ସୂର୍ଯ୍ୟର ଭଗ୍ନ ଅଂଶ

ଗତ କିଛି ଦିନ ହେଲା ଗୋଟିଏ ଖବର ବିଭିନ୍ନ ଗଣମାଧ୍ୟମ ଓ ଇଣ୍ଟରନେଟ୍‌ରେ ଚର୍ଚ୍ଚାରେ ରହି ଲୋକଙ୍କ ମଧ୍ୟରେ ଆତଙ୍କ ସୃ୍‌ଷ୍ଟି କରିଛି। ଆପଣମାନେ ମଧ୍ୟ ସେ ଖବର ନିଶ୍ଚିନ୍ତ ପଢ଼ିଥିବେ ବା ଦେଖିଥିବେ ବା ଶୁଣିଥିବେ। ଖବରଟି ହେଲା, ଆମ ସୂର୍ଯ୍ୟରୁ ଖଣ୍ଡେ ଭାଙ୍ଗି ଯାଇ ତା’ ଉତ୍ତର ମେରୁରେ ବୁଲୁଅଛି। ଜେମ୍ସ ୱେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ରରେ ଏହାର ଚିତ୍ର ଉତ୍ତୋଳିତ ହୋଇଛି, ଯାହା ମହାକାଶ ବିଜ୍ଞାନୀଙ୍କୁ ସ୍ତବ୍ଧ କରିଦେଇଛି। ଏହାର ପରିଣାମ ବିଷୟରେ ଚାରିଆଡ଼େ ଚର୍ଚ୍ଚା ଚାଲିଛି, ଯାହାକି ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
ଏଠାରେ ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିଦେବାକୁ ଚାହେଁ ଯେ, ପ୍ରଚାରିତ ହୋଇଥିବା କୌଣସିଟି ଖବର ଭଗବାନଙ୍କ କୃପାରୁ ସତ୍ୟ ନୁହେଁ। ସୂର୍ଯ୍ୟଙ୍କର କୌଣସି ଖଣ୍ଡ ଭାଙ୍ଗି ନାହିଁ। ଜେମ୍ସ ୱେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ସୂର୍ଯ୍ୟର ଫଟୋ ନିଏ ନାହିଁ କିମ୍ବା ଜ୍ୟୋତିର୍ବିଜ୍ଞାନୀମାନେ ବିଚଳିତ ହୋଇନାହାନ୍ତି। ତାହାହେଲେ ଆପଣମାନଙ୍କ ମନରେ ସ୍ବତଃ ପ୍ରଶ୍ନ ଉଠୁଥିବ ଯେ, ଗଣମାଧ୍ୟମରେ ଏତେ ହୋହଲ୍ଲା କାହିଁକି? ନିଆଁ ନ ଥିଲେ ତ ଧୂଆଁ ଉଠେନି। କିଛି ତ ଘଟଣା ଘଟିଛି? ଆଜ୍ଞା ହଁ, ଘଟଣା ତ ନିଶ୍ଚିନ୍ତ ଘଟିଛି କିନ୍ତୁ କିଛି ଚିନ୍ତାଜନକ ଘଟଣା ନ ଘଟି ଏକ ମଜାଦାର ଘଟଣା ଘଟିଛି। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସର୍ବବ୍ୟାପୀ ଓ ଆମ ଜୀବନଧାରଣ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟ ଏକ ନକ୍ଷତ୍ର। ଏହା ଏକ ଜ୍ୱଳନ୍ତ ଗ୍ୟାସୀୟ ପିଣ୍ଡ, ଯାହା ପ୍ଲାଜ୍‌ମା ଅବସ୍ଥାରେ ଅଛି। ଏହା ମଧ୍ୟରେ ଉଦ୍‌ଜାନ ପରମାଣୁ ସଂରଚନା ପ୍ରକ୍ରିୟା ଦ୍ୱାରା ପରସ୍ପର ସହ ଯୋଡ଼ିହୋଇ ହିଲିୟମ୍‌ ପରମାଣୁ ଗଠନ କରୁଛନ୍ତି। ଏହି ପ୍ରକ୍ରିୟାରୁ ପ୍ରଚଣ୍ଡ ଶକ୍ତି ନିର୍ଗତ ହେଉଛି, ଯାହା ସୂର୍ଯ୍ୟକୁ ଏପରି ଏକ ଆଗ୍ନେୟ ଗୋଲକ ଅବସ୍ଥାରେ ରଖିଛି। ଏବେ ବି ସୂର୍ଯ୍ୟ ଆମ ପାଇଁ ବିସ୍ମୟକାରୀ ଓ ଏହା ବିଷୟରେ ଅନେକ ତଥ୍ୟ ଏବେ ବି ଆମ ପାଇଁ ଅଜ୍ଞାତ। ଏହା ଏବେ ଏମିତି କାଣ୍ଡ ଘଟାଇଛି ଯାହା ନିଶ୍ଚିନ୍ତ ରୂପେ ଅଦ୍ଭୁତ। ସୂର୍ଯ୍ୟର ପ୍ଲାଜ୍‌ମାରୁ ଏକ ଅତି ସୂକ୍ଷ୍ମ ପଦାର୍ଥ ବାହାରିଯାଇ ଏକ ଘୂର୍ଣ୍ଣାୟମାନ ମୁକୁଟ ପରି ସୂର୍ଯ୍ୟର ଉତ୍ତର ମେରୁରେ ଅବସ୍ଥାପିତ ହୋଇଛି। ବିଶେଷଜ୍ଞଙ୍କ ମତରେ ଏହା ୬୦ ମାଇଲ୍‌ ପ୍ରତି ସେକେଣ୍ଡରେ ଗତି କରୁଅଛି। ଏହା ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ଅତୀବ ମନୋରମ ମହାଜାଗତିକ ଦୃଶ୍ୟ। ଏପରି କିଛି ସତରେ ଘଟିଛି କି ନାହିଁ, ଏହା ଉପରେ ମଧ୍ୟ ଅଧିକ ଗବେଷଣା ଆବଶ୍ୟକ। ଯଦି ବି ଘଟିଛି ଏହିପରି ଲୀଳା ସୂର୍ଯ୍ୟ ଦେବଙ୍କ ପାଇଁ ନୂଆ ନୁହେଁ। ଏଥିରେ କିଛି ଆତଙ୍କିତ ହେବାର ନାହିଁ। ପ୍ରତି ୧୧ ବର୍ଷରେ ସୂର୍ଯ୍ୟର କ୍ରିୟାଶୀଳତାର ଚକ୍ର ବଦଳେ। ଏହି ସମୟରେ ସୂର୍ଯ୍ୟ ଅତି ଶାନ୍ତ ଏବଂ ଧୀର ଅବତାରରୁ ଉଗ୍ର ଅବତାର ଧାରଣ କରନ୍ତି। ବିରଳ ଘଟଣା ଘଟିବା ପଛରେ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ରର ଭୂମିକା ରହିଛି ବୋଲି ବୈଜ୍ଞାନିକମାନଙ୍କର ଧାରଣା। ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ରର କେନ୍ଦ୍ର କ୍ରିୟାଶୀଳତାର ଚକ୍ର ବଦଳିଲେ ସ୍ଥାନ ପରିବର୍ତ୍ତନ କରେ। ଏହି ସ୍ଥାନ ପରିବର୍ତ୍ତନ ଯୋଗୁ ଏହିପରି ଘଟଣା ଘଟିଥାଇ ପାରେ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି। ଏବେ ବି ଏହିପରି ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ସୂର୍ଯ୍ୟର ଅନେକ ରହସ୍ୟ ମାନବ ସମାଜ ପାଇଁ ରହସ୍ୟମୟ ହୋଇ ରହିଛି। ଏହି ବିରଳ ଘଟଣା ଏସ୍‌.ଡି.ଓ. ମହାକାଶ ଯାନ ଦ୍ୱାରା ଚିତ୍ରିତ ହୋଇଅଛି। ‘ଏସ୍‌.ଡି.ଓ.’ ସୂର୍ଯ୍ୟର ବାହ୍ୟତମ ବାୟୁମଣ୍ଡଳ ଯାହା କରୋନା ବୋଲି ମଧ୍ୟ କୁହାଯାଏ, ତାହାର ଫଟୋ ଉତ୍ତୋଳନ କରେ। ଆପଣମାନଙ୍କ ମନରେ ସ୍ବତଃ ପ୍ରଶ୍ନ ଉଠୁଥିବ ଯେ, ଯଦି ସେମିତି କିଛି ଆତଙ୍କିତ ହେବା ଭଳି ଘଟଣା ଘଟିନି ତେବେ ଗଣମାଧ୍ୟମରେ ଏ ଖବର ହଟଚମଟ ସୃଷ୍ଟି କଲା କିପରି? ଏଭଳି ଖବର ପରିବେଷଣର ପ୍ରାରମ୍ଭିକ ଉତ୍ସ ଜଣେ ତମିତା ସ୍କୋଭ ନାମ୍ନୀ ମହାକାଶ ବିଜ୍ଞାନୀଙ୍କ ଟୁଇଟ୍‌। ନାସାର ସୌର ଗତିଶୀଳ ପର୍ଯ୍ୟବେକ୍ଷଣଗାର (ସୋଲାର ଡାଇନାମିକ୍ସ ଅବ୍‌ଜର୍ଭଭେଟୋରି ଏସ୍‌ଡିଓ) ଦ୍ୱାରା ଉତ୍ତୋଳିତ ଫଟୋକୁ ଦେଖି ସେ ଅତି ଉତ୍ସାହିତ ହୋଇ କରିଦେଲେ ଯେ ସୂର୍ଯ୍ୟର ଉତ୍ତର ମେରୁର କିଛି ଅଂଶ ଭାଙ୍ଗି କରି ଅଲଗା ହୋଇଯାଇଛି ଓ ଉତ୍ତର ମେରୁ ଚତୁପାର୍ଶ୍ୱରେ ଘୂରି ବୁଲୁଛି। ଏହି ଟୁଇଟ୍‌ ହିଁ ସବୁ ଅପପ୍ରଚାରର ମୂଳ ଆଧାର। ସମ୍ପୂର୍ଣ୍ଣ ତଥ୍ୟକୁ ଅନୁଧ୍ୟାନ ନ କରି ଏକ ଟୁଇଟ୍‌ ଉପରେ ଚାଞ୍ଚଲ୍ୟକର ଖବର ପରିବେଷଣ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମୁଁ ଏଠାରେ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ, ଏହି ଘଟଣାରେ ଆତଙ୍କିତ ହେବାର କିଛି ନାହିଁ। ଏହାର ପ୍ରଭାବ ମଧ୍ୟ ପୃଥିବୀ ଉପରେ ବେଶି କିଛି ପ୍ରଭାବ ପକାଇବ ନାହିଁ। ତେଣୁ ଇଣ୍ଟରନେଟ୍‌ରେ ମିଳୁଥିବା ଏହି ଦୃଶ୍ୟର ଭିଡିଓକୁ ଦେଖି ଏହି ମହାଜାଗତିକ ଘଟଣାକୁ ଆମେ ଉପଭୋଗ କରିବା ଓ ଏହି ଘଟଣା ବିଷୟରେ ଅପପ୍ରଚାର କରି ଅନ୍ୟମାନଙ୍କୁ ଆତଙ୍କିତ କରିବା ନାହିଁ।

ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?