ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୪ ପୋଲିସକୁ ସସପେଣ୍ଡ କରାଯାଇଛି । ବାଲିଅନ୍ତା IIC ଅନୀଲ ପରିଡ଼ାଙ୍କୁ ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି କରାଯାଇଛି । ଜଣେ SI, ଜଣେ ASI, ଜଣେ OAPFଙ୍କୁ ସସପେଣ୍ଡ୍‌ କରାଯାଇଛି। ସେହିପରି ଜଣେ କନଷ୍ଟେବଲ ସସ୍‌ପେଣ୍ଡ୍‌, ୨ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର କରାଯାଇଛି ।

କହିରଖୁଛୁ କି, ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।  ମାମଲାରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତର ମନିଟରିଂ କରିବେ। ଡି ଏସ ପି ରତ୍ନପ୍ରଭା ଶତପଥୀ ତଦନ୍ତ ଦାୟିତ୍ୱରେ ଅଛନ୍ତି। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବାଲିଅନ୍ତା ଥାନାକୁ ଯାଇ ତଦନ୍ତ କରିଥିବା ବେଳେ ଅନ୍ୟ ଟିମ୍ କ୍ରାଇମ ସ୍ପଟରେ ତଦନ୍ତ ଚଳାଇଛନ୍ତି ।  ଯାହା ବିରୁଦ୍ଧରେ ପ୍ରମାଣ ମିଳିବ କାହାକୁ ଛଡ଼ା ଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

Dharitri – Odisha’s No.1 Odia Daily

Share