୪ ବର୍ଷ ପରେ ପୁଣି ଚମକିଲେ ଗଞ୍ଜାମର ମନସ୍ବିନୀ

ଗଞ୍ଜାମ,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ସୁନାଝିଅ ମନସ୍ବିନୀ ମହାରଣା ପୁଣି ଚମକିଛନ୍ତି। ସେ ଚଳିତ ମାସ ୨୦ରୁ ୨୪ ଯାଏ ଗୋଆର ହାୱାଲି ବିଚରେ ଅଲ ଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିୟନସିପ ପ୍ରତିଯୋଗିତା ଭାଗ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ଯୋଗୁ ତାଙ୍କୁ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ପ୍ରେସ କ୍ଲବ, ଦିଗଦର୍ଶନ ୟୁଥ କ୍ଲବ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଣିବନ୍ଧ ଗ୍ରାମର ବାସିନ୍ଦା ଭାସ୍କର ମହାରଣା ଓ ପ୍ରମିଳାଙ୍କ ଝିଅ ମନସ୍ବିନୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଖେଳକୁଦ ପ୍ରତି ଦୁର୍ବଳତା ରହିଥିଲା। ପ୍ରଧାନ ଶିକ୍ଷୟତ୍ରୀ ସୁଭାସିନୀ ସାହୁଙ୍କ ଠାରୁ ପ୍ରଥମେ ପ୍ରେରଣା ପାଇ ଆନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିଲେ। ୨୦୧୩ରେ ଦୁଃସାହସିକ ନୌକା ଚାଳନା ପ୍ରତିଯୋଗିତା ଉଇଣ୍ଡ ସର୍ପିଙ୍ଗରେ ଭାଗନେଇ ଲଗାତାର ୧୩ ସ୍ବର୍ଣ୍ଣ ପଦକ ଜାତୀୟ ସ୍ତରରେ ହାସଲ କରି ଜଳ କ୍ରୀଡ଼ା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ପରେ ୨୦୧୫ରେ ବ୍ୟାଂକଙ୍କରେ ଓପନ ସେଲିଂ ଚାମ୍ପିୟନସିପରେ ଆନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ। ୨୦୨୧୭-୧୮ରେ ମଧ୍ୟ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ। ତେବେ କରୋନା ପ୍ରଭାବ ଏବଂ ବୈବାହିକ ଜୀବନରେ କୁନି ଝିଅର ଲାଳନ ପାଳନ ଯୋଗୁ ଚଳିତ ମାସରେ ୪ବର୍ଷ ବ୍ୟବଧାନରେ ପୁଣି ଥରେ ଓଡ଼ିଶାର ଏକ ମାତ୍ର ଝିଅ ଭାବେ ନୌଚାଳନା ପ୍ରତିଯୋଗିତାରେ ଭାଗ ନେଇ ୧୨ ରାଉଣ୍ଡରେ ରୌପ୍ୟ ପଦକ ହାସଲ କରିଛନ୍ତି ମନସ୍ବିନୀ। ଆସନ୍ତା ୯ରେ ମୁମ୍ବାଇରେ ପୁଣି ଏକ ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି ମନସ୍ବିନୀ। ତାଙ୍କ ପରି ଅନେକ ମନସ୍ବିନୀ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ମନସ୍ବିନୀ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଝିଅମାନଙ୍କୁ ପ୍ରଶିକ୍ଷଣ ପାଇଁ ତାଲିମ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗୁମ୍ମା ଭଲିବଲ ଟିମ ବିଜୟୀ

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri