Posted inଖେଳ

ପାରା ପାଓ୍ବାରଲିଫ୍ଟିଙ୍ଗ ବିଶ୍ୱକପ୍‌: ପ୍ରଥମ ଦିନରେ ଭାରତକୁ ୪ପଦକ

ବେଜିଂ, ୨୨ା୬: ପାରା ପାଓ୍ବାରଲିଫ୍ଟିଙ୍ଗ ବିଶ୍ୱକପ୍‌ର ପ୍ରଥମ ଦିବସରେ ଭାରତ ୪ ପଦକ (୧ସ୍ବର୍ଣ୍ଣ, ୧ରୌପ୍ୟ ଓ ୨ ବ୍ରୋଞ୍ଜ୍‌) ହାସଲ କରିଛି। ଟୁର୍ନାମେଣ୍ଟରେ ୪୦ରୁ ଊର୍ଦ୍ଧ୍ୱ ଦେଶର ଟପ୍‌ ପାଓ୍ବାରଲିଫ୍ଟରମାନେ ଅଂଶଗ୍ରହଣ କରିଛନ୍ତି। ୨୦୨୬ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୮ ପାରାଲିମ୍ପିକ୍‌ ଗେମ୍ସ ପାଇଁ ଏହା ଏକ କ୍ୱାଲିଫିକେଶନ ଇଭେଣ୍ଟ।

ଗୁଲ୍‌ଫାମ ଅହମ୍ମଦ ପୁରୁଷ ଏଲିଟ ୫୯କେଜି କାଟେଗୋରିରେ ଏକ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଖାତା ଖୋଲିଥିଲେ। ସେ ପ୍ରଥମ ପ୍ରୟାସରେ ୧୪୫କେଜି ଉତ୍ତୋଳନ କରିଥିଲେ। ଦ୍ୱିତୀୟ ପ୍ରୟାସରେ ତାଙ୍କର ଶ୍ରେଷ୍ଠ ଲିଫ୍ଟ ୧୫୧ କେଜି ରହିଥିଲା। ତାଙ୍କର ତୃତୀୟ ପ୍ରଚେଷ୍ଟା ୧୫୩ କେଜି ରହିଥିଲେ ମଧ୍ୟ ତ୍ରୁଟିଯୁକ୍ତ ଥିବାରୁ ହିସାବକୁ ନିଆଯାଇ ନ ଥିଲା। ତାଙ୍କ ଦ୍ୱିତୀୟ ପ୍ରଚେଷ୍ଟା ପଦକ ପାଇଁ ଯଥେଷ୍ଟ ଥିଲା।

ପୁରୁଷ ଏଲିଟ ୭୨କେଜି କାଟେଗୋରିରେ ରାମୁଭାଇ ବାମ୍‌ଭାବା ତାଙ୍କ ପ୍ରଥମ ପ୍ରଚେଷ୍ଟାରେ ସଫଳତାର ସହ ୧୫୧କେଜି ଲିଫ୍ଟ କରି ଭାରତ ପାଇଁ ଆଉ ଏକ ବ୍ରୋଞ୍ଜ ଆଣି ଦେଇଥିଲେ। ତାଙ୍କର ପରବର୍ତ୍ତୀ ଦୁଇ ପ୍ରଚେଷ୍ଟା ଯଦିଓ ୧୫୫କେଜି ଓ ୧୫୬ କେଜି ଥିଲା, ତାହା ବୈଧ ନ ଥିଲା। ଭେଟେରାନ ଜୋଭି ମାଥ୍ୟୁସ ମାଷ୍ଟର୍ସ କାଟେଗୋରିରେ ଭଲ ପ୍ରଦର୍ଶନ କରି ଟୋଟାଲ ଲିଫ୍ଟରେ ସ୍ବର୍ଣ୍ଣ ଏବଂ ବେଷ୍ଟ ଲିଫ୍ଟରେ ରୌପ୍ୟ ପଦକ ଲାଭ କରିଥିଲେ। ସେ ଓପନିଂ ଲିଫ୍ଟରେ ୧୪୦କେଜି ଉତ୍ତୋଳନ କରିବାରେ ଅସଫଳ ରହିଥିଲେ। ମାତ୍ର ସେ ଦୃଢ଼ ପ୍ରତ୍ୟାବର୍ତ୍ତନ ସହ ୧୪୫କେଜି ଓ ୧୫୦କେଜି ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri