ଜୀବନ ସଂଗ୍ରାମରେ ହାରିଗଲେ ସ୍ବାଧୀନତା ସଂଗ୍ରାମୀ

ସମ୍ବଲପୁର,୨୦ା୨(ବ୍ୟୁରୋ): ଜୀବନ ସଂଗ୍ରାମରେ ହାରିଯାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା। ସମ୍ବଲପୁରର ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷରେ ଶନିବାର ତାଙ୍କର ପରଲୋକ ଘଟିଛି। ଶେଷଶଯ୍ୟା ନିକଟରେ ପୋଷ୍ୟ ଭାବେ ଗ୍ରହଣ କରିଥିବା ଝିଅ ନୀରୁତ୍ପଳା ଗୁପ୍ତା, ଜ୍ୱାଇଁ ପ୍ରଫୁଲ୍ଲ ମହାନା ଉପସ୍ଥିତ ଥିଲେ। ଖବର ପାଇ ଜିଲା ପ୍ରଶାସନର ବହୁ ଅଧିକାରୀ, ସାମାଜିକ କର୍ମୀ, ରାଜନେତା ତାଙ୍କ ଶେଷଦର୍ଶନ କରିଥିଲେ।