ମାଗଣାରେ କରାଇ ନିଅନ୍ତୁ ଆଧାର କାର୍ଡ ସମ୍ବନ୍ଧୀୟ କାମ: ଏଇ ମାସରେ ସରୁଛି ଡେଡଲାଇନ୍

ନୂଆଦିଲ୍ଲୀ,୧।୧୨: ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି। ଚଳିତ ମାସରେ ଅନେକ କାର୍ଯ୍ୟ କରିବାର ଶେଷ ତାରିଖ ମଧ୍ୟ ରହିଛି, ଯେଉଁଥିରେ ଆପଣଙ୍କ ଆଧାର ସମ୍ବନ୍ଧୀୟ କାର୍ଯ୍ୟ ରହିଛି। ମାଗଣାରେ ହେଉଥିବା ଆଧାର କାର୍ଡ ଅପଡେଟ ଡେଡଲାଇନ୍ ଚଳିତ ମାସରେ ଶେଷ ହେଉଛି।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ରଖିଛି। ପୂର୍ବରୁ ଏହା ୧୪ ସେପ୍ଟେମ୍ବର ରହିଥିଲା ବେଳେ ପରେ ତିନିମାସ ବୃଦ୍ଧି କରାଯାଇଥିଲା। ନିର୍ଦ୍ଧାରିତ ତାରିଖ ପରେ ଆପଣଙ୍କୁ ଜରୁରୀ ଅପଡେଟ କରିବାକୁ ଟଙ୍କା ଦେବାକୁ ହେବ।

ଆଧାର ସମ୍ବନ୍ଧିତ କୌଣସି ଅପଡେଟ କରିବା ପାଇଁ ଏବେ ୫୦ ଟଙ୍କା ଦେୟ ଦେବାକୁ ପଡୁଛି। ଯାହାକୁ ଏବେ ମଧ୍ୟ ମାଇଁଆଧାର ପୋର୍ଟାଲରେ ମାଗଣାରେ କରାଯାଇପାରିବ। ତେବେ କହିରଖୁ କି ମାଗଣା ଆଧାର ଅପଡେଟ ସୁବିଧା କେବଳ ଅନଲାଇନ୍ ମିଳୁଛି। କିନ୍ତୁ ଆପଣଙ୍କୁ ଯଦି ଆଇରୀସ କିମ୍ବା ବାୟୋମେଟ୍ରିକ ଅପଡେଟ କରିବାକୁ ଥିବ, ସେଥିପାଇଁ ଆଧାର ସେଣ୍ଟରକୁ ଯିବାକୁ ପଡିବ।

ଆଧାର ଅପଡେଟ କରିବାର ପ୍ରକ୍ରିୟା ବହୁତ ସରଳ। ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇ ୱେବସାଇଟ https://uidai.gov.in/ ରେ ଲଗଇନ୍ କରିବାକୁ ପଡିବ।

ଏହାପରେ ହୋମ ପେଜରେ ମାଇଁ ଆଧାର ପୋର୍ଟାଲରେ ଯାଇ ରେଜିଷ୍ଟର ମୋବାଇଲ ନମ୍ବର ଉପରେ ଓଟିପି ବ୍ୟବହାର କରି ଲଗଇନ କରନ୍ତୁ। ଏହାପରେ ନିଜର ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ, ଯଦି ତାହା ଠିକ ଅଛି, ତେବେ ଠିକ ଲେଖା ଥିବା ବକ୍ସରେ ଟିକ୍ କରନ୍ତୁ। ସେହିପରି ଡେମୋଗ୍ରାଫିକ ତଥ୍ୟ ଭୁଲ ଥିଲେ ଡ୍ରପ-ଡାଉନ ଡକ୍ୟୁମେଣ୍ଟ ଉପରେ କିକ୍ କରି ଠିକ ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ। ଏହି ଡକ୍ୟୁମେଣ୍ଟକୁ ଜେପିଇଜି, ପିଏନଜି ଏବଂ ପିଡିଏଫ ହୋଇଥିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri