ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଲାନି ନିଃଶୁଳ୍କ ଔଷଧ

ଢେଙ୍କାନାଳ ଅଫିସ, ୭।୯: ସରକାରୀ ଡାକ୍ତରଖାନାରେ ଯୋଗାଇ ଦିଆଯାଉଛି ନିଃଶୁଳ୍କ ଔଷଧ। ସାଧାରଣ ଥଣ୍ଡା, ଜ୍ୱରଠାରୁ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ରୋଗୀ ଯେପରି ଉତ୍ତମ ଚିକିତ୍ସା ସୁବିଧା ପାଆନ୍ତି, ସେଥିଲାଗି କରାଯାଇଛି ସମସ୍ତ ବ୍ୟବସ୍ଥା। ହେଲେ ଗ୍ରାମଞ୍ଚଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ସରଳତାର ସୁଯୋଗ ନେଇ ରୋଗୀଙ୍କୁ ଶୋଷଣ କରାଯାଉଛି। ନିଃଶୁଳ୍କ ଔଷଧ ଦେବା ପରିବର୍ତ୍ତେ ବାହାରୁ ଟଙ୍କା ଦେଇ କିଣିବାକୁ ବାଧ୍ୟ କରାଯାଉଛି। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଏକ ଅଭିଯୋଗ। ଜଣେ ଦୁର୍ଘଟଣାଗ୍ରସ୍ତ ଶ୍ରବଣବାଧିତ ଦିବ୍ୟାଙ୍ଗ ରୋଗୀଙ୍କୁ ମେଡିକାଲକୁ ଯୋଗାଣ ହେଉଥିବା ଔଷଧ ପ୍ରଦାନ କରିବା ପରିବର୍ତ୍ତେ ବାହାରୁ କିଣିବାକୁ ବାଧ୍ୟ କରାଯାଇଛି। ଡାକ୍ତର ଲେଖିଥିବା ୯୨୦ ଟଙ୍କାର ଔଷଧ କିଣିବା ପାଇଁ ଉକ୍ତ ଗରିବ ଦିନ ମଜୁରିଆ ଦିବ୍ୟାଙ୍ଗଙ୍କୁ ଜଣେ ଜନପ୍ରତିନିଧିଙ୍କ ସହାୟତା ଲୋଡ଼ିବାକୁ ପଡ଼ିଥିବାବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ଗଁଦିଆ ବ୍ଲକ ବିଧାରପୁର ପଞ୍ଚୟତ ବାଇଶିଅଁା ଗ୍ରାମ ଶବର ସାହିର ଦିନ ମଜୁରିଆ ତଥା ଦିବ୍ୟାଙ୍ଗ ବିରଞ୍ଚତ୍ ଦେହୁରୀ ମଙ୍ଗଳବାର ଅପରାହ୍ନରେ କାମସାରି ସାଇକେଲରେ ଘରକୁ ଫେରୁଥିଲେ। ନାଗେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍‌ ଧକ୍କା ଦେବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ରାସ୍ତାରେ ଯାଉଥିବା ଜଣେ ଯାତ୍ରୀ ତାଙ୍କୁ ଉଦ୍ଧାର କରି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ତାଙ୍କର ଡ୍ରେସିଂ କରିବା ପରେ ତାଲିକା ଧରାଇ ଦେଇ ବାହାରୁ ମେଡିସିନ କିଣି ଆଣିବାକୁ କରିଥିଲେ। ଔଷଧ ମୂଲ୍ୟ ୯୨୦ ଟଙ୍କା ହୋଇଥିବାବେଳେ ବିରଞ୍ଚତ୍ଙ୍କ ପାଖରେ ଆବଶ୍ୟକ ଅର୍ଥ ନ ଥିଲା। ସେ ନିଜ ଅସହାୟତା ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଜଣାଇଥିଲେ। ବିଧାୟକଙ୍କ ହସ୍ତକ୍ଷେପ କରିବା ପରେ ସେ ମେଡିସିନ କିଣି ଆଣିଥିଲେ। ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ ନନ୍ଦ ଜିଲାପାଳ, ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗରିବ ରୋଗୀଙ୍କୁ କରାଯାଉଥିବା ଏଭଳି ଶୋଷଣକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି। ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ। କିଛିଦିନ ତଳେ ବ୍ଲକ ଅଧୀନ କାଶୀପୁର ପଞ୍ଚାୟତ ଲହଡ଼ା ଗ୍ରାମର ଜଣେ ମହିଳାଙ୍କ ଦେହରେ ଗରମ ପେଯ ପଡ଼ିଯିବାରୁ ସେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତାଙ୍କୁ ମଧ୍ୟ ବାହାରୁ ଔଷଧ ଅଣାଯିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି, ଯାହା ତଦନ୍ତ ସାପେକ୍ଷ।
ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡା. ସ୍ଥିତପ୍ରଜ୍ଞ ମହାନ୍ତି କୁହନ୍ତି, କେଉଁ ସମୟରେ ଆହତ ବ୍ୟକ୍ତି ଜଣକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ, ତାହା ଜାଣିବା ଦରକାର। ସ୍ବାସ୍ଥ୍ୟକେନ୍ଦ୍ରର ପ୍ରେସ୍‌କ୍ରିପ୍‌ସନରେ ମେଡିସିନ ଆଣିବା ପାଇଁ ଲେଖା ହୋଇଛି ନା ସାଦା କାଗଜରେ ଆଣିବାକୁ ଲେଖା ହୋଇଛି, ତାହା ଦେଖିବା ପରେ ଯାହା କରାଯାଇପାରିବ ବୋଲି ସେ କହିଛନ୍ତି। ସିଡିଏମ୍‌ଓ ଡ. ଅଶୋକ କୁମାର ଦାଶ କୁହନ୍ତି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ତାଙ୍କୁ ଡାକ୍ତରଖାନାକୁ ଆଣିଥିବା ବ୍ୟକ୍ତି ଏ ବିଷୟରେ ଆମକୁ ଜଣାଇବା କଥା। ‘ମୋ ସରକାର’ ବ୍ୟବସ୍ଥାରେ ଡାକ୍ତରଖାନାରେ ଅଧିକାଂଶ ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି। ପୂର୍ବତନ ବିଧାୟକଙ୍କ ଅଭିଯୋଗ ସଂକ୍ରାନ୍ତ ମେସେଜ୍‌ ମିଳିଛି। ଘଟଣା କ’ଣ ହୋଇଛି ପଚାରି ବୁଝାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ନିଃଶୁଳ୍କ ଔଷଧ ପ୍ରଦାନ କରାଯିବାର ନିୟମ ରହିଛି। ସମସ୍ୟା ଗମ୍ଭୀର ଥିଲେ ତୁରନ୍ତ ଜିଲା ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ପଠାଇବା ନିର୍ଦ୍ଦେଶ ରହିଛି। ତେବେ ଦିନ ମଜୁରିଆ ବିରଞ୍ଚତ୍ଙ୍କୁ କିଏ ଏବଂ କାହିଁକି ବାହାରୁ ମେଡିସିନ ଆଣିବାକୁ ପରାମର୍ଶ ଦେଲେ, ତାହା ତଦନ୍ତ ସାପେକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri