୨୪ ମୃତକଙ୍କ ଭତ୍ତା ଟଙ୍କା ଆତ୍ମସାତ୍‌

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ତୃଣମୂଳଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କେତେଜଣ ଅଧିକାରୀ ହରିଲୁଟ କରୁଛନ୍ତି ା ଏହି ଘଟଣା ଏବେ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ଗ୍ରାମ ପଞ୍ଚାୟତକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ପଞ୍ଚାୟତର ୨୪ ଜଣ ଭୂତ ଅବା ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ଭତ୍ତା ଉଠାଯାଇଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ୪ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସ୍ନିଗ୍ଧା ସାହୁ, ଶ୍ୟାମସୁନ୍ଦର ତିୟୁ, ସୂର୍ଯ୍ୟମଣି ପଟ୍ଟନାୟକ ଓ ବୀରେନ୍ଦ୍ର କୁମାର ମଲିକଙ୍କୁ ୨ ଲକ୍ଷ ୨୮ ହଜାର ୫୦୦ ଟଙ୍କା ଫେରସ୍ତ କରିବାକୁ ଦଶରଥପୁର ବିଡିଓ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ୍‌ ଉପରୋକ୍ତ ୪ ଅଧିକାରୀଙ୍କୁ ୩ ଦିନ ମଧ୍ୟରେ ଲିଖିତ ଭାବେ କାରଣ ଦର୍ଶାଇବାକୁ ଉକ୍ତ ନିର୍ଦ୍ଦେଶରେ ଦର୍ଶାଇଛନ୍ତି। ତେବେ ଉପରୋକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ସବୁ ପ୍ରକାରର ଉଦ୍ୟମ ଚାଲିଥିବା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁଯାୟୀ, ଦଶରଥପୁର ବ୍ଲକରେ ପ୍ରାୟ ୪ ବର୍ଷ ମଧ୍ୟରେ ମୃତ ଭତ୍ତା ହିତାଧିକାରୀଙ୍କ ନାମକୁ ତାଲିକାରୁ ବାଦ୍‌ ନ ଦେଇ ସେମାନଙ୍କ ନାମରେ ଆସୁଥିବା ଅର୍ଥକୁ ଉପରୋକ୍ତ ଅଧିକାରୀମାନେ ଆତ୍ମସାତ୍‌ କରୁଥିଲେ। ଜିଲାସ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ଏବେ ବି ଜିଲାରେ ଭତ୍ତା ଟଙ୍କା ହରିଲୁଟ କରିବାକୁ କେତେଜଣ ଅସାଧୁ କର୍ମଚାରୀ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବାକୁ ରାଜି ହୋଇନାହାନ୍ତି। ଏହି କ୍ରମରେ ନକଲି ଟିପ ଚିହ୍ନ ଦେଇ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ ହେଉଛି। ବିଭିନ୍ନ ଭତ୍ତା ଯୋଜନାରେ ହିତାଧିକାରୀ ପିଛା ମାସକୁ ୫୦୦, ୭୦୦ ଓ ୧୦୦୦ ଟଙ୍କା ଲେଖାଏଁ ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ଜିଲାରେ ଏଭଳି ଭାବେ ଶତାଧିକ ମୃତ ହିତାଧିକାରୀଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ହଡପ ହେଉଥିବା ମତପ୍ରକାଶ ପାଇଛି। ଏହାବାଦ୍‌ ପ୍ରକୃତ ହିତାଧିକାରୀ ଚିହ୍ନଟରେ ମଧ୍ୟ ଅନିୟମିତତା ହେଉଥିବାରୁ ଅନେକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ପୂର୍ବରୁ ଅଭିଯୋଗ ହୋଇସାରିଛି। ଏହି କ୍ରମରେ ସୂଚନା ଅଧିକାର ଆଇନ ତଥ୍ୟ ବଳରେ ମିଳିଥିବା ନଥିପତ୍ରକୁ ଆଧାର କରି ପଞ୍ଚାୟତବାସୀଙ୍କ ପକ୍ଷରୁ ଘନଶ୍ୟାମ ଜେନା ଓ ଅନ୍ୟମାନେ ଯାଜପୁର ଜିଲାପାଳଙ୍କ ନିକଟରେ ଅକ୍ଟୋବର ୧୨ରେ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଏ ସମ୍ପର୍କରେ ତଦନ୍ତ ନିମନ୍ତେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଗତ ୧୨ା୧୦ା୨୦୨୩ ରେ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଆଧାର କରି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦଶରଥପୁର ବିଡିଓଙ୍କୁ ଆବଶ୍ୟକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ଦଶରଥପୁର ବିଡିଓଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ବାଧୀନ କ୍ରିଷ୍ଣାବାଳା ଅଭିଯୋଗ ସମ୍ପର୍କରେ ତଦନ୍ତ ପୂର୍ବକ ମୋଟ ୮୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨୪ ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଅର୍ଥ ଉଠା ଯାଇଥିବାର ପ୍ରମାଣ ପାଇଥିଲେ । ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡପ ହୋଇଥିବାର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବାପରେ ସେ ଦଶରଥପୁର ବିଡ଼ିଓଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ଭିତ୍ତିକରି ବିଡ଼ିଓ ଆକାଶ ପଟ୍ଟନାୟକ ପତ୍ରସଂଖ୍ୟା ୬୦୫୬/୯ା୧୧ା୨୦୨୩ରେ ପିଇଓ ବୀରେନ୍ଦ୍ର ମଲିକଙ୍କୁ ୧ ଲକ୍ଷ ୧୨ ହଜାର ୨ ଶହ ଟଙ୍କା, ପିଇଓ ସ୍ନିଗ୍ଧା ସାହୁଙ୍କୁ ୫୮ ହଜାର ୫ ଶହ ଟଙ୍କା, ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ୫୪ ହଜାର ୧ ଶହ ଟଙ୍କା ଓ ଶ୍ୟାମସୁନ୍ଦର ଟିୟୁଙ୍କୁ ୩ ହଜାର ୭ ଶହ ଟଙ୍କା ବ୍ଲକ ପ୍ରଶାସନ ନିକଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବଡ଼ଚଣା ଓ ବିଞ୍ଝାରପୁର ବ୍ଲକରେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡପ ହୋଇଥିବା ପ୍ରମାଣିତ ହୋଇଥିଲା। କିନ୍ତୁ ଦାୟିତ୍ୱରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଇ କାର୍ଯ୍ୟାନୁଷ୍ଠାନକୁ କୋହଳ କରାଗଲା। ଫଳରେ ଜିଲାରେ ଏଭଳି ମୃତବ୍ୟକ୍ତିଙ୍କ ନାମରେ ଅର୍ଥ ହଡପ ଅଭିଯୋଗ ମାମଲା ବଢି ଚାଲିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri