ବ୍ୟବସାୟୀଙ୍କୁ ଅପହରଣ କରି ଅସୁଲିଥିଲେ ୪୦ ଲକ୍ଷ ଟଙ୍କା, ୪ ଡ଼କାୟତଙ୍କୁ ବାନ୍ଧିଲା ବୈଶିଙ୍ଗା ପୋଲିସ…

ବୈଶିଙ୍ଗା,୧।୧୧(ରତନ ଦାଶ):  ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଜନୈକ ରାଇସ ମିଲ ମାଲିକଙ୍କୁ ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ୧୮ ନଂ ଜାତୀୟ ରାଜପଥ ଉପରୁ ଅପହରଣ କରି ନେଇଥିଲେ। ପରେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଅସୁଲିଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ ପ୍ରଶାସନ।
ମିଳିଥିବା ସୂଚନା ମୁତାବକ ଗତ ୨୩ ତାରିଖ ଦିନ ୪.୩୦ ମିନିଟ ସମୟରେ ଏହି ଥାନା ଅର୍ନ୍ତଗତ ଯୁଗଳ ରେଳ ଷ୍ଟେସନ ନିକଟରେ ଥିବା କାମଧେନୁ ଏଗ୍ରୋ ଇଣ୍ଡଷ୍ଟ୍ରିଜ ନାମକ ରାଇସ ମିଲ ମାଲିକ ବାରିପଦା ଅଞ୍ଚଳର ସୁନିଲ କୁମାର ଅଗ୍ରୱାଲ ନିଜ କାରରେ ବାଲେଶ୍ୱର ଯାଉଥିଲେ। ସେହି ସମୟରେ ପଦ୍ମନାଭପୁର ଟୋଲ ପ୍ଲାଜାର ଅଳ୍ପ ଦୂରରେ ହଠାତ ଦୁଇଟି ବୁଲେଟ ଓ ଏକ କାରରେ ଆଠ ନଅ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ କଟୁରୀ ଓ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ କରି ବାଲେଶ୍ୱର ଜିଲ୍ଲାର ରୁପ୍ସା ଅଞ୍ଚଳକୁ ଆଖିରେ କଳାପଟି ବାନ୍ଧି ନେଇଯାଇଥିଲେ।
ସେମାନେ ତାଙ୍କୁ ୮୦ ଲକ୍ଷ ଟଙ୍କା ତୁରନ୍ତ ଦେବାକୁ କହିଥିଲେ ଅନ୍ୟଥା ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ବାଧ୍ୟହୋଇ ସୁନୀଲ ତାଙ୍କ ମ୍ୟାନେଜରଙ୍କୁ ଫୋନ କରି ଟଙ୍କା ଯୋଗାଡ କରିବାକୁ କହିବାରୁ ୪୦ ଲକ୍ଷ ଟଙ୍କା ଯୋଗାଡ ହୋଇଥିଲା। ସେତିକି ଟଙ୍କା ନେଇ ଅପହର୍ତ୍ତା ମାନେ ତାଙ୍କୁ ଛାଡିଥିଲେ ଏବଂ ଅବଶିଷ୍ଟ ଟଙ୍କା ଅତିଶିଘ୍ର ନଦେଲେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିବ ବୋଲି ଚେତାଇ ଦେଇଥିଲେ। ତେବେ ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟବସାୟୀ।
ଏଭଳି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିିଥିଲା ସମଗ୍ର ପୋଲିସ ପ୍ରଶାସନ। ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ନେତୃତ୍ୱରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳ ଓ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କୁ ନେଇ ଗଠିତ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରୁପ୍ସା ଅଞ୍ଚଳରୁ ଅରମାନ ଖାଁ ଓରଫ ଜାଫର ଅହମ୍ମଦ ଖାଁ(୩୪), ରାଜେଶ ବାରିକ(୩୦), ଭବେଶ ବେହେରା(୧୯) ଓ ବଳରାମ ରାଉତ(୨୦)ଙ୍କୁ ଗିରଫ କରି ଶନିବାର ସାରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷ ୬୪ ହଜାର ୭୦୦ ଟଙ୍କା ସହିତ ଚାରୋଟି ତେଲେଙ୍ଗା କଟୁରୀ , ସାତଟି ମୋବାଇଲ , ଏକ କିଆ ସେଲ୍ଟର କାର୍‌ ଓ ଏକ ହୁଣ୍ଡାଇ କ୍ରେଟା କାର୍‌ ଜବତ କରାଯାଇଛି।

 ଏହାକୁ ନେଇ ପୋଲିସ ଏସପି ବରୁଣ ଗୁଣ୍ଟୁପାଲି , ଏଏସ୍‌ପି ଦୀପକ କୁମାର ଗୋଚ୍ଛାୟତ, ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳ ଓ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ଉପସ୍ଥିତିରେ ଶନିବାର ସା ସମୟରେ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଖୁବଶୀଘ୍ର ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ସମସ୍ତ ପ୍ରୟାସ ଚାଲିଛି ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?