ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇବା ପରେ ହଠାତ୍ ୪ ଜଣ ନାବାଳିକା ଛାତ୍ରୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବଂ ବିଦ୍ୟାଳୟ ପରିସରରେ ଆତଙ୍କ ସୃଷ୍ଟି କରିଛି। ମଧ୍ୟାହ୍ନଭୋଜନରେ ପ୍ରସ୍ତୁତ ଖାଦ୍ୟର ଗୁଣବତ୍ତା ଏବଂ ଏହାର ସ୍ୱଚ୍ଛତାକୁ ନେଇ ଅଭିଭାବକମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ୪ ଛାତ୍ରୀଙ୍କ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କୁ ଅକ୍ସିଜେନ ଦିଆଯାଉଥିବା ବେଳେ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily