ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) କରାଯାଉଛି। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏମ୍‌ବିଏସ୍‌ଏସ୍‌, ବିଡିଏସ୍‌ ଓ ଆୟୁଷ କୋର୍ସ ସକାଶେ ଏହା କରାଯାଉଛି। ୨୦୧୩ରେ ଆରମ୍ଭ ହୋଇଥିବା ପ୍ରଥମ ନିଟ୍‌ ପରୀକ୍ଷାରେ ୭ ଲକ୍ଷ ୧୭ ହଜାରରୁ ଅଧିକ ଆଶାୟୀ ପଞ୍ଜୀକୃତ ହୋଇଥିଲେ ଓ ଚଳିତବର୍ଷ ଏହି ସଂଖ୍ୟା ପାଖାପାଖି ୨୪ ଲକ୍ଷରେ ପହଞ୍ଚତ୍ଛି। ପ୍ରତିବର୍ଷ ଆଶାୟୀଙ୍କ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଏହି ପ୍ରବେଶିକା ପରୀକ୍ଷାରେ ଠକାମି ବଢ଼ିବାରେ ଲାଗିଛି। ନକଲି ପରୀକ୍ଷାର୍ଥୀ ଓ ପ୍ରଶ୍ନପତ୍ର ଲିକ୍‌ ଘଟଣା ସାମ୍ନାକୁ ଆସୁଛି। ଚଳିତବର୍ଷ ରାଜସ୍ଥାନ, ଦିଲ୍ଲୀ, ବିହାର ଏବଂ ଓଡ଼ିଶାରୁ ନକଲି ପ୍ରାର୍ଥୀଙ୍କ ସମେତ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ନକଲି ପରୀକ୍ଷାର୍ଥୀ ଭାବେ କେତେଜଣ ମେଡିକାଲ ଛାତ୍ର ଗିରଫ ହେବା। ନକଲି ପରୀକ୍ଷାର୍ଥୀ କହିଲେ ଜଣେ ଛାତ୍ରଙ୍କ ନାମରେ ଆଉ ଜଣେ ବ୍ୟକ୍ତି ପରୀକ୍ଷା ଦେଉଛନ୍ତି। ଓଡ଼ିଶାର ଭଦ୍ରକ ପୋଲିସ ଅସଲ ନିଟ୍‌ ଆଶାୟୀ ମୟୂରଭଞ୍ଜର ଶାଶ୍ୱତ ତ୍ରିପାଠୀଙ୍କ ପାଇଁ ପରୀକ୍ଷା ଦେଇଥିବା କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜଙ୍କ ସମେତ ଦୁଇ ମଧ୍ୟସ୍ଥଙ୍କୁ ଗିରଫ କରିଛି। ସେହିଭଳି ରାଜସ୍ଥାନର ଯୋଧପୁରସ୍ଥିତ ଏସ୍‌.ଏନ୍‌. ମେଡିକାଲ କଲେଜର ପ୍ରଥମ ସେମିଷ୍ଟର ଛାତ୍ର ଭଗୀରଥ ରାମ ବିଷ୍ଣୋଇ ତାଙ୍କ ସାନଭାଇ ଗୋପାଳ ରାମଙ୍କ ପାଇଁ ପରୀକ୍ଷା ଦେଇଥିଲେ ଓ ଉଭୟ ଗିରଫ ହୋଇଛନ୍ତି। ଆଧାର କାର୍ଡରେ ଫଟୋ ଏଡିଟ୍‌ କରି ସେ ଏହି ପରୀକ୍ଷା ଦେଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ଚଳିତ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଆସିଥିଲେ ମଧ୍ୟ ଏନ୍‌ଟିଏ ଏହାକୁ ଅସ୍ବୀକାର କରଛି। ଅପରପକ୍ଷରେ ବିହାର ପୋଲିସ ପ୍ରକୃତ ଆଶାୟୀଙ୍କ ପାଇଁ ପରୀକ୍ଷା ଦେଇଥିବା ୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୨୪ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିବା ଅନିୟମିତତାର ଗମ୍ଭୀରତାକୁ ପ୍ରକାଶ କରିଛି। ତେବେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଉପରେ ତଦନ୍ତ ଜାରି ରହିଥିବାବେଳେ ଏହିି ୧୪ ଜଣ ନକଲି ପ୍ରାର୍ଥୀ ଭାବେ ପରୀକ୍ଷା ଦେଇ ଜଣକା ୫ରୁ ୧୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି।
ଏଭଳି ପରିସ୍ଥିତିରେ ହୁଏତ ନିଟ୍‌ ବ୍ୟବସ୍ଥାରେ କିଛି ଦୋଷତ୍ରୁଟି ଖୋଜି ବାହାର କରିହେବ। କିନ୍ତୁ ତା’ଠାରୁ ଅଧିକ ମାରାମତ୍କ ହେଉଛି ଯେଉଁ ଛାତ୍ରୀଛାତ୍ର ମେଡିକାଲ ପଢ଼ି ଆସନ୍ତାକାଲିର ଡାକ୍ତର ହେବାକୁ ଇଚ୍ଛା କରୁଛନ୍ତି, ସେମାନେ ତାଙ୍କ ଭବିଷ୍ୟତ ଜୀବନକୁ ଠକାମି ଏବଂ ଚାଲ୍‌ବାଜିରେ ଆରମ୍ଭ କରୁଛନ୍ତି। ଭବିଷ୍ୟତର ସ୍ବାସ୍ଥ୍ୟସେବା ଏହି ଛାତ୍ରୀଛାତ୍ରଙ୍କ ହାତରେ ପଡ଼ିଲେ ଯେଉଁ ମାନର ହେବା କଥା ତାହା ସନ୍ଦେହ ଘେରରେ ରହୁଛି। ଏଠାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ଧରାପଡ଼ିଥିବା ନକଲି ପରୀକ୍ଷାର୍ଥୀଙ୍କ ସଂଖ୍ୟା ସେହି ଧରାପଡ଼ିଥିବା ସଂଖ୍ୟା ଭିତରେ ସୀମିତ ହୋଇ ନ ଥିବ। ଅର୍ଥାତ୍‌ ଆହୁରି ଅନେକେ ଧରା ନ ପଡ଼ି ନିଶ୍ଚିତ ଭାବେ ଖସିଯାଇଛନ୍ତି। ଏହା ନୂତନ ଭାରତର ଠକାମି ଉପରେ ଆଧାରିତ ଚରିତ୍ରକୁ ଅତି ଭଲ ଭାବେ ଦର୍ଶାଉଛି। ଏହି ଛାତ୍ରୀଛାତ୍ରମାନେ ଯେତେବେଳେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱରେ ରହିବେ, ସେତେବେଳେ ଦେଶବାସୀ କେଉଁ ପରିସ୍ଥିତିରେ ପଡ଼ିବେ ତାହା ଆଜି ଅନୁମାନ କରିବା ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri