୮ ବର୍ଷ ଧରି ଏନ୍‌ଆଇବି ନାଁରେ ଠକେଇ, ୨ ଗିରଫ

ବଲାଙ୍ଗୀର, ୧୯।୧ (ବୀରେନ୍ଦ୍ର କୁମାର ଝାଙ୍କର): ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନାଁରେ ଜାଲ୍‌ ଗୋଇନ୍ଦା ବିଭାଗ ଖୋଲି ବଲାଙ୍ଗୀର ସମେତ ଆନ୍ତଃ ରାଜ୍ୟ ସ୍ତରରେ ସକ୍ରିୟ ଥିବା ଏକ ବଡ଼ଧରଣର ସାଇବର ଠକ ଦଳର ପର୍ଦ୍ଦାଫାଶ ଜିଲା ପୋଲିସ କରିଛି। ଏହି ମାମଲାରେ ପୋଲିସ ରାଜ୍ୟ ବାହାରୁ ମୁଖ୍ୟ ଅଭିଯୁକ୍ତ ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ମଙ୍ଗଳାପୁରର ମାତୃ ପ୍ରସାଦ ସେଠୀ ଓରଫ୍‌ ସିଆର ନନ୍ଦ (୫୪) ଓ ସହ ଅଭିଯୁକ୍ତ କୋଲକାତା ରବୀନ୍ଦ୍ରନଗର ଥାନା ନିବାସୀ ଗୋପାଳ କୁମାର ସ (୩୫)ଙ୍କୁ ଗିରଫ କରିଛି। ବଲାଙ୍ଗୀର ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ୨୫ଟି କମ୍ପ୍ୟୁଟର ସିଷ୍ଟମ, ପ୍ରିଣ୍ଟର ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ନଗଦ ୨ ଲକ୍ଷ ୭ ହଜାର ଟଙ୍କା, ୧୨ଟି ମୋବାଇଲ ଫୋନ, ୮ଟି ସିମ୍‌କାର୍ଡ, ୨୪ଟି ବ୍ୟାଙ୍କ ପାସ୍‌ବୁକ୍‌ ଓ ଏଟିଏମ୍‌ କାର୍ଡ, ୧୫ଟି ଜାଲ୍‌ ଆଇଡି କାର୍ଡ, ପୋଲିସ ଗାଡ଼ିରେ ବ୍ୟବହୃତ ହେଉଥିବା ଏକ ହଳଦିଆ ବତି, ୪ଟି ଭଡ଼ା କାରକୁ ପୋଲିସ ଜବତ କରିଛି। ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରି ଶନିବାର ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ଏହି ଆନ୍ତଃ ରାଜ୍ୟ ସାଇବର ଠକ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି।
ସହରରେ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନଁାରେ ଏକ ଜାଲ୍‌ ଗୋଇନ୍ଦା ବିଭାଗ ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ବଲାଙ୍ଗୀର ସାଇବର ଥାନାରେ ଏକ ମାମଲା (୧/୨୫) ରୁଜୁ କରାଯାଇଥିଲା। ବଲାଙ୍ଗୀର ଏସ୍‌ପି ଖିଲାରି ଆଡିସିନାଲ ଏସ୍‌ପି ହିମାଂଶୁ ବେହେରାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରି ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ୨୦୧୬ରୁ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ନଁାରେ ୱେବ୍‌ସାଇଟ୍‌ ଖୋଲି ଓଡ଼ିଶା, ତେଲଙ୍ଗାନା, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ସକ୍ରିୟ ରହିଥିବା ଏହି ସାଇବର ଠକ ଗ୍ୟାଙ୍ଗ୍‌ କିଛିବର୍ଷ ତଳେ ବଲାଙ୍ଗୀର ସହରର ଗୋକୁଳ ଧାମରେ ଏକ ହାଇଫାଇ ଅଫିସ ଖୋଲିଥିଲେ। ଏହି ଅଫିସରୁ ବିଭିନ୍ନ ଚାକିରି ଆଶାୟୀ ଯୁବତୀ, ଯୁବକଙ୍କୁ ଚାକିରି ଦେବା ନଁାରେ ଟାର୍ଗେଟ କରୁଥିଲେ। ସେମାନଙ୍କୁ ଏନ୍‌ଆଇବିରେ ଚାକିରି ଦେବା ନଁାରେ ଲକ୍ଷାଧିକ ଟଙ୍କା ଅସୁଲ କରୁଥିଲେ। ୱେବ୍‌ ସାଇଟ୍‌ରେ ଉପଲବ୍ଧ ବିଭିନ୍ନ ରାଜ୍ୟର ଏନ୍‌ଆଇବି ତଥ୍ୟ ଦେଖାଇ ଆଶାୟୀଙ୍କୁ ଏହା ଏକ ଠିକ୍‌ ସଂସ୍ଥା ବୋଲି ବିଶ୍ୱାସ ଜନ୍ମାଉ ଥିଲେ। ଏପରି କି କେତେଜଣ ଯୁବତୀଯୁବକଙ୍କୁ ଏନ୍‌ଆଇବିର ବିଭିନ୍ନ ବିଭାଗ ଅଧିକାରୀ ଭାବେ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। ଯେଉଁମାନଙ୍କୁ ନିଯୁକ୍ତିପତ୍ର ଦେଇଥିଲେ ସେମାନଙ୍କୁ ଜାଲ ଆଇଡି କାର୍ଡ ମଧ୍ୟ ପ୍ରଦାନ କରିଥିଲେ। କଲିକତାରୁ ସମସ୍ତ ଆଇଡି କାର୍ଡ ତିଆରି କରୁଥିଲେ। ଏହାସହିତ ଏଫ୍‌ସିଆରଏ ଆକାଉଣ୍ଟ (ଫରେନ୍‌ କଣ୍ଟ୍ରିବ୍ୟୁଶନ୍‌ ରେଗୁଲେଶନ୍‌ ଆକ୍ଟ) ଖୋଲା ଯାଇଥିବା କଥା କହି ଏହି ଦୁଇ ଠକ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଆକାଂକ୍ଷା ଟ୍ରଷ୍ଟ, ସ୍ବାଧୀନ ସଂକଳ୍ପ, ଅତୁଲ୍ୟ ଫାଉଣ୍ଡେଶନ, କୁବେର ମେମୋରିଆଲ୍‌ ଟ୍ରଷ୍ଟ, କଲ୍ୟାଣୀ ଫାଉଣ୍ଡେଶନ, ମାତୃମୟୀ ଫାଉଣ୍ଡେଶନ୍‌, ଓବାସା ଏବଂ ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋନାଁରେ ସାଇନ୍‌ବୋର୍ଡ ଲଗାଇ ବିଭିନ୍ନ ସ୍ଥାନରେ ଅଫିସ ମଧ୍ୟ ଖୋଲିଥିଲେ। ବଲାଙ୍ଗୀରର ଗୋକୁଳ ଧାମ୍‌, ଖଲିଆପାଲି ଓ ରାଜେନ୍ଦ୍ରପଡ଼ାଠାରେ ବିଭିନ୍ନ ଟ୍ରଷ୍ଟ ଓ ଏନ୍‌ଆଇବି ସାଇନବୋର୍ଡ ଲଗାଇ ଅଫିସ ଖୋଲିଥିଲେ। ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ, ସାଇନ୍‌ବୋର୍ଡ ଓ କମ୍ପ୍ୟୁଟର ସାମଗ୍ରୀ ସହ ଆନୁଷଙ୍ଗିକ ସାମଗ୍ରୀ ଜବତ କରିଛି। ଏହା ସହିତ ବିଭିନ୍ନ ଜିଲାର ଯୁବତୀ ଯୁବକଙ୍କ ଜାଲ୍‌ ଗୋଇନ୍ଦା ଅଫିସରଙ୍କ ଆଇଡି କାର୍ଡ, ଆଫିଡାଭିଟ୍‌୍‌ ଓ ନିଯୁକ୍ତିପତ୍ରକୁ ପୋଲିସ ଜବତ କରିଛି। ବଲାଙ୍ଗୀର ସମେତ ସୋନପୁର ଜିଲାରେ ମଧ୍ୟ ଏନ୍‌ଆଇବିର ଏକ ଜାଲ୍‌ ଅଫିସ ଖୋଲିଥିବା ଏସ୍‌ପି ଖିଲାରି ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଆଡିଶନାଲ ଏସ୍‌ପି ବେହେରା, ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ସାଇବର ଥାନାଧିକାରୀ ଭାରତୀ ନାଏକ, ଟାଉନ୍‌ ଥାନା ଆଇଆଇସି ଅବନୀ ସାହୁ, ଲକ୍ଷ୍ମୀଯୋର ଥାନାଧିକାରୀ ଅନିତା ପ୍ରଧାନ, ସାଇବର ଥାନା ଇନ୍ସପେକ୍ଟର ଦେବାଶିଷ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri