନ୍ୟାସୀର ରାଜନୀତିରେ ଆଗ୍ରହ ରହିବ କାହିଁକି?“ ତିଲକ କହିଲେ, ”ଆଜି ଆମ ଦେଶ ଇଂରେଜମାନଙ୍କ ପଦାନତ। ଲୋକେ ନିଷ୍ପେଷିତ ଓ ନିର୍ଯାତିତ। ଏହିଭଳି ପରିସ୍ଥିତିରେ ଆମେ ରାଜନୀତିରୁ ନିଜକୁ ପୃଥକ୍‌ କରି ବଞ୍ଚତ୍ବା କିପରି?“ ସ୍ବାମିଜୀ କହିଲେ, ”ମୁଁ ଦେଶବାସୀଙ୍କ ଦୁର୍ଦ୍ଦଶା ପ୍ରତି ଉଦାସୀନ ନୁହେଁ। ମାତ୍ର ଭାରତର ସମସ୍ୟାର ସମାଧାନ ରାଜନୀତି ନୁହେଁ।“ ତିଲକ ପ୍ରଶ୍ନ କଲେ, ”ତାହେଲେ ସମାଧାନ କ’ଣ?“ ସ୍ବାମିଜୀ ଉତ୍ତର ଦେଲେ ”ଏହାର ସମାଧାନ ରାଜନୀତିକ ଉପାୟରେ ସମ୍ଭବ ନୁହେଁ। ସମସ୍ୟା ହେଉଛି ଆମ ଦେଶବାସୀଙ୍କ ଲୋଭ, ସ୍ବାର୍ଥ, ଭୋଗଲିପ୍‌ସା ଓ ଅହଂକାର।“ ତିଲକ ମନ୍ତବ୍ୟ ଦେଲେ ”ତାହେଲେ ଆମେ ରାଜନୈତିକ ସଂଘର୍ଷ ନ କରି ଲୁହା ଶିକୁଳିରେ ବାନ୍ଧି ହୋଇ ପଡ଼ିଥିବା ଭାରତମାତାଙ୍କୁ ମୁକ୍ତ କରିବା କିପରି?“ ତିଲକଙ୍କ ଏହି ପ୍ରଶ୍ନର ଉପରେ ସ୍ବାମିଜୀ କହିଲେ ”ଭାରତମାତାଙ୍କୁ କିଏ କାହିଁକି ବାନ୍ଧି ରଖିଛି? ଏହା କ’ଣ ଇଂରେଜମାନଙ୍କ କ୍ଷମତା ବିସ୍ତାର କରିବାର ଇଚ୍ଛା ନା ଭାରତୀୟ ଶାସକବର୍ଗଙ୍କ ସ୍ବାର୍ଥ ଓ ଲୋଭ? ଇଂରେଜମାନଙ୍କ ବନ୍ଧୁକ ନା ଭାରତୀୟମାନଙ୍କ ଭୋଗବିଳାସ ଓ କାପୁରୁଷତା? ହିନ୍ଦୁମାନଙ୍କ ଚରିତ୍ରର ଅଧଃପତନ ହୋଇ ନଥିଲେ, ଈର୍ଷା ଓ ଦ୍ୱେଷରେ ବୁଡ଼ିରହି ପରସ୍ପର ବିରୋଧରେ ବିଦେଶୀ ସାହାଯ୍ୟ ଭିକ୍ଷା କରି ନ ଥିଲେ ଇଂରେଜମାନେ କ’ଣ ଆମ ଦେଶରେ ପାଦ ପକାଇ ପାରିଥାନ୍ତେ?“ ତିଲକ କହିଲେ, ”ବର୍ତ୍ତମାନ ଏସବୁ ତ ଘଟିସାରିଛି। ଏଣୁ ଏବେ ରାଜନୈତିକ ସଂଘର୍ଷ ହି ଏକମାତ୍ର ଉପାୟ।“ ସ୍ବାମିଜୀଙ୍କ ଶେଷ ଉତ୍ତର ଥିଲା, ”ନା, ହିନ୍ଦୁମାନଙ୍କ ଚରିତ୍ର ଯଦି ଏହିପରି ରହେ, କୌଣସି ରାଜନୈତିକ ସଂଘର୍ଷ ଆମକୁ ସ୍ବାଧୀନତା ଆଣିଦେବ ନାହିଁ। ଚରିତ୍ର ନ ବଦଳିଲେ ସ୍ବାଧୀନତା ମିଳିଗଲେ ମଧ୍ୟ ପୁଣି ଦାସତ୍ୱ ଘେରିଯିବ। ସମସ୍ୟା ହେଉଛି ଚାରିତ୍ରିକ। ଆମକୁ ଦେଶର ଚରିତ୍ରରେ ପରିବର୍ତ୍ତନ ଆଣିବାକୁ ହେବ ଓ ଏହାର ଏକମାତ୍ର ଉପାୟ ହେଉଛି ଆଧ୍ୟାତ୍ମିକତା। ରାଜନୈତିକ ଆନ୍ଦୋଳନ ଉପରେ ମୁଁ ଏକ ଆଧ୍ୟାତ୍ମିକ ଆନ୍ଦୋଳନ ଚାହେଁ। “ ସ୍ବାମିଜୀ ତିଲକଙ୍କଠାରୁ ବିଦାୟ ନେବା ପରେ ସେମାନଙ୍କ ମଧ୍ୟରେ ପୁନର୍ବାର ସାକ୍ଷାତ ସମ୍ଭବ ହୋଇ ପାରି ନ ଥିଲା। ମାତ୍ର ତିଲକ ଏହି ସନ୍ନ୍ୟାସୀଙ୍କ ପ୍ରଜ୍ୱଳିତ ଚିନ୍ତାଧାରାରେ ଅଗ୍ନି ଭଳି ତେଜୀୟାନ ହୋଇଥିଲେ ଓ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।
ସ୍ବାମୀ ବିବେକାନନ୍ଦ ପାଶ୍ଚାତ୍ୟରୁ ଫେରି ଭାରତବର୍ଷରେ ପାଦ ଦେବା ପରେ ଯେଉଁ କାର୍ଯ୍ୟ ହାତକୁ ନେଇଥିଲେ ତାହା ଧର୍ମପ୍ରଚାର ନ ଥିଲା କି ସ୍ବାଧୀନତା ଆନ୍ଦୋଳନ ନ ଥିଲା। ଦୁଇଶହ ବର୍ଷଧରି ଇଂରେଜମାନଙ୍କ ଦ୍ୱାରା ନିଷ୍ପେଷିତ ନିର୍ଯାତିତ ଆତ୍ମପ୍ରତ୍ୟୟହୀନ ଭାରତବାସୀ ଶକ୍ତିହୀନ ହୋଇପଡ଼ିଥିଲେ। ମାଡ୍ରାସର ଭିକ୍ଟୋରିଆ ହଲ୍‌ରେ ସେ କହିଥିଲେ ”ଇଂରେଜମାନେ ଆତ୍ମବିଶ୍ୱାସୀ, ତୁମେମାନେ ନୁହଁ, ଏହା ହେଉଛି ପ୍ରଭେଦ। ତୁମକୁ କୁହାଯାଇଛି ତୁମେ କିଛି କରିପାରିବ ନାହିଁ। ତେଣୁ ଆତ୍ମବିଶ୍ୱାସୀ ହୁଅ। ସ୍ନାୟୁକୁ ସବଳ କର। ଆମର ଦରକାର ଲୁହାର ପେଶୀ ଓ ଇସ୍ପାତର ସ୍ନାୟୁ। ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେବା ପରି ଦୃଢ଼ ଇଚ୍ଛାଶକ୍ତି ଦରକାର। ନିଜଠାରେ ବିଶ୍ୱାସ, ଈଶ୍ୱରଙ୍କ ଉପରେ ବିଶ୍ୱାସ-ତାହା ହିଁ ସବୁ ମହାନ୍‌ ସିଦ୍ଧିର ଗୁପ୍ତ କଥା। ଯଦି ତୁମର ତେତିଶକୋଟି ଦେବଦେବୀ ସମେତ ବିଦେଶରୁ ଆମଦାନୀ ହୋଇଥିବା ସବୁ ଦେବତାଙ୍କୁ ତୁମେ ବିଶ୍ୱାସ କରୁଥାଅ, ଅଥଚ ତୁମର ଆମତ୍ବିଶ୍ୱାସ ନାହିଁ, ତେବେ ମୁକ୍ତିଲାଭ ଅସମ୍ଭବ।“ ମୋଟ ଉପରେ ଭାରତର ସ୍ବାଧୀନତାପ୍ରାପ୍ତି ପଛରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନ ଅନସ୍ବୀକାର୍ଯ୍ୟ।

  • ଡ.ଛାୟାକାନ୍ତ ଷଡ଼ଙ୍ଗୀ
    ମୋ: ୯୪୩୭୩୨୯୨୬୩

Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri