ବିଦେଶରେ ଚାକିରି ନାମରେ ଲକ୍ଷାଧିକ ଟଙ୍କାର ଠକେଇ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୨୫ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପାଟଣା ସାହିରେ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ନାମକ ଏକ ସଂସ୍ଥା ବିଭିନ୍ନ ଜିଲାର ବହୁ ଯୁବତୀ, ଯୁବକଙ୍କୁ ବିଦେଶରେ ଚାକିରି ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା। ଠକ ସଂସ୍ଥାର ମୁଖ୍ୟ ଓ ଅନ୍ୟ ସହଯୋଗୀ କର୍ମଚାରୀ ନକଲି ନାମ ବ୍ୟବହାର କରି ଟଙ୍କା ହଡ଼ପ କରିଥିବା ହିଞ୍ଜିଳି ପୋଲିସ ଶନିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛି। ଠକସଂସ୍ଥାର ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ସଂସ୍ଥାର ମୁଖ୍ୟ ହିଞ୍ଜିଳି ଥାନା ଗୋପୀନାଥପୁରର ବଳରାମ ମହାରଣା, ତାଙ୍କର ସହଯୋଗୀ ଉକ୍ତ ଗ୍ରାମର ଇପିଲି ପ୍ରସାଦ ରାଓ ଏବଂ ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା କୁହୁଡ଼ିର ରାଜୀବ ଜେନା। ଏହି ସଂସ୍ଥା ସହ ଜଡ଼ିତ ଅନ୍ୟ ୪ ଜଣ ଫେରାର ଥିବା ପୋଲିସ କହିଛି। ଗିରଫମାନଙ୍କ ଠାରୁ ଲାପଟପ୍‌, ପେନ୍‌ ଡ୍ରାଇଭ୍‌, ନକଲି ଅଫର ଲେଟର, ଭିଜା, ୪୧ଟି ପାସପୋର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ପ୍ରାୟ ୧୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାକୁ ସଂସ୍ଥାର ମୁଖ୍ୟ ଓ ଅନ୍ୟମାନେ ବିଭିନ୍ନ ରାଜ୍ୟରେ ମଉଜ ମଜଲିସ କରି ଉଡ଼ାଇ ଦେଇଥିବା ପୋଲିସ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ହଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିର ଏକ ଭଡ଼ା ଘରେ ଅଭିଯୁକ୍ତ ବଳରାମ ମହାରଣା ନକଲି ନାମ ରାକେଶ କୁମାର ପଣ୍ଡା ନାମରେ ପରିଚୟ ଦେଇ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ସଂସ୍ଥା ଖୋଲିଥିଲେ। ସେଥିରେ ବିଭିନ୍ନ ଅଞ୍ଚଳର କର୍ମଚାରୀ ନିୟୋଜିତ କରିଥିଲେ। ଏହି ସଂସ୍ଥା ଗଞ୍ଜାମ ଜିଲା ସମେତ ଖୋର୍ଦ୍ଧା, ନୟାଗଡ, ଭଦ୍ରକ ଆଦି ଜିଲାର ବେରୋଜଗାରଙ୍କୁ ଚାକିରି ଦେବା ପାଇଁ ପୋଷ୍ଟର, ବ୍ୟାନର ଓ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଲୋଭିତ କରିଥିଲେ। ଯୁବତୀ, ଯୁବକଙ୍କୁ ଓମାନ, ବାହାରିନ୍‌ , ଦୁବାଇରେ ଚାକିରି ଲୋଭ ଦେଖାଇ ମିଥ୍ୟା ଅଫର ଲେଟର, ପାସପୋର୍ଟ, ଭିଜା ବାବଦକୁ ଜଣଙ୍କ ପିଛା ୨୦ରୁ ୫୫ ହଜାର ଟଙ୍କା ଆଦାୟ କରିଥିଲେ। ଗତ ଅଗଷ୍ଟ ୨୬ରେ ବିଦେଶ ଯିବା ପାଇଁ ପ୍ରସ୍ତୁତ ହୋଇ ବହୁ ଆଶାୟୀ ହିଞ୍ଜିଳିକାଟୁ ଅଫିସ ସାମ୍ନାରେ ପହଞ୍ଚିଥିଲେ। ତେବେ ଅଫିସରେ ତାଲା ଝୁଲୁଥିଲା। ସଂସ୍ଥା ମୁଖ୍ୟ ବଳରାମ ଓ ଅନ୍ୟ କର୍ମଚାରୀଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଠକାମୀର ଶିକାର ହୋଇଥିବା ଜାଣି ଥାନାରେ ଭଦ୍ରକ ଜିଲାର ଦୈତାରୀ ସେନାପତି ନାମକ ଆଶାୟୀ ଏତଲା ଦେଇଥିଲେ। ଥାନାରେ କେସ୍‌ ନଂ ୪୫୦/୨୧ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ପ୍ରକାଶ। ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଥାନା ଆଇଆଇସି ଅଭିମନ୍ୟୁ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ...

ଦୈତାରୀରେ ଦନ୍ତା ଆତଙ୍କ: ଘର ଭାଙ୍ଗିଲା, ଆକ୍ରମଣରେ ସିଆଇଏସ୍‌ଏଫ୍‌ ଯବାନ ଗୁରୁତର

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଖଣି ଅଞ୍ଚଳରେ ପ୍ରଥମେ ବାଘ ପରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଉପଦ୍ରବରେ ଯୋଗୁ ବ୍ୟାପକ...

ରାସ୍ତା ଜାମ ନେଲା ଗର୍ଭବତୀଙ୍କ ଜୀବନ

ଲହୁଣୀପଡା, ୧୨।୧ (ଡି.ଏନ.ଏ)- କଲେଇପୋଷ- ବରସୁଆଁ ରାସ୍ତା ନିର୍ମାଣ ଚାଲିଥିବା ବେଳେ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଚାଲିଛି। ଯାହାକି ଭାରିଯାନ...

ଖୋଲା ବଜାରରୁ ବିହନ କିଣୁଛନ୍ତି ଚାଷୀ

ରସୁଲପୁର,୧୧।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଚିନାବାଦାମ ଚାଷ ଆରମ୍ଭ ହେଲାଣି। ତେବେ ସରକାରୀ ବିହନ ମିଳୁ ନ ଥିବାରୁ ଚାଷୀ ଖୋଲା ବଜାର ଉପରେ ନିର୍ଭର...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ତିହିଡ଼ି, ୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ମଥନାଥ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ...

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ...

ଚିଲିକା ମଝିରେ ଲଞ୍ଚ ଅଚଳ: ଫସିରହିଲେ ଯାତ୍ରୀ

କୃଷ୍ଣପ୍ରସାଦ,୧୮।୯(ଡି.ଏନ୍‌.ଏ.): ଚିଲିକା ମଧ୍ୟରେ ଶନିବାର ଏକ ଲଞ୍ଚ ଅଚଳ ହୋଇଯାଇଥିଲା। ଫଳରେ ଯାତ୍ରୀ ୨ ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲେ। ଅନ୍ତର୍ଜାତୀୟ ଜଳପଥ ପରିବହନ ବିଭାଗର...

ରାଜ୍ୟ ବାହାରର ବସ୍‌କୁ ଦେଖି ଲୋକେ ଆତଙ୍କିତ

ସମ୍ବଲପୁର,୨ା୫(ବ୍ୟୁରୋ)-ରାଜ୍ୟ ବାହାରର ୩ଟି ବସ୍‌ ଶନିବାର ସମ୍ବଲପୁର ସହର ଭିତରକୁ ପ୍ରବେଶ କରିବାରୁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଧନୁପାଲି ଥାନା ଅଧୀନ ଜେଲ୍‌ ଛକରେ...

Advertisement
Archives

Model This Week