ବନ୍ୟଜନ୍ତୁ, ପକ୍ଷୀ ପ୍ରେମରେ ପରିବାରର ୪ ସଦସ୍ୟ

ପାରାଦୀପ, ୯।୧(ସ୍ବ.ପ୍ର.): ବନ୍ୟପ୍ରାଣୀ ଓ ପକ୍ଷୀ ବହୁ ସମୟରେ ଶିକାରୀମାନଙ୍କ ଶିକାର ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଲୋକେ ଯତ୍ନବାନ ହେଉନାହାନ୍ତି। ଏପରିସ୍ଥଳେ ଜଗତ୍‌ସିଂହପୁର ଜିଲାର ପାରାଦୀପର ଗୋଟିଏ ପରିବାରର ୪ ଜଣ ସଦସ୍ୟ ବନ୍ୟଜନ୍ତୁ ସଂରକ୍ଷଣ ଓ ପକ୍ଷୀଗଣନାରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପକ୍ଷୀଗଣନାରେ ଗୋଟିଏ ପରିବାରର ଏତେଜଣ ସଦସ୍ୟ ସାମିଲ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାସ କହିଛନ୍ତି। କେନ୍ଦ୍ରାପଡା ଜିଲା ମହିପାଳ ଗ୍ରାମର ମଧୁସ୍ମିତ ପତି (୫୪), ସାନଭାଇ ବିରଜା ପ୍ରସାଦ ପତି(୫୦) ଏବଂ ମଧୁସ୍ମିତଙ୍କ ୨ ପୁଅ ଶାଶ୍ବତ(୨୩)ସୌରଭ (୧୮) ଦୀର୍ଘବର୍ଷ ହେବ ବନ୍ୟପ୍ରାଣୀଙ୍କ ସେବାରେ ନିୟୋଜିତ ହୋଇଛନ୍ତି।

ମଧୁସ୍ମିତ ପିପିଏଲ୍‌ କମ୍ପାନୀ ପାରାଦୀପରେ ଚାକିରି କରୁଥିବାବେଳେ ଏପରି ସେବାରେ ନିୟୋଜିତ ହୋଇଥିଲେ। ୧୯୯୬ରେ ଏକ ଏନ୍‌ଜିଓ ନେଚର କ୍ଲବ ଗଠନ କରି ଭିତରକନିକା ଅଭୟାରଣ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ ଆରମ୍ଭ କରିଥିଲେ। ତାଙ୍କୁ ୨୦୧୧ରେ ପକ୍ଷୀ ଓ ଅଲିଭ ରିଡ୍‌ଲେ କଇଁଛ ଗଣନାରେ ସାମିଲ କରାଯାଇଥିଲା। ସେଦିନଠାରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବଡ଼ଭାଇଙ୍କ ଏପରି କାର୍ଯ୍ୟରେ ସାନଭାଇ ବିରଜା ଅନୁପ୍ରାଣିତ ହୋଇ ଉଚ୍ଚଶିକ୍ଷା (ବିଟେକ୍‌)ଛାଡି ଏଥିରେ ସାମିଲ ହୋଇଥିଲେ। ସେ ଏହି କାମରେ ଏତେ ମଜ୍ଜିଗଲେ ଯେ ଆଉ ସାଂସାରିକ ଜୀବନକୁ ଫେରିନାହାନ୍ତି। ଅବିବାହିତ ରହି ଘଞ୍ଚ ଜଙ୍ଗଲରେ ବନ୍ୟସଂରକ୍ଷଣ ଉପରେ କାମ କରୁଛନ୍ତି। ଏପରିକି ଜଙ୍ଗଲରେ ବିପଦରେ ପଡ଼ିଥିବା ଅନେକ ଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି। ଅନେକ ସମୟରେ ବିଷଧର ସାପକୁ ଖାଲି ହାତରେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି। ବାପା ଓ ଦାଦାଙ୍କ ଏଭଳି କାମ ଦେଖି ଶାଶ୍ବତଙ୍କ ମଧ୍ୟ ଜଙ୍ଗଲ ନିଶା ଘାରିଥିଲା। ସେ ୧୩ ବର୍ଷରୁ ଜଙ୍ଗଲ ପ୍ରତି ଆକର୍ଷତ ହୋଇଥିଲେ। ସ୍କୁଲ ଛୁଟି ସମୟରେ ଅଧକାଂଶ ସମୟ ଜଙ୍ଗଲ କାଟି ଫଟୋ ଉଠାଉଥିଲେ। ବିଶେଷ କରି ପକ୍ଷୀଙ୍କ ସମ୍ପର୍କରେ ତାଙ୍କର ଅଧିକ ରୁଚି ଥିଲା।

