ଫ୍ରାନ୍ସ ସବୁଠୁ ବଡ଼ ସହଯୋଗୀ: ମୋଦି

ପ୍ୟାରିସ୍‌/କୋପେନହାଗେନ୍‌, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନ୍‌ମାର୍କରୁ ବୁଧବାର ପ୍ୟାରିସ୍‌ ଗସ୍ତ କରି ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଭାରତର ସବୁଠୁ ବଡ଼ ସହଯୋଗୀ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମୟରେ ଫ୍ରାନ୍ସ ମଧ୍ୟସ୍ଥ ଭୂମିକା ନେଉଥିବାବେଳେ ନୂଆଦିଲ୍ଲୀର ନିରପେକ୍ଷ କୂଟନୀତି ଉପରେ ରାଷ୍ଟ୍ରଗୁଡ଼ିକର ନଜର ରହିଛି। ତେଣୁ ଦୁଇନେତାଙ୍କ ଏହି ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି।

ୟୁରୋପ ଗସ୍ତର ଶେଷ ଦିନରେ ମୋଦି ଡେନ୍‌ମାର୍କରେ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ନରଓ୍ବେ ଏବଂ ସୁଇଡେନ୍‌ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ସମ୍ମିଳନୀରେ ମହାମାରୀ ଯୋଗୁ ପ୍ରଭାବିତ ଅର୍ଥନୀତିରେ ସୁଧାର, ଜଳବାୟୁ ପରିବର୍ତ୍ତନ, ପୁନଃ ବ୍ୟବହାରଯୋଗ୍ୟ ଶକ୍ତି ଏବଂ ବିକାଶଶୀଳ ବୈଶ୍ୱିକ ସୁରକ୍ଷା ସ୍ଥିତି ଉପରେ ଆଲୋଚନା ହୋଇଥିଲା। ଇଣ୍ଡିଆ-ନର୍ଡିକ ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ବିନିଯୋଗ, ସ୍ବଚ୍ଛ ଶକ୍ତି, ଆର୍କଟିକ୍‌ ଗବେଷଣା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନର୍ଡିକ୍‌ ଦେଶଗୁଡ଼ିକ ସହିତ ବହୁମୁଖୀ ସହଯୋଗ ବୃଦ୍ଧି କରିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟୁଇଟ୍‌ କରିଛନ୍ତି।

ଏହା ପୂର୍ବରୁ ମୋଦି ଡେନ୍‌ମାର୍କ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍‌ସେନ୍‌, ନରଓ୍ବେ ପ୍ରଧାନମନ୍ତ୍ରୀ ଜୋନାସ୍‌ ଗହର୍‌ ଷ୍ଟୋର, ଆଇସଲାଣ୍ଡର କ୍ୟାଟ୍ରିନ୍‌ ଜାକୋବ୍‌ସଡୋଟିର୍‌, ସୁଇଡେନ୍‌ର ମାଗ୍‌ଡାଲେନା ଆଣ୍ଡରସନ୍‌ ଏବଂ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ୍‌ଙ୍କୁ ଭେଟିଥିଲେ। ଉଲ୍ଲେଖଯୋଗ୍ୟ, ଉତ୍ତର ୟୁରୋପ ଏବଂ ନର୍ଥ ଆଟ୍‌ଲାଣ୍ଟିକ୍‌ର ଭୌଗଳିକ ତଥା ସାଂସ୍କୃତିକ ଅଞ୍ଚଳକୁ ନର୍ଡିକ ରାଷ୍ଟ୍ରସମୂହ କୁହାଯାଏ। ଏଥିରେ ଡେନମାର୍କ, ଫିନଲାଣ୍ଡ, ଆଇସଲାଣ୍ଡ, ନରୱେ ଏବଂ ସୁଇଡେନ୍‌ ସମେତ ଫାରୋ ଦ୍ୱୀପପୁଞ୍ଜ, ଗ୍ରୀନଲାଣ୍ଡ ଓ ଆଲାଣ୍ଡ ସ୍ବଂୟଶାସିତ ଅଞ୍ଚଳ ଅନ୍ତର୍ଭୂକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri