ମାଗଣା ଯୋଜନା ଓ ଭବିଷ୍ୟତ

ଏବେ ଆମ ଜନପ୍ରିୟ ଗଣତାନ୍ତ୍ରିକ ସରକାର ନିର୍ବାଚନରେ ବାରମ୍ବାର ଜିତି ଶାସନ କ୍ଷମତା ଅକ୍ତିଆର କରିବାକୁ କେବଳ ଟଙ୍କା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ବାଣ୍ଟିବାର ଯୋଜନାମାନ ପ୍ରସ୍ତୁତ କରିଚାଲିଛନ୍ତି। ମାଗଣାରେ ଚାଉଳ, ଗହମ, ସ୍କୁଲ ୟୁନିଫର୍ମ, ଜୋତା, ଲାପ୍‌ଟପ୍‌, ମୋବାଇଲ, ସାଇକେଲ ଇତ୍ୟାଦି ବଣ୍ଟା ଚାଲୁଥିଲା ଓ ସବୁ ରାଜ୍ୟରେ ଚାଲିଛି ମଧ୍ୟ। କିନ୍ତୁ ଏବେ ଟଙ୍କାବଣ୍ଟା ଯୋଜନା ଚାଲିଛି। ଚାଷୀମାନଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ନିୟମିତଭାବେ ଟଙ୍କା ବାଣ୍ଟି ଚାଲିଛନ୍ତି। ବାଣ୍ଟିବାରେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ପଞ୍ଜାବର ଚରଣଜିତ ସିଂ ମାନ୍‌ଙ୍କ କଂଗ୍ରେସ ସରକାର ସାଧାରଣବର୍ଗର ଅଢ଼େଇ ଲକ୍ଷ ଛାତ୍ରଙ୍କ ପାଇଁ ମାଗଣା ଡ୍ରେସ୍‌ର ବ୍ୟବସ୍ଥା କରି ଦେଇଗଲେ ଏବଂ ତେପନ ଲକ୍ଷ ଲୋକଙ୍କର ବାକି ଥିବା ଇଲେକ୍ଟ୍ରିବିଲ୍‌ ଛାଡ଼ କରିଦେଲେ। ସମସ୍ତ ମହିଳାଙ୍କ ପାଇଁ ବସ୍‌ଭଡ଼ା ଛାଡ଼ କରିଦେଲେ ଏବଂ କେବଳ ଟିଭି ଦେୟକୁ ମାସିକ ଶହେ ଟଙ୍କାରେ ସୀମିତ କରିଦେଲେ। କରତାରପୁର ପାଇଁ ବସ୍‌ ସେବାକୁ ମାଗଣା କରିଦେଇଗଲେ। ନିର୍ବାଚନରେ ଜିତିବା ପାଇଁ ପ୍ରତିଶ୍ରୁତି ଦେଇ ପଞ୍ଜାବର ପ୍ରଥମ ଆମ୍‌ ଆଦ୍‌ମୀ ପାର୍ଟି ସରକାର କ୍ଷମତାକୁ ଆସିବା ପରେ ଘୋଷଣା କରିଦେଲେ ଯେ ପଞ୍ଜାବର ସମସ୍ତ ମହିଳା ମାସକୁ ହଜାରେ ଟଙ୍କା ଲେଖଁାଏ ପାଇବେ। ମୁକ୍ତ ପାଣି ଓ ବିଜୁଳି ବିଲ୍‌ ସହ କୋଡ଼ିଏ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହସ୍ପିଟାଲ ଅପରେଶନ ଖର୍ଚ୍ଚ ସରକାର ବହନ କରିବେ।
ୟୁପିରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଗତ ନିର୍ବାଚନରେ ପଚିଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରିବାକୁ ଏକ ସ୍ବତନ୍ତ୍ର ସରକାରୀ ଫଣ୍ଡ୍‌ ସୃଷ୍ଟି କରିବେ ବୋଲି କହିଥିଲେ ଏବଂ ତିନିଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ଼ ସହ ପାଞ୍ଚବର୍ଷଯାଏ ମାଗଣା ରାଶନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଠିକ୍‌ ଏକା ସମୟରେ କଂଗ୍ରେସର ପ୍ରିୟଙ୍କା ଭଦ୍ରା କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍ମାର୍ଟ ଫୋନ୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ଏତିକି ନୁହେଁ, କଂଗ୍ରେସ ୟୁପିରେ କ୍ଷମତାକୁ ଆସିଲେ ସମସ୍ତ ଗ୍ରାଜୁଏଟ୍‌ ଛାତ୍ରୀଛାତ୍ରଙ୍କୁ ମାଗଣାରେ ‘ସ୍କୁଟି’ ଦେବେ ବୋଲି ମଧ୍ୟ କହିଥିଲେ। ମହିଳାଙ୍କୁ ମାଗଣା ବସ୍‌ଯାତ୍ରା ସହ ପରିବାର ପାଇଁ ବର୍ଷକୁ ତିନୋଟି ଗ୍ୟାସ୍‌ ସିଲିଣ୍ଡର ମାଗଣା ଦିଆଯିବ ବୋଲି ମଧ୍ୟ କହିଥିଲେ। ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାଣ୍ଟୁଥିବା ଟଙ୍କା ଓ ଜିନିଷପତ୍ରର ଆନୁମାନିକ ମୂଲ୍ୟ କେତେ ଲକ୍ଷ କୋଟି ହେବ ସଠିକ୍‌ କହି ହେବ ନାହିଁ, କାରଣ ଏହା ପ୍ରତିବର୍ଷ ଦ୍ରୁତଗତିରେ ବଢ଼ି ଚାଲିଛି। ଏ ସମସ୍ତ ବଣ୍ଟାବଣ୍ଟି ମାଗଣା ଟଙ୍କା ଓ ଜିନିଷ ପ୍ରକୃତ ଚାଷୀ, ଛାତ୍ର ବା ସାଧାରଣ ଜନତା ପାଆନ୍ତୁ ବା ନ ପାଆନ୍ତୁ ପଛେ, କିନ୍ତୁ ବାଣ୍ଟୁଥିବା ରାଜନୈତିକ ଦଳର କର୍ମୀ ଓ ଭାଟମାନେ ନିୟମିତ ପାଇ ଚାଲିଛନ୍ତି।
ଏବେ ଆସନ୍ତୁ ଗୋଟିଏ ରାଜ୍ୟ ସରକାରଙ୍କର ଗୋଟିଏ ମାତ୍ର ଯୋଜନାର ଖର୍ଚ୍ଚ ହିସାବ କରିବା। ପଞ୍ଜାବରେ ମହିଳାଙ୍କ ସଂଖ୍ୟାା କୋଟିଏରୁ ଊର୍ଦ୍ଧ୍ୱ ହୋଇଥିଲେ ବି ଧରାଯାଉ ଏହା ମାତ୍ର ଏକ କୋଟି। ମାସକୁ ହଜାରେ ଟଙ୍କା ଲେଖାଏଁ ସରକାର ପ୍ରତି ମାସରେ ଏକ ହଜାର କୋଟି ଅର୍ଥାତ୍‌ ବର୍ଷକରେ ବାର ହଜାର କୋଟି ବାଣ୍ଟିବେ। ପଞ୍ଜାବ ସରକାରଙ୍କର ଆନୁମାନିକ ବାର୍ଷିକ ରେଭିନ୍ୟୁ ଆଦାୟ ଏକ ଲକ୍ଷ ବାଷଠି ହଜାର କୋଟି ଓ ଖର୍ଚ୍ଚ ଏକ ଲକ୍ଷ ଅଠଷଠି ହଜାର କୋଟି। ଅର୍ଥାତ୍‌ ପ୍ରତିବର୍ଷ ଛଅ ହଜାର କୋଟି ନିଅଣ୍ଟ । ଏ ବାର ହଜାର କୋଟିର ଗୋଟିଏ ମାଗଣା ଯୋଜନାରେ ବାର୍ଷିକ ନିଅଣ୍ଟ ପରିମାଣ ହେବ ଅଠର ହଜାର କୋଟି ଟଙ୍କା। ତେବେ ଭାବନ୍ତୁ, ପଞ୍ଜାବ ସରକାରଙ୍କ ସମସ୍ତ ”ମାଗଣା ଓ ଛାଡ଼“ କାର୍ଯ୍ୟକାରୀରେ ଏ ନିଅଣ୍ଟ କେତେରେ ପହଞ୍ଚତ୍ବ! ସେଇ ଅନୁସାରେ ଦେଶର ସମସ୍ତ ରାଜ୍ୟର ମାଗଣା ବଣ୍ଟା ଯୋଜନାରେ ଆସନ୍ତା ୫ ବର୍ଷ ପରେ ଦେଶର ଆର୍ଥିକ ସ୍ଥିତି ଶ୍ରୀଲଙ୍କାର ଏବକା ଅର୍ଥନତିକ ଦେବାଳିଆ ସ୍ଥିତିରେ ପହଞ୍ଚତ୍ୟିବ ନାହିଁ ତ! ଦେଶର କୋଟି କୋଟି ଜନତା ଏ ମାଗଣା ଯୋଜନା ଭରସାରେ ଅଳସୁଆ ଓ ନିକମା ହୋଇଯିବେନି ତ!
ଗତ ୩୧.୩.୨୦୨୨ ସୁଦ୍ଧା ପଞ୍ଜାବ ରାଜ୍ୟ ସରକାରଙ୍କ ଋଣ ଭାର ଥିଲା ଦୁଇ ଲକ୍ଷ ବୟାଅଶୀ ହଜାର କୋଟି, ଯାହାକି ଅବିଳମ୍ବେ ପନ୍ଦର ଲକ୍ଷ ବା କୋଡ଼ିଏ ଲକ୍ଷ କୋଟିରେ ପହଞ୍ଚତ୍ୟିବ। ଏହିପରି ଦେଶର ତିରିଶଟିଯାକ ରାଜ୍ୟର ଋଣଭାର ବର୍ତ୍ତମାନ ଅସମ୍ଭାଳ ଅବସ୍ଥା ଆଡ଼କୁ ଦ୍ରୁତଗତିରେ ଆଗେଇ ଚାଲିଛି। ଏଣେ ଦୁର୍ନୀତି ନିବାରଣ ବିଭାଗ ଏପରିକି ସି.ବି.ଆଇ. ମଧ୍ୟ ସରକାରଙ୍କ ନିର୍ଦ୍ଦେଶରେ ନିରପେକ୍ଷ ନ ରହି ବିରୋଧୀ ଦଳ ନେତା ଓ ଶିଳ୍ପପତିଙ୍କ ଘର ରେଡ୍‌ କରି ଚାଲିଛି। ଏ ପ୍ରକ୍ରିୟା ଏବକା ଶାସନକର୍ତ୍ତା ବିରୋଧୀ ଦଳ ହେବା ପରେ ବି ଚାଲୁରହିବ ବୋଲି କ୍ଷମତାସୀନ ସରକାର ହୃଦୟଙ୍ଗମ କରିପାରୁନାହନ୍ତି।
ସରକାରଙ୍କ ନିୟନ୍ତ୍ରଣରେ ଥିବା ବ୍ୟାଙ୍କମାନଙ୍କରୁ ପ୍ରତିଷ୍ଠିତ ଶିଳ୍ପପତିମାନେ ସରକାରରେ ଥିବା ନେତା(ମନ୍ତ୍ରୀ)ମାନଙ୍କ ସହାୟତାରେ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ନେଇ ଫେରାଇବା କଥା ଚିନ୍ତା ନ କରି ଦେଶ ଛାଡ଼ି ବିଦେଶ ପଳାଇଲେ। ସେମାନଙ୍କ ଯିବା ବାଟକୁ ପରିଷ୍କାର କରି ବିଭିନ୍ନ ସମୟରେ ଆମ କ୍ଷମତାସୀନ ସରକାର ସେମାନଙ୍କ ବିରୋଧରେ ସେମାନେ ଦେଶ ଛାଡ଼ି ଚାଲିଯିବା ପରେ ଟଙ୍କା ଆଦାୟ ପାଇଁ କୋର୍ଟରେ ମକଦ୍ଦମା ରୁଜୁ କଲେ। ସେମାନଙ୍କର ଆମ ଦେଶକୁ ଫେରିବା ଓ ଟଙ୍କା ଫେରାଇବା ଏକରକମ ଅସମ୍ଭବ ଜାଣି ଆମ ଏବକା କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଛପାଇ ସେ ସବୁ ଋଣରୁ ଅଧିକାଂଶକୁ ଏନ୍‌.ପି.ଏ. (ନନ୍‌ ଫରଫରମିଂ ଆସେଟ୍‌) ବା ଅନାଦାୟ ଋଣ ଆଖ୍ୟା ଦେଇ ବ୍ୟାଙ୍କଗୁଡ଼ିକୁ ପୁନଃ ସାହାଯ୍ୟ ଯୋଜନାରେ ଗତିଶୀଳ କରାଇଦେଲେ। ଫଳ ଏତିକି ଯେ, ସ୍ବାଧୀନତା ବେଳେ ଗୋଟିଏ ଡଲାର ଏକ ଟଙ୍କାରେ ମିଳୁଥିବା ବେଳେ ଏବେ ଅଶୀ ଟଙ୍କା ଦେବାକୁ ପଡୁଛି- ଏ ପ୍ରକାର ନିଷ୍ପତ୍ତି ଓ ତଜ୍ଜନିତ ମୁଦ୍ରାସ୍ପୀତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଦେଶର ସମସ୍ତ ସରକାରୀ ନେତା, ପଦାଧିକାରୀ, ଦୁର୍ନୀତି ଓ ଲାଞ୍ଚ ମାଧ୍ୟମରେ ଏବଂ ବ୍ୟବସାୟୀମାନେ ନିର୍ବାଚନରେ ସାହାଯ୍ୟ କରି ସରକାରଙ୍କ ପ୍ରୋତ୍ସାହନରେ ନିଜର ବ୍ୟକ୍ତିଗତ ସମ୍ପତ୍ତି ବଢ଼ାଇବାରେ ବ୍ୟସ୍ତ ଅଛନ୍ତି। ସୀମାନ୍ତର ସୈନିକମାନଙ୍କ ଛଡ଼ା ଆଉ ଦେଶ କଥା କାହା ମୁଣ୍ଡରେ ନାହିଁ। ଆମ କୋଟିପତି ନେତା ଓ ଶିଳ୍ପପତିମାନେ ଥରେ ୟୁକ୍ରେନ୍‌ ବା ଶ୍ରୀଲଙ୍କାକୁ ଯାଇ ଦେଶ ଚାଲିଗଲେ କିଭଳି ସର୍ବହରା ହୋଇ ଅନ୍ୟ ଦେଶର ଭିକାରି ସାଜିବାକୁ ହୁଏ, ଦେଖି ଆସନ୍ତୁ। ବୋଧହୁଏ କୌଣସି ପ୍ରତିଷ୍ଠିତ ନେତା ବା ବ୍ୟବସାୟୀ ଏହା କରିବେନି, କାରଣ ମୃତ୍ୟୁ ନ ଆସିବା ପର୍ଯ୍ୟନ୍ତ ସମ୍ପତ୍ତି ବାଡ଼ି ବଢ଼ାଇ ଚାଲିଥିବା ମଣିଷ ହଠାତ୍‌ ମରିଯିବ ବୋଲି ଭାବେ ନାହିଁ!

  • ନାରାୟଣ ମିଶ୍ର
    ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର, ଭୁବନେଶ୍ୱର, ମୋ: ୯୯୩୭୪୪୬୩୭୭

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri