ସଂଗ୍ରାମୀ କବି ବାଞ୍ଛାନିଧି

ନିଶାକର ରାଉତ

 

ବାଞ୍ଛାନିଧି ମହାନ୍ତି ୧୮୯୭ ଏପ୍ରିଲ ୨୦ ତାରିଖ ଭଦ୍ରକ ଜିଲା ଇରମ (ଚକଲା)ରେ ପିତା ଚିନ୍ତାମଣି ମହାନ୍ତି ଓ ମାତା ପବିତ୍ରା ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ । ପିଲାଦିନରୁ ସଙ୍ଗୀତ, ଲେଖା ତଥା ସେବା ପ୍ରତି ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଥିଲା। ବାଞ୍ଛାନିଧି ପିଲାଦିନରୁ ସମାଜ ସେବାର ପଥ ବାଛି ନେଇଥିଲେ। ସେତେବେଳେ ଭଦ୍ରକରେ ଗୋଟିଏ ସ୍କୁଲ ଥିଲା। ସେଥିରେ ବାଞ୍ଛାନିଧିଙ୍କ ନାମ ଲେଖାଗଲା। ମାତ୍ର ପାଠ ସହିତ ସଙ୍ଗୀତ ପ୍ରତି ତାଙ୍କର ମଧ୍ୟ ଆଗ୍ରହ ସୃଷ୍ଟି ହେଲା। ଏଥିରେ ତାଙ୍କର ବନ୍ଧୁ ବୈଷ୍ଣବ ଚରଣ ଦାସ ସାହାଯ୍ୟ କଲେ। ସେ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ମଧ୍ୟ ଅଭ୍ୟାସ କରି ପାରଙ୍ଗମ ହୋଇପାରିଥିଲେ। ସେ ୧୯୧୧; ମାତ୍ରା ୧୪ ବର୍ଷରେ ମାଟ୍ରିକ୍‌ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଉଚ୍ଚଶିକ୍ଷା ପାଇଁ ବାଞ୍ଛାନିଧି କଟକ ରେଭେନ୍ସା କଲେଜରେ ନାମ ଲେଖାଇ ଥିଲେ। ପାଠ ପଢ଼ିବା ବେଳେ ଜଣେ ବନ୍ଧୁଙ୍କ ସହିତ ଘନିଷ୍ଠତା ହୋଇଥିଲା, ସେ ଥିଲେ କୃଷ୍ଣପ୍ରସାଦ ବସୁ। ଉଭୟ ପ୍ରତ୍ୟେକ ସନ୍ଧ୍ୟାରେ ମହାନଦୀ ପଠା ବାଲୁକାରେ ବସି ସଙ୍ଗୀତ ଓ ତାଳ ବିଷୟରେ ଚର୍ଚ୍ଚା କରୁଥିଲେ। ତା’ପରେ ବି.ଏ. ପଢ଼ା ଆରମ୍ଭ ହେଲା। କଲେଜ ପଢ଼ିଲା ସମୟରେ ସେ ଗୋପବନ୍ଧୁ ଦାସଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନ କରିଥିଲେ। ୧୯୧୫ରେ ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବାଞ୍ଛାନିଧି ବାବୁଙ୍କ କର୍ମମୟ କ୍ରାନ୍ତିକାରୀ ଜୀବନ ଆରମ୍ଭ ହୁଏ ୧୯୧୯ ଜାଲିଆନାୱାଲାବାଗ୍‌ ହତ୍ୟାକାଣ୍ଡ ପରେ। ସ୍ବଦେଶୀ ଆନ୍ଦୋଳନ ଓ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଯାଇଥାଏ। ବାଞ୍ଛାନିଧିବାବୁ ଏହି ଆନ୍ଦୋଳନରେ ସକ୍ରିୟ ଯୋଗ ଦେଇ ସାରା ଜିଲାରେ ଜାତୀୟ ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ ଓ ସକ୍ରିୟ ଯୋଗଦାନ ପାଇଁ ପ୍ରବର୍ତ୍ତାଉଥିଲେ। ସେ ଗଁା ଗଁାରେ ସାଇକେଲରେ ବୁଲି ବୁଲି ହାରମୋନିୟମ ବଜାଇ ନିଜ ସୁମଧୁର ସଙ୍ଗୀତ ଗାନ ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରି ସ୍ବାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ଆକୃଷ୍ଟ କରିପାରୁଥିଲେ।
୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ଥର ଭଦ୍ରକ ଓ ଓଡ଼ିଶା ଆଗମନରେ ଭଦ୍ରକ ବାଗୁରାଇ ସ୍କୁଲ ସଭାରେ ବାଞ୍ଛାନିଧିବାବୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ୧୯୩୦ରେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ଦାଣ୍ଡିଯାତ୍ରା ଦ୍ୱାରା ସାରା ଭାରତର ବିଶେଷତଃ ସମୁଦ୍ରକୂଳିଆ ପ୍ରବେଶରେ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହୋଇଥିଲା। ବାଲେଶ୍ୱର ଜିଲା ଯେହେତୁ ସମୁଦ୍ର ସଂଲଗ୍ନ ଆନ୍ଦୋଳନରେ ବାଞ୍ଛାନିଧି ମହାନ୍ତି, ଚକ୍ରଧର ବେହେରା, ସନ୍ଥା ବେହେରା, ଭଗବାନ ଦୀକ୍ଷିତ, ଗୌରାଙ୍ଗ ମହାନ୍ତି, ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ଗଣେଶ ତ୍ରିପାଠୀ, କମଳା ପ୍ରସାଦ କର ଓ ଅନ୍ୟମାନଙ୍କ ସକ୍ରିୟ ସହଯୋଗରେ ବ୍ୟାପକରୁ ବ୍ୟାପକ ହୋଇଥିଲା।
ସାଧାରଣ ଲୋକଙ୍କୁ ସଚେତନ କରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେବା ପାଇଁ ସାଇକେଲରେ ଗଁା ଗଁା ବୁଲି ହାରମୋନିୟମ ଧରି ସୁମଧୁର ସ୍ବରରେ ଜାତୀୟ ସଙ୍ଗୀତ ଗାଉଥିଲେ। ସେ ଜଣେ କର୍ମଯୋଗୀ ଥିଲେ। ମାତ୍ର ୪୧ବର୍ଷ ବଞ୍ଚତ୍ ଥିଲେ। ୧୯୩୮ ଏପ୍ରିଲ ୧୯ ତାରିଖରେ ବସନ୍ତ ରୋଗରେ ପୀଡ଼ିତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ପ୍ରାଣ ତ୍ୟାଗ କରିଥିଲେ। କର୍ମମୟ ଜୀବନ ଥିଲା ମାତ୍ର ୨୦ ବର୍ଷ। ସମୟେ ସମୟେ ଭିଡ଼ ମଧ୍ୟରୁ ଜଣେ ଜଣେ ଅସାଧାରଣ ବ୍ୟକ୍ତିଙ୍କ ଆବିର୍ଭାବ ହୁଏ, ଯେଉଁମାନେ କି ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ଓ ନିଆରା, ସେ ଥିଲେ ବାଞ୍ଛାନିଧି ବାବୁ। ସେ ଚାରୋଟି ଆନ୍ଦୋଳନରେ ସକ୍ରିୟ ଥିଲେ- ସ୍ବାଧୀନତା, କନିକା, ଭାଷା ଓ ପ୍ରଦେଶ ଏକତ୍ରୀକରଣ।
ବଚ୍ଛଦା, ଇରମ, ଭଦ୍ରକ
ମୋ- ୭୦୦୮୨୩୯୪୫୪


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri