ପରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ପାଣିମୋରା ଗ୍ରାମର ୩୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ସେ ଏକମାତ୍ର ଜୀବିତ ଥିଲେ । ଗତ କିଛିଦିନ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୀମସାର ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଘରକୁ  ଅଣାଯାଇଥିଲା । ହେଲେ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଶୁକ୍ରବାର ତାଙ୍କ ଦେହାନ୍ତ ପରେ ଜିଲ୍ଲାବ୍ୟାପୀ ଗଭୀର ଶୋକ ପ୍ରକାଶ କରାଯାଇଛି।