ବିଶୁଦ୍ଧ ପାନୀୟ ଜଳ ନାମରେ ଠକେଇ

ପଟ୍ଟାମୁଣ୍ଡାଇ ୧।୩(ସ୍ବ.ପ୍ର.): ଆଗକୁ ଖରାଦିନ ଆସୁଛି। ଯେଉଁଭଳି ଭାବେ ପାଣିପାଗରେ ଅସ୍ବାଭାବିକ ପରିବତ୍ତର୍ର୍ନ ଦେଖାଦେଉଛି, ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଫେବୃୟାରୀରୁ ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ମଧ୍ୟାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ଏପରିସ୍ଥଳେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ପାଣି ଓ ବୋତଲ ଉପରେ ନିର୍ଭର କରୁଛନ୍ତି। ଯେଉଁ ପାଣିକୁ ଲୋକେ କିଣି ପିଉଛନ୍ତି, ତାହା ପାନୀୟଜଳ ଉପଯୋଗୀ କି ନାହିଁ ତାହା ସେମାନେ ଜାଣି ପାରୁନାହାନ୍ତି। କାରଣ ସହର କି ଗ୍ରାମାଞ୍ଚଳରେ ଆବଶ୍ୟକ ସଂଖ୍ୟକ ନଳକୂପ ନାହିଁ। ଯେଉଁଠି ଅଛି ସେସବୁ ଅଚଳ ହୋଇ ପଡିଛି। ସ୍ବଚ୍ଛ ପାନୀୟଜଳର ବ୍ୟବସ୍ଥା ନାହିଁ। ଏଣୁ ପାଉଚ ପାଣିକୁ ସ୍ବଚ୍ଛ ଭାବି ୨ଟଙ୍କା ଦେଇ ଲୋକେ ପିଉଛନ୍ତି। ହାଟ, ବଜାର, ପାନ ଦୋକାନ ସବୁଠି ଏହା ମିଳୁଛି। ବାହାଘର, ବିଭିନ୍ନ ସଭାସମିତିରେ ମଧ୍ୟ ପାଉଚ ପାଣି ପ୍ୟାକେଟ୍‌ର ବ୍ୟବହାର ବଢ଼ିଛି। ପାଣି ପାଉଚର ବିକ୍ରି ନିଷିଦ୍ଧ ସତ୍ତ୍ୱେ ଏହାର ବହୁଳ ବ୍ୟବହାର ହେଉଛି। ଆମେ ଯେଉଁ ପାଉଚ ପାଣି ପିଉଛୁ, ତାହାର ଶୁଦ୍ଧତା ଓ ଗୁଣବତା ଜାଣିବା ପାଇଁ ଲୋକଙ୍କ ପକ୍ଷେ କିମ୍ବା ପ୍ରଶାସନର ସମୟ ନାହିଁ। କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉନାହିଁ। ଏହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପିଇବା ପାଣି ବିକ୍ରି କରୁଛନ୍ତି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ପିଇବା ପାଣି କାରବାରର ଏବେ ଗୁମର ଖୋଲିବାରେ ଲାଗିଛି। ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ବିଲ୍‌ ଭାଉଚର ମାଗିଲେ ବି ଲୋକଙ୍କୁ ଦିଆଯାଉନି। ପିଇବା ପାଣି ନଁାରେ ଲୋକଙ୍କୁ ଏଠି ଖୋଲାଖୋଲି ଠକେଇ ଚାଲିଛି। ନାମୀଦାମୀ କମ୍ପାନୀ ନଁାରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ ମିଳୁଛି। କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖା ଯାଉ ନଥିବା ଦେଖିବାକୁ ମିଳୁଛି। ଏକ୍ସପାଏରୀ ପାଣି ପାଉଚ ଓ ବୋତଲକୁ ବିକ୍ରି କରାଯାଉଛି। ପାଣି ପାଉଚ୍‌ ବିକ୍ରିକୁ ସରକାରୀ ସ୍ତରରେ ରୋକ ଲାଗିଥିଲେ ବି ଏଠି କୌଣସି ନିୟମକାନୁନ କେହି ମାନୁନାହାନ୍ତି। ପାଣି ଖାଦ୍ୟ ସାମଗ୍ରୀ ତାଲିକାରେ ଯାଉଥିଲେ ବି ଫୁଡ୍‌ ଲାଇସେନ୍ସ ଅନେକଙ୍କ ପାଖରେ ନ ଥିବା ଅଭିଯୋଗ ହୋଇଛି। ପ୍ରସ୍ତୁତକାରୀ ସଂସ୍ଥା ମଧ୍ୟ ପାଣି ପରୀକ୍ଷଣ ରିପୋର୍ଟ କରାଉନାହାନ୍ତି। ପ୍ରତ୍ୟେକ ୭ ଦିନରେ ଥରେ ପାଣିର ନମୁନା ଲାବୋରାଟୋରିରେ ଟେଷ୍ଟ କରାଯିବା କଥା। କିନ୍ତୁ ଏଠି ମାସମାସ ଧରି ନମୁନା ପରୀକ୍ଷଣ କରାଯାଉ ନାହିଁ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହାତଗଣତି କେତେ ଜଣ ଅନୁମତି ପାଇଥିବା ବେଳେ ସେମାନଙ୍କ କାରବାର ଉପରେ ବି ପ୍ରଶାସନିକ କୌଣସି ତଦାରଖ ନାହିଁ। ଏସବୁ ଭିତରେ ପାଉଚ୍‌ ପାଣି କେଉଁଠୁ ଆସୁଛି, କେଉଁମାନେ ପାଣି ପାଉଚ୍‌ କାରବାରରେ ଜଡ଼ିତ ଏହାର କୌଣସି ଖୋଜଖବର କାହା ପାଖରେ ନାହିଁ। ଏ ନେଇ ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉ ନାହିଁ। ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ବେଆଇନ ପାଣି କାରବାର ଉପରେ ପ୍ରଶାସନିକ ଯାଞ୍ଚ ହେବ ବୋଲି କହିଛନ୍ତି। ପୌର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ପାଣି ପାଉଚ୍‌ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। ପୂର୍ବରୁ ପୌରପାଳିକା ସ୍କ୍ବାଡ୍‌ ଗଠନ କରି ପାଣି ପାଉଚ୍‌ ବିକ୍ରି ଉପରେ ରୋକ ଲଗାଇଥିଲା। ଏହାରି ଭିତରେ ଯଦି ପୁଣି ପାଣି ପାଉଚ୍‌ ବିକ୍ରି ଚାଲିଛି, ତେବେ ଏକ ସ୍ବତନ୍ତ୍ର ଅଭିଯାନ କରି ବେଆଇନ ପାଣି ପାଉଚ୍‌ ବିକ୍ରିକୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri