ମାଗଣାରେ କରାଇ ନିଅନ୍ତୁ ଆଧାର କାର୍ଡ ସମ୍ବନ୍ଧୀୟ କାମ: ଏଇ ମାସରେ ସରୁଛି ଡେଡଲାଇନ୍

ନୂଆଦିଲ୍ଲୀ,୧।୧୨: ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି। ଚଳିତ ମାସରେ ଅନେକ କାର୍ଯ୍ୟ କରିବାର ଶେଷ ତାରିଖ ମଧ୍ୟ ରହିଛି, ଯେଉଁଥିରେ ଆପଣଙ୍କ ଆଧାର ସମ୍ବନ୍ଧୀୟ କାର୍ଯ୍ୟ ରହିଛି। ମାଗଣାରେ ହେଉଥିବା ଆଧାର କାର୍ଡ ଅପଡେଟ ଡେଡଲାଇନ୍ ଚଳିତ ମାସରେ ଶେଷ ହେଉଛି।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ରଖିଛି। ପୂର୍ବରୁ ଏହା ୧୪ ସେପ୍ଟେମ୍ବର ରହିଥିଲା ବେଳେ ପରେ ତିନିମାସ ବୃଦ୍ଧି କରାଯାଇଥିଲା। ନିର୍ଦ୍ଧାରିତ ତାରିଖ ପରେ ଆପଣଙ୍କୁ ଜରୁରୀ ଅପଡେଟ କରିବାକୁ ଟଙ୍କା ଦେବାକୁ ହେବ।

ଆଧାର ସମ୍ବନ୍ଧିତ କୌଣସି ଅପଡେଟ କରିବା ପାଇଁ ଏବେ ୫୦ ଟଙ୍କା ଦେୟ ଦେବାକୁ ପଡୁଛି। ଯାହାକୁ ଏବେ ମଧ୍ୟ ମାଇଁଆଧାର ପୋର୍ଟାଲରେ ମାଗଣାରେ କରାଯାଇପାରିବ। ତେବେ କହିରଖୁ କି ମାଗଣା ଆଧାର ଅପଡେଟ ସୁବିଧା କେବଳ ଅନଲାଇନ୍ ମିଳୁଛି। କିନ୍ତୁ ଆପଣଙ୍କୁ ଯଦି ଆଇରୀସ କିମ୍ବା ବାୟୋମେଟ୍ରିକ ଅପଡେଟ କରିବାକୁ ଥିବ, ସେଥିପାଇଁ ଆଧାର ସେଣ୍ଟରକୁ ଯିବାକୁ ପଡିବ।

ଆଧାର ଅପଡେଟ କରିବାର ପ୍ରକ୍ରିୟା ବହୁତ ସରଳ। ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇ ୱେବସାଇଟ https://uidai.gov.in/ ରେ ଲଗଇନ୍ କରିବାକୁ ପଡିବ।

ଏହାପରେ ହୋମ ପେଜରେ ମାଇଁ ଆଧାର ପୋର୍ଟାଲରେ ଯାଇ ରେଜିଷ୍ଟର ମୋବାଇଲ ନମ୍ବର ଉପରେ ଓଟିପି ବ୍ୟବହାର କରି ଲଗଇନ କରନ୍ତୁ। ଏହାପରେ ନିଜର ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ, ଯଦି ତାହା ଠିକ ଅଛି, ତେବେ ଠିକ ଲେଖା ଥିବା ବକ୍ସରେ ଟିକ୍ କରନ୍ତୁ। ସେହିପରି ଡେମୋଗ୍ରାଫିକ ତଥ୍ୟ ଭୁଲ ଥିଲେ ଡ୍ରପ-ଡାଉନ ଡକ୍ୟୁମେଣ୍ଟ ଉପରେ କିକ୍ କରି ଠିକ ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ। ଏହି ଡକ୍ୟୁମେଣ୍ଟକୁ ଜେପିଇଜି, ପିଏନଜି ଏବଂ ପିଡିଏଫ ହୋଇଥିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri