ସିଭିଲ ସର୍ଭିସ୍‌ ପାଇଁ ମାଗଣା କୋଚିଂ ଭେଳିକି

ଭୁବନେଶ୍ୱର, ୯।୨(ବ୍ୟୁରୋ): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ସଫଳତା ହାର ନୈରାଶ୍ୟଜନକ ରହୁଛି। ଏ କ୍ଷେତ୍ରରେ ନିଜ ଛାତ୍ରୀଛାତ୍ରଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଆଇଏଏସ୍‌ କୋଚିଂ ବ୍ୟବସ୍ଥା କରାଯାଇଥିଲା। ୨୦୧୬-୧୭ରେ ବିଶ୍ବବିଦ୍ୟାଳୟଗୁଡ଼ିକରେ କୋଚିଂ ଦିଆଯାଇଥିଲା। ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ୍‌ ପାଇଲେ ନାହିଁ। ପରବର୍ତ୍ତୀ ସମୟରେ ୨୦୧୯-୨୦ରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ। ତେବେ ସରକାରୀ ଅନୁଷ୍ଠାନ ଦ୍ୱାରା କୋଚିଂ ନ ଦେଇ ଏହି ଦାୟିତ୍ୱ ଧ୍ୟେୟ ଏଜୁକେଶନାଲ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥା ହାତରେ ଟେକିଦେଲେ। ସେଥିରେ ୯୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ହେଲେ ଏମାନଙ୍କ ମଧ୍ୟରୁ ଜଣେ ହେଲେ ବି କୃତିତ୍ୱ ଅର୍ଜନ କଲେ ନାହିଁ। ନିକଟରେ ହୋଇଥିବା ବିଧାନସଭା ଅଧିବେଶନରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ନିଜେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏହି ବିଫଳତାକୁ ସ୍ବୀକାର କରିଥିଲେ। ଏବେ ଉଚ୍ଚ ଶିକ୍ଷା ବିଭାଗ ଆଇଏଏସ୍‌ ବା ସିଭିଲ୍‌ ସର୍ଭିସ୍‌ରେ ଓଡ଼ିଆ ପିଲାଙ୍କ କୃତକାର୍ଯ୍ୟ ସଂଖ୍ୟା ବଢ଼ାଇବାକୁ ପୁଣି ସମାନ ପନ୍ଥା ଆପଣାଇଛନ୍ତି। ଏଥର ୨୦୦ ସିଭିଲ ସର୍ଭିସ ଆଶାୟୀଙ୍କୁ କୋଚିଂ ଦେବାକୁ ଯୋଜନା ହେଉଛି। ମାଗଣା ନାଁରେ ଯେପରି ଅନାମଧ୍ୟେୟ ସଂସ୍ଥା ହାତରେ କୋଚିଂ ଦାୟିତ୍ୱ ଦେଇ ସରକାର ଆଶାୟୀଙ୍କ ସ୍ବପ୍ନକୁ ଭାଙ୍ଗି ନ ଦିଅନ୍ତି, ସେଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।

ସୂଚନାନୁସାରେ, ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି କୋଚିଂ ପାଇଁ ନାମଲେଖା ହେବ। ଆଶାୟୀଙ୍କୁ ଆବେଦନ କରିବା ସହ ଉଚ୍ଚଶିକ୍ଷା ବିଭାଗର ୱେବ୍‌ସାଇଟ୍‌ରୁ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବାକୁ ପଡ଼ିବ। ସାମ୍ସ ପୋର୍ଟାଲ ଅଧୀନରେ ଏଥିପାଇଁ ଏକ ଅନ୍‌ଲାଇନ ମଡ୍ୟୁଲ ବିକଶିତ କରାଯିବ। ଆସନ୍ତା ୨୬ରେ ଆଶାୟୀଙ୍କ ପାଇଁ ପ୍ରି-କ୍ବାଲିଫାଇଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ସାମ୍ସ ପୋର୍ଟାଲ ଅଧୀନରେ ଉପରୋକ୍ତ ମଡ୍ୟୁଲ ବିକଶିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓକାକ୍‌ ଜେନେରାଲ ମ୍ୟାନେଜରଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଏହାର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ତେବେ ପୂର୍ବରୁ ଦୁଇଥର ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ପୁନର୍ବାର ଏହି ନିଷ୍ପତ୍ତି କେତେ ଫଳପ୍ରଦ ହେଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଶିକ୍ଷାବିତ୍‌ଙ୍କ ମତରେ ରାଜ୍ୟରେ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଅର୍ଥ ବାଧକ ସାଜୁଥିବାରୁ ଆଇଏଏସ୍‌ ବା ସିଭିଲ୍‌ ସର୍ଭିସ ପରୀକ୍ଷା ଦେବା ସେମାନଙ୍କ ପାଇଁ ସ୍ବପ୍ନ ପାଲଟୁଛି। ତେଣୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ତା’ କିପରି କାର୍ଯ୍ୟକ୍ଷମ ହେବ ସେ ଉପରେ ଗୁରୁତ୍ୱାରୋପ କରିବା ଉଚିତ। ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ ସିଭିଲ୍‌ ସର୍ଭିସ କୋଚିଂ ଲାଗି ସରକାରୀ ସ୍ତରରେ ଦୀର୍ଘ ମିଆଦୀ ବ୍ୟବସ୍ଥା ହୋଇଛି। ଆମ ରାଜ୍ୟରେ ମଧ୍ୟ ଏଭଳି ଯୋଜନା କରିବା ଉଚିତ ବୋଲି ଶିକ୍ଷାବିତ୍‌ମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ବିଜେବି କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶଂସନୀୟ। କିନ୍ତୁ କେବଳ ଯୋଜନା କରିଦେଲେ ହେବ ନାହିଁ। ତାହା କିପରି କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ। ଏହି ବ୍ୟବସ୍ଥାରେ ଯେଉଁମାନେ ସମ୍ପୃକ୍ତ ରହିବେ, ସେମାନେ ଏହାକୁ ସଫଳ କରିବା ପାଇଁ ପ୍ରତିବଦ୍ଧତା ହେବା ଉଚିତ। ସବୁ ସ୍ତରରେ ଏହାକୁ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ପର୍ଯ୍ୟାୟକ୍ରମେ ଏହାର ତଦାରଖ କରିବା ଆବଶ୍ୟକ ବୋଲି ପ୍ରଫେସର ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାଜ୍ୟରୁ ପ୍ରାୟ ୫ରୁ ୬ ଲକ୍ଷ ପିଲା ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ହେଲେ ବହୁତ କମ୍‌ ପିଲା ୟୁପିଏସ୍‌ସିରେ ସଫଳ ହେଉଥିବା ଦେଖାଯାଉଛି। ୨୦୧୭ରେ ୧୩ଜଣ ଓଡ଼ିଆ ଛାତ୍ରୀଛାତ୍ର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ୨୦୧୮ରେ ୧୫, ୨୦୧୯ରେ ୨୧, ୨୦୨୦ରେ ୧୧ ଏବଂ ୨୦୨୧ରେ ମାତ୍ର ୧୪ଜଣ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri