Posted inଖେଳ

ଫ୍ରାନରେ ଫୋନ୍‌, ଇଣ୍ଟରନେଟ୍‌ ସେବା ଅଚଳ କଲେ ଉପଦ୍ରବୀ

ପ୍ୟାରିସ୍‌,୩୦ା୭: ଉପଦ୍ରବକାରୀଙ୍କ ହିଂସାକାଣ୍ଡ କାରଣରୁ ଫ୍ରାନ୍ସର କିଛି ଅଞ୍ଚଳରେ ଫୋନ୍‌ ଓ ଇଣ୍ଟରନେଟ୍‌ ସେବା ଅଚଳ ହୋଇପଡିଛି। ଉପଦ୍ରବୀମାନେ ହିଂସାକାଣ୍ଡ କରି ଏକାଧିକ ଟେଲି କମ୍ୟୁନିକେଶନ ଓ ଫାଇବର ଲାଇନ୍‌କୁ ଅଚଳ କରି ଦେଇଛନ୍ତି। ଫଳରେ ଏକାଧିକ ଅଞ୍ଚଳରେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସେବା ସହ ଇଣ୍ଟରନେଟ ସେବା ଅଚଳ ହୋଇପଡିଛି। ଏହି ଘଟଣାର ପ୍ରଭାବ କେତେ ଗୁରୁତର ଓ ଏହାଦ୍ୱାରା ଅଲିମ୍ପିକ୍ସ ପ୍ରଭାବିତ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଉପଦ୍ରବୀମାନେ ଅଲିମ୍ପିକ୍ସ ଉଦ୍‌ଘାଟନୀ ସମାରୋହ ପୂର୍ବରୁ ରେଳ ଲାଇନ୍‌ର କଣ୍ଟ୍ରୋଲର ନିଆଁ ଲଗାଇ ପୋଡି ଦେଇଥିଲେ। ଫଳରେ ହଜାର ହଜାର ଯାତ୍ରୀଙ୍କୁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

ଫ୍ରାନ୍ସ ଡିଜିଟାଲ ସେକ୍ରେଟାରୀ ମାରିନା ଫେରାରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ରବିବାର ରାତିରୁ ସୋମବାର ସକାଳ ମଧ୍ୟରେ ଏହି ଘଟଣା ଘଟିଥିବା କହିଛନ୍ତି ମାରିନା। ସେହିପରି ଫ୍ରାନ୍ସ ପ୍ରଶାସନ ଅଧୀନରେ ଥିବା ୬ଟି ବିଭାଗର କାର୍ଯ୍ୟ ଏହି ଆକ୍ରମଣ ଦ୍ୱାରା ପ୍ରଭାବିତ ହୋଇଥିବା ଜନୈକ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଫୁଟବଲ ଓ ସେଲିଂ ଭଳି ଇଭେଣ୍ଟ ଆୟୋଜନ କରୁଥିବା ମାର୍ସେଲିରେ ଏହି ଆକ୍ରମଣ ସବୁଠାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri