ବ୍ୟବସାୟୀଙ୍କୁ ଅପହରଣ କରି ଅସୁଲିଥିଲେ ୪୦ ଲକ୍ଷ ଟଙ୍କା, ୪ ଡ଼କାୟତଙ୍କୁ ବାନ୍ଧିଲା ବୈଶିଙ୍ଗା ପୋଲିସ…

ବୈଶିଙ୍ଗା,୧।୧୧(ରତନ ଦାଶ):  ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଜନୈକ ରାଇସ ମିଲ ମାଲିକଙ୍କୁ ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ୧୮ ନଂ ଜାତୀୟ ରାଜପଥ ଉପରୁ ଅପହରଣ କରି ନେଇଥିଲେ। ପରେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଅସୁଲିଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ ପ୍ରଶାସନ।
ମିଳିଥିବା ସୂଚନା ମୁତାବକ ଗତ ୨୩ ତାରିଖ ଦିନ ୪.୩୦ ମିନିଟ ସମୟରେ ଏହି ଥାନା ଅର୍ନ୍ତଗତ ଯୁଗଳ ରେଳ ଷ୍ଟେସନ ନିକଟରେ ଥିବା କାମଧେନୁ ଏଗ୍ରୋ ଇଣ୍ଡଷ୍ଟ୍ରିଜ ନାମକ ରାଇସ ମିଲ ମାଲିକ ବାରିପଦା ଅଞ୍ଚଳର ସୁନିଲ କୁମାର ଅଗ୍ରୱାଲ ନିଜ କାରରେ ବାଲେଶ୍ୱର ଯାଉଥିଲେ। ସେହି ସମୟରେ ପଦ୍ମନାଭପୁର ଟୋଲ ପ୍ଲାଜାର ଅଳ୍ପ ଦୂରରେ ହଠାତ ଦୁଇଟି ବୁଲେଟ ଓ ଏକ କାରରେ ଆଠ ନଅ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ କଟୁରୀ ଓ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ କରି ବାଲେଶ୍ୱର ଜିଲ୍ଲାର ରୁପ୍ସା ଅଞ୍ଚଳକୁ ଆଖିରେ କଳାପଟି ବାନ୍ଧି ନେଇଯାଇଥିଲେ।
ସେମାନେ ତାଙ୍କୁ ୮୦ ଲକ୍ଷ ଟଙ୍କା ତୁରନ୍ତ ଦେବାକୁ କହିଥିଲେ ଅନ୍ୟଥା ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ବାଧ୍ୟହୋଇ ସୁନୀଲ ତାଙ୍କ ମ୍ୟାନେଜରଙ୍କୁ ଫୋନ କରି ଟଙ୍କା ଯୋଗାଡ କରିବାକୁ କହିବାରୁ ୪୦ ଲକ୍ଷ ଟଙ୍କା ଯୋଗାଡ ହୋଇଥିଲା। ସେତିକି ଟଙ୍କା ନେଇ ଅପହର୍ତ୍ତା ମାନେ ତାଙ୍କୁ ଛାଡିଥିଲେ ଏବଂ ଅବଶିଷ୍ଟ ଟଙ୍କା ଅତିଶିଘ୍ର ନଦେଲେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିବ ବୋଲି ଚେତାଇ ଦେଇଥିଲେ। ତେବେ ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟବସାୟୀ।
ଏଭଳି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିିଥିଲା ସମଗ୍ର ପୋଲିସ ପ୍ରଶାସନ। ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ନେତୃତ୍ୱରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳ ଓ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କୁ ନେଇ ଗଠିତ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରୁପ୍ସା ଅଞ୍ଚଳରୁ ଅରମାନ ଖାଁ ଓରଫ ଜାଫର ଅହମ୍ମଦ ଖାଁ(୩୪), ରାଜେଶ ବାରିକ(୩୦), ଭବେଶ ବେହେରା(୧୯) ଓ ବଳରାମ ରାଉତ(୨୦)ଙ୍କୁ ଗିରଫ କରି ଶନିବାର ସାରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷ ୬୪ ହଜାର ୭୦୦ ଟଙ୍କା ସହିତ ଚାରୋଟି ତେଲେଙ୍ଗା କଟୁରୀ , ସାତଟି ମୋବାଇଲ , ଏକ କିଆ ସେଲ୍ଟର କାର୍‌ ଓ ଏକ ହୁଣ୍ଡାଇ କ୍ରେଟା କାର୍‌ ଜବତ କରାଯାଇଛି।

 ଏହାକୁ ନେଇ ପୋଲିସ ଏସପି ବରୁଣ ଗୁଣ୍ଟୁପାଲି , ଏଏସ୍‌ପି ଦୀପକ କୁମାର ଗୋଚ୍ଛାୟତ, ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳ ଓ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ଉପସ୍ଥିତିରେ ଶନିବାର ସା ସମୟରେ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଖୁବଶୀଘ୍ର ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ସମସ୍ତ ପ୍ରୟାସ ଚାଲିଛି ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?