ସୁନ୍ଦରବନରେ ସେ ପକ୍ଷୀ ଓ ବାଘ ଫଟୋ ଉଠାଇ ବନ ବିଭାଗର ଦୃଷ୍ଟିଆକର୍ଷଣ କରିଥିଲେ। ୨୦୧୩ରୁ ତାଙ୍କୁ ପକ୍ଷୀ ଗଣନାରେ ସାମିଲ କରାଯାଇଛି। ତାଙ୍କର ଏହି କୃତିତ୍ୱ ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଦେଇଛି। ବନ୍ୟଜନ୍ତୁ ସଂରକ୍ଷଣ ଉପରେ ସେ ଆମେରିକାର ଏ.ଆର୍‌. ୟୁନିଭରସିଟି କେମ୍ବ୍ରିଜ୍‌ରେ ଅଧ୍ୟୟନ କରୁଛନ୍ତି। ସେ ପକ୍ଷୀ ଓ ବାଘ ଉପରେ ବହୁ କ୍ଷୁଦ୍ର ଫିଲ୍ମ ନିର୍ମାଣ କରିଛନ୍ତି। ତାଙ୍କ ସାନଭାଇ ସୌରଭଙ୍କୁ ମଧ୍ୟ ବନ୍ୟପ୍ରାଣୀଙ୍କ ଫଟୋ ଉଠାଇବା ନିଶା ଘାରିଛି। ଜଣେ ପୋଖତ ଫଟୋଗ୍ରାଫର ଭଳି ଜଙ୍ଗଲରେ ଭିନ୍ନ ଭିନ୍ନ ପୋଷାକ ପିନ୍ଧି ପାଣି କାଦୁଅରେ ପଶି ଫଟୋ ଉଠାଇ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ଧରିତ୍ରୀ ସମେତ ଅନେକ ଗଣମାଧ୍ୟମରେ ତାଙ୍କର ଫଟୋ ଓ ଖବର ପ୍ରକାଶ ପାଇଛି। ସବୁଠାରୁ ବଡ଼କଥା ହେଲା ସେ ଉଡ଼ନ୍ତା ଚଢ଼େଇକୁ ଦେଖି ତା’ର ନାମ କହି ଦେଇପାରନ୍ତି। ତାଙ୍କୁ ମଧ୍ୟ ୪ ବର୍ଷ ହେଲା ପକ୍ଷୀଗଣନାରେ ସାମିଲ କରାଯାଇଛି। ପରିବାରର ଏହି ସଦସ୍ୟମାନେ ବନବିଭାଗ ଦ୍ବାରା ଭିନ୍ନ ଭିନ୍ନ ସ୍ଥାନରେ ଗଣନା କରୁଛନ୍ତି।

ଏସମ୍ପର୍କରେ ମଧୁସ୍ମିତ ପତି କୁହନ୍ତି, ପୃଥିବୀର ସନ୍ତୁଳନ ରକ୍ଷା ପାଇଁ ସମସ୍ତ ଜୀବଜନ୍ତୁ ସହ ପ୍ରକୃତିର ସୁରକ୍ଷା ଅପରିହାର୍ଯ୍ୟ। ଏବେଠାରୁ ଆମେ ପ୍ରୟାସ ନ କଲେ ପୃଥିବୀ ଧ୍ବଂସ ହୋଇଯିବାର ଆଶଙ୍କା ରହିଛି । ଜଙ୍ଗଲ ଓ ପରିବେଶ ବିଭାଗର ଆଞ୍ଚଳିକ ମୁଖ୍ୟ ସଂରକ୍ଷକ ମନୋଜ କୁମାର ମହାପାତ୍ର କୁହନ୍ତି, ମଧୁସ୍ମିତ ପରିବାର ସଦସ୍ୟଙ୍କ ଏପରି ଉଦ୍ୟମ ଆଗାମୀ ଯୁବପିଢ଼ୀଙ୍କ ପାଇଁ ଆଦର୍ଶ। ଡାକ୍ତର, ଇଞ୍ଜିନିୟର ହେବା ଅପେକ୍ଷା ବନ ସୁରକ୍ଷା ପାଇଁ ମନୋନିବେଶ କଲେ ପ୍ରକୃତିର ସୁରକ୍ଷା ହେବା ସହ ନିଜର ମଧ୍ୟ କ୍ୟାରିୟର ଗଢ଼ିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri