ସିଭିଲ ସର୍ଭିସ୍‌ ପାଇଁ ମାଗଣା କୋଚିଂ ଭେଳିକି

ଭୁବନେଶ୍ୱର, ୯।୨(ବ୍ୟୁରୋ): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ସଫଳତା ହାର ନୈରାଶ୍ୟଜନକ ରହୁଛି। ଏ କ୍ଷେତ୍ରରେ ନିଜ ଛାତ୍ରୀଛାତ୍ରଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଆଇଏଏସ୍‌ କୋଚିଂ ବ୍ୟବସ୍ଥା କରାଯାଇଥିଲା। ୨୦୧୬-୧୭ରେ ବିଶ୍ବବିଦ୍ୟାଳୟଗୁଡ଼ିକରେ କୋଚିଂ ଦିଆଯାଇଥିଲା। ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ୍‌ ପାଇଲେ ନାହିଁ। ପରବର୍ତ୍ତୀ ସମୟରେ ୨୦୧୯-୨୦ରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ। ତେବେ ସରକାରୀ ଅନୁଷ୍ଠାନ ଦ୍ୱାରା କୋଚିଂ ନ ଦେଇ ଏହି ଦାୟିତ୍ୱ ଧ୍ୟେୟ ଏଜୁକେଶନାଲ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥା ହାତରେ ଟେକିଦେଲେ। ସେଥିରେ ୯୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ହେଲେ ଏମାନଙ୍କ ମଧ୍ୟରୁ ଜଣେ ହେଲେ ବି କୃତିତ୍ୱ ଅର୍ଜନ କଲେ ନାହିଁ। ନିକଟରେ ହୋଇଥିବା ବିଧାନସଭା ଅଧିବେଶନରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ନିଜେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏହି ବିଫଳତାକୁ ସ୍ବୀକାର କରିଥିଲେ। ଏବେ ଉଚ୍ଚ ଶିକ୍ଷା ବିଭାଗ ଆଇଏଏସ୍‌ ବା ସିଭିଲ୍‌ ସର୍ଭିସ୍‌ରେ ଓଡ଼ିଆ ପିଲାଙ୍କ କୃତକାର୍ଯ୍ୟ ସଂଖ୍ୟା ବଢ଼ାଇବାକୁ ପୁଣି ସମାନ ପନ୍ଥା ଆପଣାଇଛନ୍ତି। ଏଥର ୨୦୦ ସିଭିଲ ସର୍ଭିସ ଆଶାୟୀଙ୍କୁ କୋଚିଂ ଦେବାକୁ ଯୋଜନା ହେଉଛି। ମାଗଣା ନାଁରେ ଯେପରି ଅନାମଧ୍ୟେୟ ସଂସ୍ଥା ହାତରେ କୋଚିଂ ଦାୟିତ୍ୱ ଦେଇ ସରକାର ଆଶାୟୀଙ୍କ ସ୍ବପ୍ନକୁ ଭାଙ୍ଗି ନ ଦିଅନ୍ତି, ସେଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।

ସୂଚନାନୁସାରେ, ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି କୋଚିଂ ପାଇଁ ନାମଲେଖା ହେବ। ଆଶାୟୀଙ୍କୁ ଆବେଦନ କରିବା ସହ ଉଚ୍ଚଶିକ୍ଷା ବିଭାଗର ୱେବ୍‌ସାଇଟ୍‌ରୁ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବାକୁ ପଡ଼ିବ। ସାମ୍ସ ପୋର୍ଟାଲ ଅଧୀନରେ ଏଥିପାଇଁ ଏକ ଅନ୍‌ଲାଇନ ମଡ୍ୟୁଲ ବିକଶିତ କରାଯିବ। ଆସନ୍ତା ୨୬ରେ ଆଶାୟୀଙ୍କ ପାଇଁ ପ୍ରି-କ୍ବାଲିଫାଇଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ସାମ୍ସ ପୋର୍ଟାଲ ଅଧୀନରେ ଉପରୋକ୍ତ ମଡ୍ୟୁଲ ବିକଶିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓକାକ୍‌ ଜେନେରାଲ ମ୍ୟାନେଜରଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଏହାର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ତେବେ ପୂର୍ବରୁ ଦୁଇଥର ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ପୁନର୍ବାର ଏହି ନିଷ୍ପତ୍ତି କେତେ ଫଳପ୍ରଦ ହେଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଶିକ୍ଷାବିତ୍‌ଙ୍କ ମତରେ ରାଜ୍ୟରେ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଅର୍ଥ ବାଧକ ସାଜୁଥିବାରୁ ଆଇଏଏସ୍‌ ବା ସିଭିଲ୍‌ ସର୍ଭିସ ପରୀକ୍ଷା ଦେବା ସେମାନଙ୍କ ପାଇଁ ସ୍ବପ୍ନ ପାଲଟୁଛି। ତେଣୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ତା’ କିପରି କାର୍ଯ୍ୟକ୍ଷମ ହେବ ସେ ଉପରେ ଗୁରୁତ୍ୱାରୋପ କରିବା ଉଚିତ। ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ ସିଭିଲ୍‌ ସର୍ଭିସ କୋଚିଂ ଲାଗି ସରକାରୀ ସ୍ତରରେ ଦୀର୍ଘ ମିଆଦୀ ବ୍ୟବସ୍ଥା ହୋଇଛି। ଆମ ରାଜ୍ୟରେ ମଧ୍ୟ ଏଭଳି ଯୋଜନା କରିବା ଉଚିତ ବୋଲି ଶିକ୍ଷାବିତ୍‌ମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ବିଜେବି କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶଂସନୀୟ। କିନ୍ତୁ କେବଳ ଯୋଜନା କରିଦେଲେ ହେବ ନାହିଁ। ତାହା କିପରି କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ। ଏହି ବ୍ୟବସ୍ଥାରେ ଯେଉଁମାନେ ସମ୍ପୃକ୍ତ ରହିବେ, ସେମାନେ ଏହାକୁ ସଫଳ କରିବା ପାଇଁ ପ୍ରତିବଦ୍ଧତା ହେବା ଉଚିତ। ସବୁ ସ୍ତରରେ ଏହାକୁ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ପର୍ଯ୍ୟାୟକ୍ରମେ ଏହାର ତଦାରଖ କରିବା ଆବଶ୍ୟକ ବୋଲି ପ୍ରଫେସର ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାଜ୍ୟରୁ ପ୍ରାୟ ୫ରୁ ୬ ଲକ୍ଷ ପିଲା ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ହେଲେ ବହୁତ କମ୍‌ ପିଲା ୟୁପିଏସ୍‌ସିରେ ସଫଳ ହେଉଥିବା ଦେଖାଯାଉଛି। ୨୦୧୭ରେ ୧୩ଜଣ ଓଡ଼ିଆ ଛାତ୍ରୀଛାତ୍ର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ୨୦୧୮ରେ ୧୫, ୨୦୧୯ରେ ୨୧, ୨୦୨୦ରେ ୧୧ ଏବଂ ୨୦୨୧ରେ ମାତ୍ର ୧୪ଜଣ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri