ମାଗଣା ସିଭିଲ କୋଚିଂ: ମେ’ ୫ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୩।୪(ଅସମାପିକା ସାହୁ):ରାଜ୍ୟ ସରକାର ସିଭିଲ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଦେଉଛନ୍ତି। ୨୦୦ ମନୋନୀତ ଛାତ୍ରୀଛାତ୍ରଙ୍କୁ ଏହି କୋଚିଂ ଦିଆଯାଉଛି। ଏଥିପାଇଁ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ହୋଇଥାଏ। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଏହି ପରୀକ୍ଷା ନିମନ୍ତେ ମଙ୍ଗଳବାର ଆବେଦନ ଶେଷ ହୋଇଛି। ୬ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିଛନ୍ତି। ୨୯ ତାରିଖରେ ସାମ୍ସ ଏବଂ ଏସ୍‌ଏସ୍‌ବି ଓ୍ବେବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ। ମେ’ ୫ରେ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍‌ରୁ କୋଚିଂ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଯୋଜନା ରଖିଛି। ସୂଚନାଯୋଗ୍ୟ, ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ସରକାର ୧୧ ମାସର ମାଗଣା ରେସିଡେନ୍ସିଆଲ କୋଚିଂ ପ୍ରଦାନ କରୁଛନ୍ତି। ସରକାର ଖାଇବା ଓ ରହଣି ପାଇଁ ମଧ୍ୟ ଟଙ୍କା ଦେଇଥାନ୍ତି। ପ୍ରତି ମାସରେ ଛାତ୍ରୀଛାତ୍ରଙ୍କ ୯୦ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିଛି।