ଚତୁର୍ଥ ଶିଳ୍ପ ବିପ୍ଳବ ଓ ପ୍ରଯୁକ୍ତି

ଭିକ୍ଟର ଗାଲାଜ

ସୂଚନା ପ୍ରଯୁକ୍ତିର ପେଣ୍ଠ ସିଲିକନ ଭ୍ୟାଲି। ଏଠାକାର ନେତୃମଣ୍ଡଳୀ ଆମକୁ କୁହନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ ହିଁ ଆମକୁ ପର୍ଯ୍ୟାପ୍ତ ଲାଭ ଦେବ। ଏହି ଧାରା ଏବେ ଆରମ୍ଭ ହୋଇଯାଇଛି। ଏହା ଆଗକୁ ବଢିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଓ ଅନ୍ୟାନ୍ୟ ଟେକ୍‌ନୋଲୋଜି ବା ପ୍ରଯୁକ୍ତି ଦ୍ୱାରା ବିଶ୍ୱ ଶକ୍ତିଶାଳୀ ହେବାରେ ଲାଗିଛି। ସେମାନେ ମଧ୍ୟ ସତର୍କ କରିଦେଇଛନ୍ତି ଯେ,ଆମେ ଯଦି ଏହା ସହ ତାଳ ଦେଇ ନ ଚାଲିବା ତେବେ ପଛରେ ପଡ଼ିଯିବା। ଏଆଇ ଏବଂ ଟେକ୍‌ନୋଲୋଜି କ୍ଷେତ୍ରରେ ରୋବୋଟିକ୍ସ,ବାୟୋ ଏବଂ ନାନୋ ଟେକ୍‌ନୋଲୋଜି, ୫ଜି ଏବଂ ଇଣ୍ଟର୍‌ନେଟ ଅଫ ଥିଙ୍ଗସ( ଆଇଓଟି)ଏହାର କ୍ରାନ୍ତିକାରୀ ପ୍ରଭାବକୁ ପ୍ରତିପାଦିତ କରିପାରିଛି। ଏହା ସାଧାରଣ ଉଦ୍ଦେଶ୍ୟରେ ଏକ ପ୍ରକାର ରିଭୋଲ୍ୟୁଶନ ବା ବିପ୍ଳବ। ଏହାର ମାଲିକ ଓ ସେମାନଙ୍କ ସମର୍ଥକମାନେ ଦୃଢ ଯୁକ୍ତି ବାଢନ୍ତି ଯେ, ଏହି ବିପ୍ଳବ ସମାଜକୁ ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ , ଅସମାନତା ଦୂରୀକରଣ ଓ ଜୈବବିବିଧତାର କ୍ଷତିକୁ ରୋକିବାରେ ସାହାଯ୍ୟ କରିବ। ଏବକାର ଚର୍ଚ୍ଚିତ ଡିଜିଟାଲ ରିଭୋଲ୍ୟୁଶନ କଥା ବିଚାରକୁ ନିଆଯାଉ। ଏହା ମଧ୍ୟରେ ଗୁଗଲ, ଫେସ୍‌ବୁକ, ଏବଂ ଟୁଇଟର ଅନ୍ତର୍ଭୁକ୍ତ। ବିଶ୍ୱରେ ସୂଚନାର ସ୍ରୋତରେ ଏହା ପରିବର୍ତ୍ତନ ଆଣିପାରିଛି। ପ୍ରଥମତଃ ଅନ୍ୟମାନଙ୍କ ସହ ଅନ୍‌ଲାଇନରେ ଯୋଗାଯୋଗ କରିବାର କ୍ଷମତା ବଢିଛି। ଭର୍ଚୁଆଲ ସୋସିଆଲ ନେଟଓ୍ବର୍କ ମାଧ୍ୟମରେ ଅବିରତ ଡିଜିଟାଲ ବିଷୟ ସୃଷ୍ଟିକରି ତାହାକୁ ଶେୟାର କରିବାରେ ଲାଭ ମିଳିଛି। କିନ୍ତୁ ଏବେ ବିଶ୍ୱସ୍ତରରେ ଏହିସବୁ ପ୍ଲାଟଫର୍ମ ଦ୍ୱାରା ଭୁଲ ତଥ୍ୟର ପ୍ରବାହ କୋଭିଡ୍‌ -୧୯ ମହାମାରୀ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କରିବାରେ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବିଳମ୍ବରେ ହେଲେ ମଧ୍ୟ କିଛି ବ୍ୟକ୍ତି କ’ଣ ସବୁ ଘଟୁଥିଲା ତାହା ଅନୁଭବ କଲେ, ଆଉ ଏବେ ଆମେ ତାହାର ପରିଣାମ ଭୋଗ କରୁଛୁ। ଏଣୁ ଆଗାମୀ ପିଢିର ଟେକ୍‌ନୋଲୋଜି ସମ୍ପର୍କିତ ଅସାବଧାନତା, ଅଜ୍ଞାନତା କିମ୍ବା ବିଦ୍ୱେଷପୂର୍ଣ୍ଣ ବ୍ୟବହାର ଜନିତ ବିପଦକୁ କିପରି ସମାଜ ହ୍ରାସ କରିପାରିବ, ତାହା ହେଉଛି ମୁଖ୍ୟ ପ୍ରଶ୍ନ।
ମୋ କାର୍ଯ୍ୟ ବିଶେଷକରି ଦୁଇଟି ପରସ୍ପର ବିରୋଧୀ ବିଶ୍ୱ ଉପରେ କେନ୍ଦ୍ର୍ରିତ। ପ୍ରଥମତଃ, ଟେକ୍‌ନୋସ୍ପିୟର ବା ପ୍ରଯୁକ୍ତିମଣ୍ଡଳ କହିଲେ ତାହା ମନୁଷ୍ୟକୃତ ବର୍ଜ୍ୟର ସମାହାର। ଏହାର ପରିମାଣ ୩୦ ଟ୍ରିଲିୟନ ଟନ୍‌ ବୋଲି ଆକଳନ କରାଯାଇଛି ଓ ପୃଥିବାପୃଷ୍ଠର ପ୍ରତି ୧ ବର୍ଗ ମିଟରରେ ୫୦ କିଲୋଗ୍ରାମ(୧୧୦ପାଉଣ୍ଡ) ବର୍ଜ୍ୟ ଠୁଳ ହେଉଛି। ଏହାବାଦ୍‌ ବାୟୋସ୍ପିୟର ବା ଜୈବମଣ୍ଡଳ କଥା ଦେଖାଯାଉ। ଏହି ସୂକ୍ଷ୍ମ ସ୍ତର ପୃଥିବୀପୃଷ୍ଠକୁ ଘେରି ରହିଛି। ଏଠାରେ ଜୀବନ ସମ୍ଭବ ହୋଇ ପାରିଛି। ମଣିଷ ମଧ୍ୟ ଜୈବମଣ୍ଡଳରେ ୧୦,୦୦୦ ବର୍ଷ ଧରି ଅପେକ୍ଷାକୃତ ଏକ ସ୍ଥିର ଜଳବାୟୁର ପରିବେଶକୁ ଉପଭୋଗ କରିିଛି। ରୋଗ ନିୟନ୍ତ୍ରଣ ପାଇଁ ଏକ ସେମି ଅଟୋମେଟେଡ ବା ଅଦ୍ଧର୍ର୍ ସ୍ବଚାଳିତ ବୈଶ୍ୱିକ ପୂର୍ବ ସୂଚନା ବିକାଶର ପଦ୍ଧତି ଅନ୍ବେଷଣ କରିବାବେଳେ ମୁଁ ପ୍ରଥମେ ଏହି ଦୁଇଟି ବିଶ୍ୱ ମଧ୍ୟରେ ରହଥିତ୍ବା ସମ୍ପର୍କ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିତ୍ଲି। ଟେକ୍‌ନୋଲୋଜି କିଭଳି ମାନବ, ସଂସ୍ଥାଗତ ଏବଂ ଯନ୍ତ୍ରର କାର୍ଯ୍ୟଧାରାକୁ ଗଭୀର ଭାବେ ପ୍ରଭାବିତ ତଥା ପରିବର୍ତ୍ତନ କରିପାରିଛି, ତାହା ମୁଁ ସେଥିରୁ ବୁଝିପାରିଥିଲି। ବେଳେବେଳେ ସେହି ପ୍ରଭାବ ସରଳ ଓ ପ୍ରତ୍ୟକ୍ଷ ହୋଇଥାଏ। କିନ୍ତୁ ବହୁ ସମୟରେ ଏହା ପରିବର୍ତ୍ତେ ପ୍ରଯୁକ୍ତିଗତ ପରିବର୍ତ୍ତନର ପ୍ରଭାବ ପରୋକ୍ଷ ହୋଇଥାଏ। ଏହା କ୍ଷତିକାରକ ଜଟିଳ ଓ୍ବେବ୍‌ ମାଧ୍ୟମରେ ଗତିକରେ ଏବଂ ଏକ ଦୀର୍ଘ ସମୟ ବ୍ୟବଧାନରେ ଆମ ଦୃଷ୍ଟିକୁ ଆସେ।
ଟେକ୍‌ନୋସ୍ପିୟର ଆମ ଚାରି ପାଖରେ ଆମକୁ ଘେରି ରହିଛି। ଏହା ଆଗକୁ ଠିକ୍‌ ଆମ ମସ୍ତିଷ୍କର ଭିତ୍ତିଭୂମି ଆକାର ନେବାକୁ ଯାଉଛି। ମସ୍ତିଷ୍କ ଭଳି ଟେକ୍‌ନୋସ୍ପିୟର ତଥ୍ୟ,ଘଟଣା, ସ୍ମୃତି, ଶିକ୍ଷା,ସମସ୍ୟା ସମାଧାନ କରିବାର କ୍ଷମତା ଲାଭ କରିପାରିବ। ଏପରି କି ସମୟକ୍ରମେ ଏହା ବହୁ କମ୍‌ ଲୋକରେ ସ୍ବଚାଳିତ ଏବଂ ଯାନ୍ତ୍ରିକ ବିଦ୍ୟା ମାଧ୍ୟମରେ ନିଷ୍ପତ୍ତି ନେଇ ବୈପ୍ଳବିକ ଦୃଷ୍ଟିକୋଣରୁ ଏହା ତା’ର ବିଶାଳତା ପ୍ରମାଣିତ କରିପାରେ। କିନ୍ତୁ ଟେକ୍‌ନୋସ୍ପିୟର ପରିଚାଳନା ଓ ତା’ର ଦିଗ ନିଶ୍ଚିତ ଭାବେ ସାମାଜିକ ଲକ୍ଷ୍ୟ ହାସଲ କରିବା ସହ ପୃଥିବୀର ସ୍ଥିତିକୁ ପରିବର୍ତ୍ତନ କରିପାରିବ। ଏକ ସ୍ଥାୟୀ ପରିବେଶ ଉପଯୋଗୀ ଭବିଷ୍ୟତ ନିର୍ମାଣ କରିବାକୁ ଟେକ୍‌ନୋଲୋଜି ମୁଖ୍ୟତଃ ଏଆଇର ଭୂମିକା ସମ୍ପର୍କରେ ଗଭୀର ଭାବେ ଚିନ୍ତା କରିବା ଦରକାର। ଏସମ୍ପର୍କରେ କିଛି ଗୁରୁତ୍ୱପୂଣ୍ଣର୍ର୍ ପୂର୍ବାନୁମାନ ଉପରେ ପୁନର୍ବିଚାର କରିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ପ୍ରଭାବଶାଳୀ ଏଆଇ ପଦ୍ଧତିଗୁଡ଼ିକୁ ବିସ୍ତାର କରିବାର ଆବଶ୍ୟକତା ରହିଛି। ସରଳ ଉପାୟରେ ଜଳବାୟୁ ପୂର୍ବାନୁମାନ କିମ୍ବା ଶକ୍ତି ପଦ୍ଧତି ବୃଦ୍ଧି ବା ଟ୍ରାଫିକ ଗତିବିଧି ଉପରେ ଏଆଇର ଗୁରୁତ୍ୱ ଦେଇଥାଏ। କିନ୍ତୁ ଜଳବାୟୁ ପ୍ରକ୍ରିୟାର ମୁଖ୍ୟତଃ ଜୈବମଣ୍ଡଳ ଅର୍ଥାତ ଜୈବବିବିଧତା, ଜଙ୍ଗଲ, ମହାସାଗର ଓ କୃଷିଭିତ୍ତିକ ପରିବେଶ ସହ ସମ୍ପର୍କ ରହିଛି। ଜରୁରିକାଳୀନ ଭିତ୍ତିରେ ପରିବେଶଗତ ତଥା ପାରମ୍ପରିକ ଆହ୍ବାନଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଏଆଇ ବିକାଶ ଓ ତାହାର ଉପଯୋଗ ଉପରେ ଗୁରୁତ୍ୱ ଦେବାକୁ ହେବ। ଏଥିପାଇଁ ଆମର ଭୂମିକା ରହିବା ଦରକାର। ତେବେ ସଂଶାଧନର ଉତ୍ତମ ଉପଯୋଗ ଏବଂ ଦକ୍ଷତା ଦୃଷ୍ଟିକୋଣରୁ କୃଷି କ୍ଷେତ୍ରରେ ଏଆଇର ଯୋଗଦାନ ଲୋକମାନଙ୍କୁ ତଥା ପୃଥିବୀକୁ କୌଣସି ଶକ୍ତ ଆଘାତରୁ ମୁକୁଳିବାର କ୍ଷମତା ଓ ପରିବର୍ତ୍ତିତ ପରିସ୍ଥିତିକୁ ଗ୍ରହଣ କରିବା ପାଇଁ ଶକ୍ତି ଯୋଗାଇବ ବୋଲି ଭାବିବା ଭୁଲ। ଏଥିତ୍ପାଇଁ ଆବଶ୍ୟକ ବିବିଧତା। ଏକ ସହରର କେନ୍ଦ୍ର ଦେଇ ଗୋଟିଏ ମାତ୍ର ରାସ୍ତା ରହିଥିଲେ ଯଦି କୌଣସି ଆକସ୍ମିକ ବନ୍ୟା କିମ୍ବା ସନ୍ତ୍ରାସବାଦୀ ଆକ୍ରମଣ ହୁଏ, ତେବେ ତାହାକୁ ବନ୍ଦ କରିବାକୁ ବାଧ୍ୟ। କିନ୍ତୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଲାଗି ଅଧିକ ରାସ୍ତା ଥିବା ସହରଟି ପରିବର୍ତ୍ତୀ ପରିସ୍ଥିତିକୁ ସହଜରେ ମୁକାବିଲା କରି ଅନ୍ୟ ବାଟ ଖୋଲିପାରିବ । ଏଣୁ ପରିବର୍ତ୍ତିତ ପରିସ୍ଥିତିକୁ ଗ୍ରହଣ କରିବା ଲାଗି ଆମ ପାଖରେ ବିବିଧ ଉପାୟ ରହିଥିତ୍ବା ଆବଶ୍ୟକ। ଅଧିକ ଉପତ୍ାଦନ( ଏକ ନିର୍ଦ୍ଦିଷ୍ଟ ଶସ୍ୟ) ପାଇଁ ପ୍ରତିକୂଳ ପରିସ୍ଥିତିର ଅଧିକ ସାମ୍ନା କରିବ। ବିଶ୍ଳେଷଣାମତ୍କ ପୂର୍ବାନୁମାନ ଓ ସ୍ବଚାଳିତ ବ୍ୟବସ୍ଥା ମାଧ୍ୟମରେ ଅଧିତ୍କ ଅମଳ ପାଇଁ କୃଷିଜିମିକୁ ପ୍ରଭାବୀ କରିବା ଏକ ସାମୟିକ ରଣନୀତି। କିନ୍ତୁ ଏହା ସ୍ଥାନୀୟ ପରିବେଶଗତ ଜ୍ଞାନକୁ ଆହୁରି କମାଇଦେବ,ସାମ୍ପ୍ରତିକ ଅସମାନତା ବଢ଼ାଇବ ଏବଂ ବ୍ୟବସାୟିକ ଚାପ ଦୃଷ୍ଟିକୋଣରୁ ଏହା ଏକକ କୃଷିକୁ ବୃଦ୍ଧି କରିବ ।
ଜଳବାୟୁ ପରିବର୍ତ୍ତନ ମୁକାବିଲା ଏଆଇର ପଦ୍ଧତିର ଉତ୍ତମ ତଥା ପ୍ରଭାବୀ ଉପଯୋଗ ଦ୍ୱାରା କେବଳ ହୋଇପାରିବ ନାହିଁ, ବରଂ ଜୈବମଣ୍ଡଳର ପରିଚାରକ ଭାବେ ଲୋକମାନଙ୍କ ଦକ୍ଷତା ବଢ଼ାଇବା ଦ୍ୱାରା ଏହା ସମ୍ଭବ ହେବ। ଏଭଳି ବିସ୍ତୃତ ଦୃଷ୍ଟିକୋଣ ବର୍ତ୍ତମାନ ସମୟରେ ଆବଶ୍ୟକ। କିନ୍ତୁ ଏଆଇକୁ ଜୈବମଣ୍ଡଳର ସଞ୍ଚାଳକ ଭାବେ ପ୍ରୋତ୍ସାହିତ କରିବାର ପ୍ରୟାସରେ ଦୁଇଟି ବାଧା ରହିଛି। ପ୍ରଥମଟି ହେଉଛି ପ୍ରଚାର। ପୃଥିତ୍ବୀ ଓ ଜଳବାୟୁ ପ୍ରକ୍ରିୟା ଉପରେ ଚାପ ବଢୁଥିତ୍ବାରୁ ଏଆଇ ଗମ୍ଭୀର ସାମାଜିକ ସମସ୍ୟା,ଅର୍ଥନୀତି ଏବଂ ପରିବେଶଗତ ଆହ୍ବାନଗୁଡ଼ିକୁ ସମାଧାନ କରିପାରିବ ବୋଲି ଆଶା। ଏଆଇ ପ୍ରକୃତରେ ପରିବେଶକୁ ଅଧିତ୍ତ୍ତ୍କ ଲାଭ ପହଞ୍ଚାଇବାରେ ସୀମିତ କି ନାହିଁ ଏବଂ ଏବକାର ଆକଳନ ଅଧିତ୍କ ଆଶାବାଦୀ କି ନାହିଁ,ସେ ସମ୍ପର୍କରେ ଆମର ଜ୍ଞାନ ଆମର ପ୍ରଯୁକ୍ତି ବିପ୍ଳବ ସମ୍ପର୍କରେ ଆମେ କ’ଣ ଜାଣିଛୁ ତାହା ପ୍ରତିପାଦିତ କରେ। ବହୁ ସମୟ ଧରି ଏଆଇ ଟେକ୍‌ନୋଲୋଜିଗୁଡ଼ିକର ବିକାଶ ଏବଂ ବିସ୍ତାର ହେଉଥିବା ଯୋଗୁ ଏହା ଉପରେ ଉଠୁଥିବା ଦାବିଗୁଡ଼ିକର କଡ଼ା ତଥା ସ୍ବାଧୀନ ଭାବେ ପରୀକ୍ଷା ହେବା ଉଚିତ।
ଦ୍ୱିତୀୟ ବିପଦଟି ହେଉଛି ଏହାକୁ ତ୍ୱରାନ୍ବିତ କରିବା। ଏଆଇ ଏବଂ ଏଲଓଟି, ୫ଜି,ରୋବୋଟିକ୍ସ ଭଳି ଏହା ସହ ଜଡ଼ିତ ଜ୍ଞାନକୌଶଳର ପ୍ରଭାବୀ ଢଙ୍ଗରେ ଉପଯୋଗ ଜୈବମଣ୍ଡଳର ପରିବର୍ତ୍ତିତ ପରିସ୍ଥିତିରେ ଖାପଖୁଆଇବାରେ ହେଉଥିବା କ୍ଷତିକୁ ବଢାଇଦେବ । ଟେକ୍‌ନୋଲିର ନୂଆ ଆଧାର ପାଇଁ ଜୀବାଶ୍ମ ଇନ୍ଧନ ଉତ୍ତୋଳନ ବୃଦ୍ଧିପାଇବା ସହ ଏବଂ କଞ୍ଚାମାଲର ଆବଶ୍ୟକତା ମଧ୍ୟ ବଢିଯିବ । ଅନ୍ୟପକ୍ଷରେ ଅଏଲ ଏବଂ ଗ୍ୟାସ ଫାର୍ମଗୁଡ଼ିକ ଡିଜିଟାଇଜେଶନ ମାଧ୍ୟମରେ ସେମାନଙ୍କ ଖର୍ଚ୍ଚ କମାଇବା ଲାଗି ଚାହଁୁଛନ୍ତି। ଏକ ଆକଳନ ଅନୁଯାୟୀ, ଜୀବାଶ୍ମ ଇନ୍ଧନ ସେକ୍ଟରରେ ଆଗାମୀ ୫ ବର୍ଷରେ ଡିଜିଟାଲ ସର୍ଭିସ ମାର୍କେଟ ୫୦୦% ବୃଦ୍ଧି ହେବ। ଏହାଦ୍ୱାରା ତୈଳ ଉପତ୍ାଦନକାରୀମାନେ ପାଖାପାଖି ୧୫୦ ବିଲିୟନ ଡଲାର ବଞ୍ଚାଇପାରିବେ। ଡିଜିଟାଇଜେଶନ, ଅଟୋମେଶନ ଏବଂ ଏଆଇର ଲକ୍କାୟିତ ଶକ୍ତିକୁ ପାରମ୍ପରିକ ସଂଶାଧନର ସ୍ଥାୟିତ୍ୱକୁ ଦୃଢ କରିବା ଲାଗି ସମ୍ପୂର୍ଣ୍ଣ ଉପଯୋଗ କରାଯାଇନାହିଁ। ଚତୁର୍ଥ ଶିଳ୍ପ ବିପ୍ଳବ ଓ ଜୈବମଣ୍ଡଳର ପ୍ରାକୃତିକ ସଂଶାଧନକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଏହାର ଟେକ୍‌ନୋଲୋଜିଗୁଡ଼ିକୁ ଉତ୍ତମ ଏବଂ ମଜଭୁତ ଉପାୟରେ ସଞ୍ଚାଳନ କରିବା ଉଚିତ।
ଉପ ନିର୍ଦ୍ଦେଶକ, ଷ୍ଟକ୍‌ହୋମ ରିସିଲିଏନ୍ସ ସେଣ୍ଟର, ଷ୍ଟକ୍‌ହୋମ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri