ସଂଗ୍ରାମୀ କବି ବାଞ୍ଛାନିଧି

ନିଶାକର ରାଉତ

 

ବାଞ୍ଛାନିଧି ମହାନ୍ତି ୧୮୯୭ ଏପ୍ରିଲ ୨୦ ତାରିଖ ଭଦ୍ରକ ଜିଲା ଇରମ (ଚକଲା)ରେ ପିତା ଚିନ୍ତାମଣି ମହାନ୍ତି ଓ ମାତା ପବିତ୍ରା ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ । ପିଲାଦିନରୁ ସଙ୍ଗୀତ, ଲେଖା ତଥା ସେବା ପ୍ରତି ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଥିଲା। ବାଞ୍ଛାନିଧି ପିଲାଦିନରୁ ସମାଜ ସେବାର ପଥ ବାଛି ନେଇଥିଲେ। ସେତେବେଳେ ଭଦ୍ରକରେ ଗୋଟିଏ ସ୍କୁଲ ଥିଲା। ସେଥିରେ ବାଞ୍ଛାନିଧିଙ୍କ ନାମ ଲେଖାଗଲା। ମାତ୍ର ପାଠ ସହିତ ସଙ୍ଗୀତ ପ୍ରତି ତାଙ୍କର ମଧ୍ୟ ଆଗ୍ରହ ସୃଷ୍ଟି ହେଲା। ଏଥିରେ ତାଙ୍କର ବନ୍ଧୁ ବୈଷ୍ଣବ ଚରଣ ଦାସ ସାହାଯ୍ୟ କଲେ। ସେ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ମଧ୍ୟ ଅଭ୍ୟାସ କରି ପାରଙ୍ଗମ ହୋଇପାରିଥିଲେ। ସେ ୧୯୧୧; ମାତ୍ରା ୧୪ ବର୍ଷରେ ମାଟ୍ରିକ୍‌ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଉଚ୍ଚଶିକ୍ଷା ପାଇଁ ବାଞ୍ଛାନିଧି କଟକ ରେଭେନ୍ସା କଲେଜରେ ନାମ ଲେଖାଇ ଥିଲେ। ପାଠ ପଢ଼ିବା ବେଳେ ଜଣେ ବନ୍ଧୁଙ୍କ ସହିତ ଘନିଷ୍ଠତା ହୋଇଥିଲା, ସେ ଥିଲେ କୃଷ୍ଣପ୍ରସାଦ ବସୁ। ଉଭୟ ପ୍ରତ୍ୟେକ ସନ୍ଧ୍ୟାରେ ମହାନଦୀ ପଠା ବାଲୁକାରେ ବସି ସଙ୍ଗୀତ ଓ ତାଳ ବିଷୟରେ ଚର୍ଚ୍ଚା କରୁଥିଲେ। ତା’ପରେ ବି.ଏ. ପଢ଼ା ଆରମ୍ଭ ହେଲା। କଲେଜ ପଢ଼ିଲା ସମୟରେ ସେ ଗୋପବନ୍ଧୁ ଦାସଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନ କରିଥିଲେ। ୧୯୧୫ରେ ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବାଞ୍ଛାନିଧି ବାବୁଙ୍କ କର୍ମମୟ କ୍ରାନ୍ତିକାରୀ ଜୀବନ ଆରମ୍ଭ ହୁଏ ୧୯୧୯ ଜାଲିଆନାୱାଲାବାଗ୍‌ ହତ୍ୟାକାଣ୍ଡ ପରେ। ସ୍ବଦେଶୀ ଆନ୍ଦୋଳନ ଓ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଯାଇଥାଏ। ବାଞ୍ଛାନିଧିବାବୁ ଏହି ଆନ୍ଦୋଳନରେ ସକ୍ରିୟ ଯୋଗ ଦେଇ ସାରା ଜିଲାରେ ଜାତୀୟ ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ ଓ ସକ୍ରିୟ ଯୋଗଦାନ ପାଇଁ ପ୍ରବର୍ତ୍ତାଉଥିଲେ। ସେ ଗଁା ଗଁାରେ ସାଇକେଲରେ ବୁଲି ବୁଲି ହାରମୋନିୟମ ବଜାଇ ନିଜ ସୁମଧୁର ସଙ୍ଗୀତ ଗାନ ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରି ସ୍ବାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ଆକୃଷ୍ଟ କରିପାରୁଥିଲେ।
୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ଥର ଭଦ୍ରକ ଓ ଓଡ଼ିଶା ଆଗମନରେ ଭଦ୍ରକ ବାଗୁରାଇ ସ୍କୁଲ ସଭାରେ ବାଞ୍ଛାନିଧିବାବୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ୧୯୩୦ରେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ଦାଣ୍ଡିଯାତ୍ରା ଦ୍ୱାରା ସାରା ଭାରତର ବିଶେଷତଃ ସମୁଦ୍ରକୂଳିଆ ପ୍ରବେଶରେ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହୋଇଥିଲା। ବାଲେଶ୍ୱର ଜିଲା ଯେହେତୁ ସମୁଦ୍ର ସଂଲଗ୍ନ ଆନ୍ଦୋଳନରେ ବାଞ୍ଛାନିଧି ମହାନ୍ତି, ଚକ୍ରଧର ବେହେରା, ସନ୍ଥା ବେହେରା, ଭଗବାନ ଦୀକ୍ଷିତ, ଗୌରାଙ୍ଗ ମହାନ୍ତି, ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ଗଣେଶ ତ୍ରିପାଠୀ, କମଳା ପ୍ରସାଦ କର ଓ ଅନ୍ୟମାନଙ୍କ ସକ୍ରିୟ ସହଯୋଗରେ ବ୍ୟାପକରୁ ବ୍ୟାପକ ହୋଇଥିଲା।
ସାଧାରଣ ଲୋକଙ୍କୁ ସଚେତନ କରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେବା ପାଇଁ ସାଇକେଲରେ ଗଁା ଗଁା ବୁଲି ହାରମୋନିୟମ ଧରି ସୁମଧୁର ସ୍ବରରେ ଜାତୀୟ ସଙ୍ଗୀତ ଗାଉଥିଲେ। ସେ ଜଣେ କର୍ମଯୋଗୀ ଥିଲେ। ମାତ୍ର ୪୧ବର୍ଷ ବଞ୍ଚତ୍ ଥିଲେ। ୧୯୩୮ ଏପ୍ରିଲ ୧୯ ତାରିଖରେ ବସନ୍ତ ରୋଗରେ ପୀଡ଼ିତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ପ୍ରାଣ ତ୍ୟାଗ କରିଥିଲେ। କର୍ମମୟ ଜୀବନ ଥିଲା ମାତ୍ର ୨୦ ବର୍ଷ। ସମୟେ ସମୟେ ଭିଡ଼ ମଧ୍ୟରୁ ଜଣେ ଜଣେ ଅସାଧାରଣ ବ୍ୟକ୍ତିଙ୍କ ଆବିର୍ଭାବ ହୁଏ, ଯେଉଁମାନେ କି ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ଓ ନିଆରା, ସେ ଥିଲେ ବାଞ୍ଛାନିଧି ବାବୁ। ସେ ଚାରୋଟି ଆନ୍ଦୋଳନରେ ସକ୍ରିୟ ଥିଲେ- ସ୍ବାଧୀନତା, କନିକା, ଭାଷା ଓ ପ୍ରଦେଶ ଏକତ୍ରୀକରଣ।
ବଚ୍ଛଦା, ଇରମ, ଭଦ୍ରକ
ମୋ- ୭୦୦୮୨୩୯୪୫୪


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri