ଜାତୀୟ ରାଜପଥରେ ଗୃହପାଳିତ ପ୍ରାଣୀଙ୍କ ଅବାଧ ବିଚରଣ

 

ବାରିପଦା ଅଫିସ, ୧୨।୬ ସଡ଼କ ଦୁର୍ଘଟଣାକୁ ଏଡାଇବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥାର ଅବହେଳା ଓ ବିଳମ୍ବ କାରଣରୁ ପ୍ରତିଦିନ ଦୁର୍ଘଟଣାରେ ଜୀବନହାନି ଘଟୁଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ବ୍ୟବସ୍ଥା ସହିତ ଉଚିତ୍‌ ପଦକ୍ଷେପ ଗ୍ରହଣ କରା ନ ଗଲେ ସ୍ଥାନୀୟ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି।
ମୟୂରଭଞ୍ଜ ଜିଲାବାସୀଙ୍କର ଦୀର୍ଘଦିନର ଦାବି ପରେ ୧୮ନଂ. ଜାତୀୟ ରାଜପଥ ଝାରପୋଖରିଆ-ନହରପାଟଣା ଦୋହରୀକରଣ ପ୍ରକ୍ରିୟା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ଷେରୁ ଊର୍ଦ୍ଧ୍ୱ କାଳ ୨ଟି ଟୋଲଗେଟରେ ଶୁଳ୍କ ଆଦାୟ ଆରମ୍ଭ ହୋଇଥିବା ବେଳେ ଆଇରନ ଟ୍ରାଇଏଙ୍ଗଲ ଠିକା ସଂସ୍ଥା ପକ୍ଷରୁ ହେଉଥିବା ୮୯କି.ମି. ରାସ୍ତା ନିର୍ମାଣ କାର୍ଯ୍ୟରେ ୮୧କି.ମି.ରୁ ଊର୍ଦ୍ଧ୍ୱ ରାଜପଥର କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଗଳାପୋଲ ବା ଅଣ୍ଡରପାସ୍‌ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବାରିପଦା ଟାଉନ ବାଇପାସ୍‌ ୭କି.ମି. ରାସ୍ତାରେ ୨-୨ଟି ଗଳାପୋଲ, ବାରିପଦାର ପାଲବଣି, ତଖତପୁର, ଦାରଗାଡ଼ାହି ଓ ମୁର୍ଗାବାଡ଼ିଠାରେ ପ୍ଲାଏଓଭର କାର୍ଯ୍ୟ ଶେଷ ହେବାକୁ ଯାଉଛି। ତେବେ ନିର୍ମାଣକାରୀ ସଂସ୍ଥା ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ କାର୍ଯ୍ୟ ନ ସାରି ସ୍ଥାନେ ସ୍ଥାନେ ସୀମିତ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ କରୁଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି ବୋଲି ଅଞ୍ଚଳର ଦୀପକ ମହାନ୍ତ, ରାଜେଶ ନାଏକ ଓ ଶିବପ୍ରସାଦ ମହାନ୍ତ ପ୍ରକାଶ କରିଛନ୍ତି। ରାସ୍ତା ଦୋହରୀକରଣ କାର୍ଯ୍ୟରେ ଯାନବାହନ, ଜନସାଧାରଣ ଓ ଗୃହପାଳିତ ତଥା ବୁଲା ପ୍ରାଣୀଙ୍କ ସୁରକ୍ଷା ପ୍ରତି ରାଜପଥ କର୍ତ୍ତୃପକ୍ଷ ଆଖି ବୁଜିଦେଇଥିବାରୁ ପ୍ରତ୍ୟହ ଦୁର୍ଘଟଣା ବୃଦ୍ଧି ପାଉଛି। ଜାତୀୟ ରାଜପଥ ଦୋହରିକରଣ କାର୍ଯ୍ୟ ପରେ ଯିବା ଓ ଆସିବା ପାଇଁ ପୃଥକ ପ୍ରଶସ୍ତ ରାସ୍ତା ନିର୍ମାଣ ପରେ ଦ୍ରୁତ ଓ ଭାରିଯାନ ଚଳପ୍ରଚଳ ବୃଦ୍ଧି ପାଇଛି ା ୮୯କି.ମି. ରାସ୍ତାର ଡିଭାଇଡ଼ର ଓ ଉଭୟ ପାର୍ଶ୍ୱରେ ଆଲୁମିନିୟମ ବ୍ୟାରିକେଡ ନିର୍ମାଣ ହୋଇ ନ ଥିବାରୁ ଗୃହପାଳିତ ଓ ବୁଲା ପ୍ରାଣୀଙ୍କର ଜାତୀୟ ରାଜପଥରେ ଅବାଧ ବିଚରଣ ପାଇଁ ଦୁର୍ଘଟଣା ବୃଦ୍ଧିର କାରଣ ସାଜିଛି ବୋଲି ରାଗଧା ଅଞ୍ଚଳର ନୀଳାମ୍ବର ପାତ୍ର, ସୁଦର୍ଶନ ନାଏକ ଓ ବ୍ରଜକିଶୋର ପାତ୍ର ପ୍ରକାଶ କରିଛନ୍ତି। ଏହି ୮୯କି.ମି. ରାସ୍ତାରେ ବାଲେଶ୍ୱର ନହରପାଟଣାଠାରୁ ଝାରପୋଖରିଆ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ରେମୁଣା, ବେତନଟୀ, ମୋରଡ଼ା, ବାରିପଦା ସଦର, କୁଳିଅଣା, ବାଙ୍ଗିରିପୋଷି ଓ ସାରସକଣାକୁ ମିଶାଇ ୭ଟି ବ୍ଲକର ୬୦ରୁ ଊର୍ଦ୍ଧ୍ୱ ରାଜସ୍ବ ଗ୍ରାମ ରହିଛି। ସେହିପରି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଚଳପ୍ରଚଳ କରୁଥିବା ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ବର୍ଷାଦିନେ ଅଧିକ ଦୁର୍ଘଟଣା ଘଟିବ ବୋଲି ଅନୁମାନ କରାଯାଇଛି। ଗୋଟିଏପଟେ ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟରେ ଗୁରୁତ୍ୱ ଦିଆଯିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ା ଅପରପକ୍ଷରେ ରାସ୍ତା ମଝିରେ ବୃକ୍ଷରୋପଣ କାର୍ଯ୍ୟକୁ ହାଲୁକା ଭାବରେ ନିର୍ମାଣ ସଂସ୍ଥା ନେଉଥିବାରୁ ରାତି ସମୟରେ ଉଭୟପଟୁ ଯାନବାହନଗୁଡିକର ଆଲୋକ ଚାଳକଙ୍କ ପାଇଁ ବିପଦ ସାଜିଛି। ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନିର୍ମାଣକାରୀ ସଂସ୍ଥାକୁ ଏହି ସମସ୍ୟା ଦୂର ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri