ବିଏଡ୍‌ ପାଠ୍ୟକ୍ରମ ନାଁରେ ଜାଲିଆତି

ବାଲେଶ୍ୱର ଅଫିସ, ୧୨।୧୨: ବାଲେଶ୍ୱର ସହର ପଢୁଆଁପଦାସ୍ଥିତ ସିଆଇଏମ୍‌ଆଇଟି ଅନୁଷ୍ଠାନ ବିଏଡ୍‌ ପାଠ୍ୟକ୍ରମ ନାଁରେ ଶତାଧିକ ଛାତ୍ରୀଛାତ୍ରଙ୍କୁ ଶୋଷଣ କରୁଥିବା ଶନିବାର ସହଦେବଖୁଣ୍ଟା ମଡ଼େଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ନୀଳଗିରି ଅଞ୍ଚଳର ଦୁଇଜଣ ଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ ଗ୍ରାଜୁଏଶନ ପରେ ବିଏଡ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସିଆଇଏମ୍‌ଆଇଟି ଅନୁଷ୍ଠାନ ମୁଖ୍ୟ ସତ୍ୟଜିତ ରାୟଙ୍କ ସହ ଯୋଗାଯୋଗ କରିଥିଲେ। ରାୟ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ନାଗାର୍ଜୁନନଗରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ଶିରିଡ଼ି ସାଇ କଲେଜ ଅଫ୍‌ ଏଜୁକେଶନ୍‌, ମାର୍କପୁର, ପ୍ରକାସମରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ବିଏଡ୍‌ ପାଠ୍ୟକ୍ରମର ମୋଟ୍‌ ୪ଟି ସେମିଷ୍ଟର ପାଇଁ ୬୫ହଜାର ଟଙ୍କା ନେବାକୁ ଚୁକ୍ତି କରିଥିଲେ। ଏଥିରେ ଉକ୍ତ ଦୁଇ ଛାତ୍ରୀଙ୍କ ଅଭିଭାବକ ସହମତି ପ୍ରକାଶ କରିଥିଲେ। ନାମଲେଖାଠାରୁ ଆରମ୍ଭ କରି ପ୍ରଥମ ସେମିଷ୍ଟର ପରୀକ୍ଷା ପର୍ଯ୍ୟନ୍ତ ପ୍ରାୟ ୨୫ହଜାର ଟଙ୍କା ଲେଖାଏଁ ପୈଠ କରିଥିଲେ। ପ୍ରଥମ ସେମିଷ୍ଟର ପରୀକ୍ଷା ଦେବା ପାଇଁ ଗତ ସେପ୍ଟେମ୍ବର ୯ ତାରିଖ ଦୁଇ ଛାତ୍ରୀଙ୍କ ସହ ୧୩ଜଣ ଛାତ୍ରୀଛାତ୍ରଙ୍କୁ ନେଇ ରାୟ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ବୁଲାଇବା ସହ ପରୀକ୍ଷା କେନ୍ଦ୍ର ଏସ୍‌ଭିକେପି ଆର୍ଟସ ଆଣ୍ଡ ସାଇନ୍ସ କଲେଜ, ମାର୍କପୁର, ପ୍ରକାସମ ଦେଖାଇ ପଳାଇ ଆସିଥିଲେ। ଗତ ସେପ୍ଟେମ୍ବର ୧୭ ତାରିଖରେ ପରୀକ୍ଷା ଦେବା ପାଇଁ ରାୟ ପ୍ରଦାନ କରିଥିବା ଆଡମିଟ୍‌ କାର୍ଡ଼ ନେଇ ସମସ୍ତ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠିକାର ପରୀକ୍ଷା ନିରୀକ୍ଷକ ଉକ୍ତ ଆଡମିଟ୍‌ କାର୍ଡ଼ ନକଲି ବୋଲି କହି ପରୀକ୍ଷାରୁ ବଞ୍ଚତ୍ତ କରିବା ସହ ସ୍ଥାନୀୟ ପୋଲିସଙ୍କ ଦ୍ୱାରା ଗେଟ୍‌ ବାହାରକୁ ବାହାର କରିଦେଇଥିଲେ। ପରେ ଛାତ୍ରୀଛାତ୍ର ନିଜର ଅଭିଭାବକଙ୍କୁ ଫୋନ୍‌ ଯୋଗେ ଏ ବାବଦରେ ଜଣାଇଥିଲେ। ଅଭିଭାବକମାନେ ରାୟଙ୍କୁ ବହୁ କଷ୍ଟରେ ଯୋଗାଯୋଗ କରିବା ପରେ ସେ ଗତ ସେପ୍ଟେମ୍ବର ୨୪ ତାରିଖରେ ଆନ୍ଧ୍ରରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ବାଲେଶ୍ୱର ଫେରାଇ ଆଣିଥିଲେ। ପରେ ଅନ୍ୟ ସମୟରେ ସ୍ବତନ୍ତ୍ର ପରୀକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟ ହୋଇ ନ ଥିଲା। ବାରମ୍ବାର ମିଥ୍ୟା ପ୍ରତିଶ୍ରୁତିରେ ଛାତ୍ରୀଛାତ୍ର ସମ୍ମୁଖୀନ ହେବା ସହ ନିଜର ସମସ୍ତ ମୂଳ ପ୍ରମାଣପତ୍ର (ମାଟ୍ରିକ୍‌, ଯୁକ୍ତ ୨ ଓ ଯୁକ୍ତ ୩) ଫେରସ୍ତ ମାଗିବା ବେଳକୁ ଦେଉନାହାନ୍ତି। ଅପରପକ୍ଷରେ ଅଧିକ ୪୦ହଜାର ଟଙ୍କା ଦାବି କରୁଛନ୍ତି। ଏହିପରି ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି।
ସିଆଇଏମ୍‌ଆଇଟି ଅନୁଷ୍ଠାନର ମୁଖ୍ୟ ରାୟଙ୍କୁ ଫୋନ୍‌ (ନଂ. ୭୭୮୭୮୧୬୫୨୬) ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସହଦେବଖୁଣ୍ଟା ମଡ଼େଲ ଥାନା ଏଏସ୍‌ଆଇ ୟୁକେ ଭୂୟାଁ କହିଛନ୍ତି, ଅଭିଯୋଗ ମିଳିଛି। ସିଆଇଏମ୍‌ଆଇଟି ଅନୁଷ୍ଠାନର ମୁଖ୍ୟ ଅଭିଯୋଗକାରୀ ଛାତ୍ରୀମାନଙ୍କୁ ଆଡମିଟ୍‌ କାର୍ଡ଼ ପ୍ରଦାନ କରିଥିଲେ। ଉକ୍ତ ଆଡମିଟ୍‌ କାର୍ଡ଼ ଦେଖାଇ ସେମାନେ ପରୀକ୍ଷାରୁ ବଞ୍ଚତ୍ତ ହୋଇଥିଲେ। ଉଭୟପକ୍ଷଙ୍କୁ ଶନିବାର ସନ୍ଧ୍ୟାରେ ଥାନାକୁ ଡକାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri