ଜରିମାନାରେ ଜାଲିଆତି

କଟକ ଅଫିସ,୩।୧୦: ଜରିମାନା ଆଦାୟରେ ଜାଲିଆତି ହେଉଛି। ପୋଲିସ ଯେତିକି ଟଙ୍କାର ଚାଲାଣ କାଟୁଛି, ସରକାରଙ୍କ ନିକଟରେ ଏହାଠୁ କମ୍‌ ରାଶି ଦର୍ଶାଯାଉଛି। ଏଭଳି ଏକ ଘଟଣା ଚାଉଳିଆଗଞ୍ଜ ଥାନା ଅଧୀନରେ ହୋଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୦ ତାରିଖରେ ଜଣେ ବ୍ୟକ୍ତି କରୋନା କଟକଣା ନ ମାନି ୨୦୦ ଟଙ୍କାର ତଣ୍ଡ ଗଣିଥିଲେ। ତାଙ୍କୁ ଦିଆଯାଇଥିବା ଚାଲାଣରେ ମଧ୍ୟ ୨୦୦ ଟଙ୍କା ଦର୍ଶାଯାଇଥିଲା। ପରେ ଏ ନେଇ ସେ ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ମାଗିଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ତାଙ୍କଠାରୁ ୧୦୦ ଟଙ୍କା ଜରିମାନା ନିଆଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିରୁ ଜରିମାନା ଆଦାୟରେ ପୋଲିସର ଅନିୟମିତତା କାରସାଦି ପଦାକୁ ଆସିଛି।
ଚାଲାଣ କାଟିବାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଅନୁଗୋଳର ସୁଜିତ କୁମାର ସାହୁ (୩୦)। ସେ କଟକ ନୂଆବଜାର ଅଞ୍ଚଳରେ ଘରଭଡ଼ା ନେଇ ରୁହନ୍ତି। କରୋନା ଯୋଗୁ ଗତ ଜୁଲାଇ ମାସରେ ସାଧାରଣ ଯାତାୟାତ ଉପରେ କଟକଣା ଥିଲା। ଜରୁରିକାଳୀନ ସ୍ଥିତିରେ ଯେଉଁମାନେ ଯିବା ପାଇଁ ଚାହିଁବେ ସେମାନେ ପୋଲିସଠାରୁ ଅନୁମତି ନେବାକୁ ନିର୍ଦ୍ଦେଶ ରହିଥିଲା। ଗତ ୨୦ ତାରିଖରେ ସୁଜିତ ବ୍ୟକ୍ତିଗତ କାର୍ଯ୍ୟରେ କଲେଜ ଛକକୁ ଆସୁଥିଲେ। ନୂଆବଜାର ଓଭରବ୍ରିଜ ନିକଟରେ ପୋଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା। ପରେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ୫୦୦ ଟଙ୍କା ଜରିମାନା ଦେବାକୁ ସେଠାରେ ଉପସ୍ଥିତ ଥିବା ଜଣେ ସବ୍‌ଇନ୍ସପେକ୍ଟର କହିଥିଲେ। ତେବେ ତାଙ୍କ ପାଖରେ ୨୦୦ ଟଙ୍କା ଅଛି ବୋଲି ସୁଜିତ କହିଥିଲେ। ତୁମେ ୨୦୦ ଟଙ୍କା ଦିଅ, ଆଉ ୩୦୦ ଟଙ୍କା ଆମେ ଅନ୍ୟ କାହାଠାରୁ ଆଣି ଆଡଜଷ୍ଟ କରିଦେବୁ ବୋଲି ପୋଲିସ କହିବା ସହିତ ୨୦୦ ଟଙ୍କାର ଏକ ରସିଦ (ନଂ-୨୭୩୫୩୦୬) ଦେଇଥିଲେ। ଏହାକୁ ନେଇ ସୁଜିତଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ପରଦିନ ସେ ଚାଉଳିଆଗଞ୍ଜ ଥାନାରେ ଆର୍‌ଟିଆଇ ଜରିଆରେ ଏକ ରିପୋର୍ଟ ମାଗିଥିଲେ। ୨୦ ତାରିଖରେ କେତେ ଜଣ କେତେ ଟଙ୍କା ଲେଖାଏ ଜରିମାନା ଦେଇଛନ୍ତି ବୋଲି ସେ ଏଥିରେ ପ୍ରଶ୍ନ କରିଥିଲେ। ପରେ ଅଗଷ୍ଟ ୨୭ରେ ମଧ୍ୟ ପୁନର୍ବାର ଆଉ ଥରେ ରିପୋର୍ଟ ମାଗିଥିଲେ। ହେଲେ ସମସ୍ତ ତଥ୍ୟ କମିଶନରେଟ ଅଫିସରେ ମିଳିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ପରେ ସେ ପୋଲିସ କମିଶନରେଟ ଅଫିସକୁ ଏକ ଚିଠି ପଠାଇଥିଲେ। ଶୁକ୍ରବାର କମିଶନରେଟଙ୍କ ଅଫିସରୁ ଉତ୍ତର ଦିଆଯାଇଛି। ତାଙ୍କଠାରୁ ସେହିଦିନ ୧୦୦ ଟଙ୍କା ଜରିମାନା ନିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି। ତେବେ ପୋଲିସ ଅବଶିଷ୍ଟ ୧୦୦ ଟଙ୍କା ହଡ଼ପ କରିଥିବା ଏଥିରୁ ସ୍ପଷ୍ଟ ହେଉଛି। ରସିଦ ନମ୍ବର, ତାରିଖ ଓ ଦସ୍ତଖତ ସମାନ ଥାଇ ସୁଦ୍ଧା ପୋଲିସ ଅଧିକାରୀ ସରକାରଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସୁଜିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri