ମାଗଣା ଚାଉଳ ବିଚାର

ପ୍ରଦ୍ୟୋତ ମହାପାତ୍ର

 

୧୯୮୧ରେ ପ୍ରଥମେ ପ୍ରକାଶିତ ନିଜ ବହି ‘ଦାରିଦ୍ର୍ୟ ଓ ଦୁର୍ଭିକ୍ଷ’ରେ ଅମର୍ତ୍ତ୍ୟ ସେନ ମୁଖବନ୍ଧରେ ସେକ୍ସପିୟରଙ୍କ ସହ ଏକମତ ହୋଇ କହିଛନ୍ତି , ଦେଖିପାରୁ ନ ଥିବା ମଣିଷ ମଧ୍ୟ ଏ ଦୁନିଆ କେମିତି ଚାଲିଛି ଜାଣିପାରୁଥାଏ। ମାତ୍ର ଅତୀତରେ ଅର୍ଥଶାସ୍ତ୍ରୀମାନେ ଏ ମତ ବିରୋଧରେ କହିଛନ୍ତି, ଦେଖିପାରୁ ନ ଥିବା ଜଣେ ଗଣିତଜ୍ଞ ଗଣିତ ଉପରେ ଗୋଟିଏ ଲମ୍ବାଚୌଡ଼ା ବକ୍ତୃତା ଦେଇପାରନ୍ତି। ମାତ୍ର ଯେତେବେଳେ ଗଣିତକୁ ପ୍ରୟୋଗ କରାଯାଏ ବାସ୍ତବ ଦୁନିଆ ଏତେ ପ୍ରକାର ଅସୁବିଧା ସୃଷ୍ଟିକରେ ଯେ, ତଥ୍ୟ ସଂଗ୍ରହ ବିନା କାମ ଆଗକୁ ଯାଏ ନାହିଁ। ୧୯୮୧ରେ ଅମର୍ତ୍ତ୍ୟ ସେନ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଭାରତରେ କେବେଠୁ ଲାଗୁହେଲାଣି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ବର୍ତ୍ତମାନ କେବଳ ରାଜସ୍ବ ବ୍ୟୟ ନୁହେଁ, ଏହା ପଛରେ ଆଇନର ସମର୍ଥନ ରହିଛି।
ଆଗରୁ ଭାରତରେ ଶାଗଖିଆ ଓ ପେଯଖିଆ ଥିଲେ ଓ ଓଡ଼ିଆରେ କୁହାଯାଇଛି ‘ଶାଗଖିଆକୁ ପେଯଖିଆ ସହିପାରେନା’। ଏହା ବ୍ୟତୀତ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀ ଥିଲେ ଯେଉଁମାନେ ପେଟରୁ କାଟି ପିଲାଙ୍କୁ ମଣିଷ କରିବା ସହ ସାଇକେଲ, ରେଡିଓ ଓ ପରେ ଫ୍ରିଜ୍‌ କିମ୍ବା ସ୍କୁଟରଟିଏ କରିପାରୁଥିଲେ। ଭାରତର ତୃତୀୟ ଯୋଜନା ଦସ୍ତାବିଜରେ କୁହାଯାଇଛି ଗଁାରେ ବହୁ ସଂଖ୍ୟାରେ ସାଇକେଲ ପହଞ୍ଚତ୍ଲେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବ। ୧୯୯୨ ପର୍ଯ୍ୟନ୍ତ ମଧ୍ୟବିତ୍ତ, ପେଯଖିଆ ଓ ଶାଗଖିଆ ସମସ୍ତେ ପଡ଼ିକାର୍ଡ ମାଧ୍ୟମରେ ରିହାତିରେ ଗହମ, ଚିନି ଇତ୍ୟାଦି ପାଉଥିଲେ। ପରେ ଏ ଯୋଜନାରେ ପରିବର୍ତ୍ତନ ଆସିଲା ଓ ସ୍ବଚ୍ଛଳବର୍ଗଙ୍କୁ ରିହାତିକୁ ବାଦ୍‌ ଦିଆଗଲା। ସେତେବେଳେ ଭୁବନେଶ୍ୱରର ଆଖପାଖ ଗଁା ଲୋକଙ୍କ ପାଖରେ ଜମି ଥିଲେ ମଧ୍ୟ ସେମାନେ ଗରିବ ଥିଲେ। ମାତ୍ର ଗାଣିତିକ ଅର୍ଥଶାସ୍ତ୍ରୀ ଅଗଷ୍ଟିନ୍‌ କୁର୍ନୋ ମେଷପାଳକ ବିଷୟରେ ଯେଉଁ ଉଦାହରଣ ଦେଇଛନ୍ତି ତାହା ବର୍ତ୍ତମାନ ଏଠାରେ ପ୍ରଯୁଜ୍ୟ। ମେଷପାଳକର ବିରାଟ ପଡ଼ିଆଟିଏ ଅଛି, ମାତ୍ର ଭୂମି ଥାଇ ମଧ୍ୟ ସେ ଗରିବ, କାରଣ ଭୂମିର ବିକଳ୍ପ ବ୍ୟବହାର ନାହିଁ। ସେଇ ମେଷପାଳକ ବହୁ ସଂଖ୍ୟାରେ ଗୋମହିଷାଦି ରଖି ନିଜର ପ୍ରତିପତ୍ତି ବଢ଼ାଇପାରନ୍ତି ଓ ଚାକରବାକର ରଖିବା ସହ ନିଜ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିପାରନ୍ତି। ମାତ୍ର କ୍ଷମତା ପାଇଲେ ମଧ୍ୟ ସେ ଧନୀ ନୁହନ୍ତି, କାରଣ ବର୍ତ୍ତମାନ ସୁଦ୍ଧା ତାଙ୍କ ଅଧୀନରେ ଥିବା ବିରାଟ ପଡ଼ିଆର କିଣାବିକା ପାଇଁ ବାଟ ଫିଟି ନାହିଁ । ଯେତେବେଳେ ସେ ରହୁଥିବା ସମାଜରେ ସମସ୍ତ ଦ୍ରବ୍ୟର କିଣାବିକା ପାଇଁ ବାଟ ଫିଟିଯିବ, ସେତେବେଳେ ପରିସ୍ଥିତି ବଦଳିଯିବ। ଭୁବନେଶ୍ୱର ଶହୀଦନଗର ହାଟରେ ପରିବା ବ୍ୟବସାୟ କରୁଥିବା ଜଣେ ବେପାରୀଙ୍କ ଭାଷାରେ ନଖରାଠାରୁ ଭିତରକୁ ଆଉ ୫/୭ କି.ମି. ଜାଗାରେ ଆଉ ହାତ ମାରି ହେଉ ନାହିଁ। ଜମିର କିଣାବିକା ବଢ଼ିଗଲାଣି। ବର୍ତ୍ତମାନ ସରକାର ମଧ୍ୟ ସରକାରୀ ଓ ବେସରକାରୀ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ କରୁଛନ୍ତି ଯାହା ବିକ୍ରେତାଙ୍କୁ ମାଲମାଲ କରିଦେଇ ତାଙ୍କ ଭାଗ୍ୟ ବଦଳାଇଦେବ। ଗାଣିତିକ ଅର୍ଥଶାସ୍ତ୍ରୀ କୁର୍ନୋଙ୍କର ଏ ବିଚାର ଆମ ସମାଜ ପାଇଁ କେତେଦୂର ପ୍ରଯୁଜ୍ୟ? ଜମି ହସ୍ତାନ୍ତର ପ୍ରକ୍ରିୟା ଏତେ ସହଜ ନୁହେଁ ଏବଂ ଅନେକ ଜାଗାରେ ଜମି ମାଲିକମାନେ ଜମି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ରକ୍ତାକ୍ତ ସଂଘର୍ଷ ପର୍ଯ୍ୟନ୍ତ କଥା ଯାଉଛି, ଯାହା ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଘଟିଯାଇଛି। ଯଦି ଜମି ମାଲିକମାନେ ଜମି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି, ତେବେ ବିକଳ୍ପ କ’ଣ? ଜମି ବଦଳରେ ପୁଞ୍ଜିର ପରିମାଣ ବଢ଼ାଯାଇପାରିବ। ତା’ହେଲେ ପୁଞ୍ଜି କ’ଣ? ଅର୍ଥଶାସ୍ତ୍ରୀ ବମ୍‌-ବର୍କଙ୍କ ମତରେ ପୁଞ୍ଜି ହେଲା ସେଇ ଦ୍ରବ୍ୟ ଯାହା ଅତୀତରେ ଉତ୍ପାଦିତ ହୋଇଥାଏ ଓ ସଙ୍ଗେ ସଙ୍ଗେ ଉପଭୋଗରେ ପରିଣତ ନ ହୋଇ ଅନ୍ୟ ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରିଥାଏ। ତେଣୁ ଚାଉଳ ଓ ଜମି ପୁଞ୍ଜି ସଂଜ୍ଞାର ବାହାରେ। ମାତ୍ର ଏହିଠାରେ ବମ୍‌-ବର୍କ ରାଷ୍ଟ୍ରୀୟ ପୁଞ୍ଜି ଓ ବ୍ୟକ୍ତିଗତ ପୁଞ୍ଜି ମଧ୍ୟରେ ଫରକ କରିଛନ୍ତି। ଯେଉଁ ଦ୍ରବ୍ୟ ଅତୀତରେ ଉତ୍ପାଦିତ ହୋଇ ବର୍ତ୍ତମାନ ଉତ୍ପାଦନରେ ସାହାଯ୍ୟ କରୁଛି ତାହା ହିଁ ରାଷ୍ଟ୍ରୀୟ ପୁଞ୍ଜି। ମାତ୍ର ଅନେକ ଦ୍ରବ୍ୟ ଅଛି ଯାହା ବ୍ୟକ୍ତିକୁ ଉତ୍ପାଦନରେ ସାହାଯ୍ୟ କରିଥାଏ ଓ ଅନେକ ଦ୍ରବ୍ୟ ଅଛି ଯାହା ବ୍ୟକ୍ତି ଉପଭୋଗ କରିଥାଏ। ଉଭୟ ହେଲା ବ୍ୟକ୍ତିଗତ ପୁଞ୍ଜି। ଦୁର୍ଭିକ୍ଷ ସମୟରେ ଯଦି ମୋ ପାଖରେ ୫ ବସ୍ତା ଚାଉଳ ଅଛି, ତେବେ ତା’ଠାରୁ ବଡ଼ ପୁଞ୍ଜି କ’ଣ? କାରଣ ଦୁର୍ଭିକ୍ଷ ସମୟରେ ବଳକା ଚାଉଳ ବଦଳରେ ଜଣେ ଅନ୍ୟ ଦ୍ରବ୍ୟ ସଂଗ୍ରହ କରିପାରିବ। ଭାରତୀୟ ଖାଦ୍ୟ ନିଗମ କେଉଁ ଚାଉଳ ଓ ଗହମ ସଂଗ୍ରହକରି ରଖୁଛି, ତାହା ରାଷ୍ଟ୍ରୀୟ ପୁଞ୍ଜି ନ ହେଲେ ମଧ୍ୟ ବ୍ୟକ୍ତି ପାଖରେ ଯେତେବେଳେ ଚାଉଳ ଓ ଗହମ ପହଞ୍ଚିଯାଉଛି, ତାହା ବ୍ୟକ୍ତିଗତ ପୁଞ୍ଜି ପାଲଟିଯାଉଛି। ମାନବୀୟ ପୁଞ୍ଜି ସମ୍ଭବ ହେବ ଯେତେବେଳେ ପ୍ରତ୍ୟେକ ଲୋକ ଖାଇବାକୁ ଯଥେଷ୍ଟ ପରିମାଣରେ ପାଇପାରିବେ।
ଏଇଠି ଆମକୁ କେତେକ ଧାରଣା ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ପଡ଼ିବ। ପ୍ରଥମ କଥା ହେଲା ଆମେ ଜାଣିଲେ ସମଷ୍ଟି ଅର୍ଥଶାସ୍ତ୍ରରେ ପୁଞ୍ଜିର ଅର୍ଥ ଯାହା ବ୍ୟଷ୍ଟି ଅର୍ଥଶାସ୍ତ୍ରରେ ତାହା ସାମାନ୍ୟ ଅଲଗା। ବମ୍‌-ବର୍କ ପୁଞ୍ଜିର ଯେଉଁ ସଂଜ୍ଞା ଦେଇଛନ୍ତି (ଉତ୍ପାଦନରେ ଲାଗୁଥିବା ଉତ୍ପାଦିତ ଦ୍ରବ୍ୟ), ତାହା ସମଷ୍ଟି ଅର୍ଥଶାସ୍ତ୍ର ପାଇଁ ପ୍ରଯୁଜ୍ୟ। ତେଣୁ ସମଷ୍ଟି ଅର୍ଥଶାସ୍ତ୍ରରେ ଭୂମି ପୁଞ୍ଜି ନୁହେଁ, କାରଣ ଏହା ପ୍ରକୃତିର ଅବଦାନ ଓ ଅର୍ଥ ବ୍ୟବସ୍ଥା ପାଇଁ ଏହାର ପରିମାଣ ସ୍ଥିର। ସମଷ୍ଟି ଅର୍ଥରେ ଜମି ବିକାକିଣା ହେଲେ ବି ମୋଟ ଜମିର ପରିମାଣ ସମାନ ଥାଏ ଓ ଟଙ୍କା କେବଳ କ୍ରେତା ପକେଟରୁ ବିକ୍ରେତା ପକେଟକୁ ଯାଇଥାଏ। ମାତ୍ର ଜମିରେ କିଛି ଉନ୍ନତି ଆଣିଲେ ତାହା ପୁଞ୍ଜି ସଦୃଶ ହୋଇଥାଏ। ଏହା ଜମିର ମୂଲ୍ୟ ବଢ଼ାଇଦେଇଥାଏ। ତେଣୁ ଉଇଲିୟମ୍‌ ରୋଶର ଜମିରେ ହିଡ଼ ନିର୍ମାଣ, ଜଳ ନିଷ୍କାସନ, ଜଳସେଚନ ବ୍ୟବସ୍ଥା ଇତ୍ୟାଦିକୁ ପୁଞ୍ଜି ଗଠନ କହିଛନ୍ତି । ମାତ୍ର ବ୍ୟଷ୍ଟି ଅର୍ଥଶାସ୍ତ୍ରରେ ସାଧାରଣ ଅବିକଶିତ ଜମି ବା ପଡ଼ିଆ ତା’ ମାଲିକ ପାଇଁ ପୁଞ୍ଜି । କାରଣ ଏହା ଆୟର ଉତ୍ସ ହୋଇପାରେ। ପଡ଼ିଆକୁ ମୁଁ ଯଦି ବାହାଘର ବା ବ୍ରତଘର ପାଇଁ ଦେଲି ତାହା ଆୟ ଆଣିଥାଏ। ତେଣୁ ବ୍ୟଷ୍ଟି ଅର୍ଥଶାସ୍ତ୍ରରେ ଘର ଆସବାବ, ଗାଈ ଇତ୍ୟାଦି ପୁଞ୍ଜି। ଯଦି ମଜୁରି ପୁଞ୍ଜି ହେଲା, ତେବେ ମଜୁରି ଆକାରରେ ମିଳିଥିବା ଧାନ ବା ଚାଉଳ ମଧ୍ୟ ପୁଞ୍ଜିର ହକ୍‌ଦାର।
ମୌଳିକ ଅର୍ଥଶାସ୍ତ୍ରରେ ଚାଉଳକୁ ସାଧାରଣତଃ ଏକ ଖାଉଟି ଦ୍ରବ୍ୟ କୁହାଯାଇଥାଏ। ମାତ୍ର ଆମେ ଦେଖିଲେଣି ପୁଞ୍ଜିର ସଂଜ୍ଞାକୁ ବ୍ୟାପକ କଲେ ଚାଉଳକୁ ଏକ ପୁଞ୍ଜି ହିସାବରେ ମଧ୍ୟ ନିଆଯାଇପାରିବ। ଅମର୍ତ୍ତ୍ୟ ସେନଙ୍କ ଗବେଷଣା ମନୁଷ୍ୟର ଅଭାବ ଉପରେ ଆଧାରିତ। ପଞ୍ଜାବରେ ଧାନଚାଷ ହେଉଛି ଓ ଓଡ଼ିଶାରେ ମଧ୍ୟ। ମାତ୍ର ପଞ୍ଜାବ ଚାଷୀର ଉତ୍ପାଦକତା ଅଧିକ ଏବଂ ଖର୍ଚ୍ଚ କମ୍‌। ତେଣୁ ଉଭୟ ପଞ୍ଜାବର ଚାଷୀ ଓ ଓଡ଼ିଶାର ଚାଷୀ ସମାନ ଦରରେ ଭାରତୀୟ ଖାଦ୍ୟ ନିଗମକୁ ଧାନ ବିକିଲେ। ପଞ୍ଜାବର ଚାଷୀ ଅଧିଶେଷ ବା ରେଣ୍ଟ ପାଉଛି ଯାହା ବିଷୟରେ ରିକାର୍ଡୋ କହିଥିଲେ। ତେଣୁ ଆଗରୁ ପବନ ପିଇ ବଞ୍ଚୁଥିବା ଲୋକ ଯଦି ମାଗଣାରେ ଚାଉଳ ପାଇଲେ ଭୁଲ୍‌ ରହିଲା କେଉଁଠି।
ବମିଖାଲ, ଭୁବନେଶ୍ୱର
ମୋ-୯୯୩୮୮୦୦୮୪୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri