Posted inଖେଳ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତି ଦଳରୁ ବାଦ୍‌ ପଡ଼ିଥିବା ୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ ପରିଶ୍ରମ କରିଥାନ୍ତି। ତେବେ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପରେ ଜାତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ନ ପାଇବା ନିହାତି ଭାବେ ଖେଳାଳିଙ୍କ ମନୋବଳକୁ ଭାଙ୍ଗି ଦେଇଥାଏ। ଭାରତୀୟ କ୍ରିକେଟ୍‌ ଦଳରେ ଏମିତି ୪ ଜଣ ଖେଳାଳି ଅଛନ୍ତି ଯେଉଁମାନେ ନିଜର ଅନ୍ତିମ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ ମଧ୍ୟ ପରେ ତାଙ୍କୁ ଆଉ ଦଳରେ ସୁଯୋଗ ମିଳିନାହିଁ। ସେହି ୪ ଜଣ ଖେଳାଳିଙ୍କ ବିଷୟରେ ସଂକ୍ଷେପରେ…
ଜନ୍ମିତ ସୁବ୍ରମଣିୟମ ବଦ୍ରିନାଥଙ୍କୁ ଭାରତୀୟ ଘରୋଇ କ୍ରିକେଟ୍‌ର ଜଣେ ଶ୍ରେଷ୍ଠ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଏ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ନିଜର ସ୍ବତନ୍ତ୍ର ଟେକ୍‌ନିକ ଓ ଧୌର୍ଯ୍ୟ ଲାଗି ୨୦୦୭ରେ ଭାରତୀୟ ଦଳରୁ ଖେଳିବା ପାଇଁ ଡକରା ପାଇଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ମାତ୍ର ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିପାରିଥିଲେ। କିନ୍ତୁ ୨୦୧୧ରେ ତାଙ୍କୁ ଆଉଥରେ ସୁଯୋଗ ମିଳିଥିଲା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ଲାଗି ସେ ଦଳରେ ସାମିଲ ହୋଇଥିଲେ। ତ୍ରିନିଦାଦରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ଭାରତ ଏକଦା ୫୬ ରନରେ ୪ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ବଦ୍ରିନାଥଙ୍କ ୩୭ ବଲରୁ ୪୩ ରନର ଲଢ଼ୁଆ ଇନିଂସ ଯୋଗୁ ଘରୋଇ ଓ୍ବେଷ୍ଟଇଣ୍ଡିଜ ସାମ୍ନାରେ ୧୬୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଭାରତ। ଶେଷରେ ଏହି ମ୍ୟାଚ୍‌କୁ ଭାରତ ୧୬ ରନରେ ଜିତିଥିବାବେଳେ ବଦ୍ରିନାଥଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏହାପରେ ଆଉ ଭାରତୀୟ ଦଳରୁ ଖେଳିବାର ସୁଯୋଗ ପାଇ ନ ଥିଲେ।

ସେହିଭଳି ଏହି ଦୁର୍ଭାଗ୍ୟଶାଳୀ ଖେଳାଳି ତାଲିକାର ୨ୟ ସ୍ଥାନରେ ଇର୍ଫାନ ପଠାନ ରହିଛନ୍ତି। କପିଳ ଦେବଙ୍କ ପରେ ଇର୍ଫାନଙ୍କୁ ଦେଶର ଶ୍ରେଷ୍ଠ ଦ୍ରୁତ ବୋଲିଂ ଅଲ୍‌ରାଉଣ୍ଡର ମାନ୍ୟତା ମିଳିଥିଲା। ପ୍ରଥମ ଭାରତୀୟ ବୋଲର ଭାବେ ସେ ଟେଷ୍ଟରେ ତଥା ଓପନିଂ ଓଭରରେ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରିବାର କିର୍ତ୍ତୀମାନ ସ୍ଥାପନ କରିଥିଲେ। ୨୦୦୬ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସେ ଏହି ସଫଳତା ପାଇଥିଲେ। ୨୦୧୨ରେ ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଇର୍ଫାନ ୫ ଉଇକେଟ୍‌ ଅକ୍ତିଆର କରିବା ସହ ବ୍ୟାଟିଂରେ ୨୯ ରନ ସଂଗ୍ରହ କରିଥିଲେ। ଏହି ଦମ୍‌ଦାର ଅଲ୍‌ରାଉଣ୍ଡର ପ୍ରଦର୍ଶନ ଲାଗି ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ବରୋଦା ଦ୍ରୁତ ବୋଲରଙ୍କୁ ଆଉ ଜାତୀୟ ଦଳରେ ସୁଯୋଗ ମିଳି ନ ଥିଲା।
ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଓ ହରଭଜନ ସିଂଙ୍କ ଲାଗି ହରିୟାଣା ଲେଗ୍‌ସ୍ପିନର ଅମିତ୍‌ ମିଶ୍ରା ଭାରତୀୟ ଦଳରେ ଯଥେଷ୍ଟ ସୁଯୋଗ ପାଇ ନ ଥିଲେ। ୨୦୦୩ରେ କ୍ୟାରିୟର ଆରମ୍ଭ କରିଥିବା ଅମିତ୍‌ ଶେଷଥର ପାଇଁ ୨୦୧୬ରେ ଭାରତୀୟ ଜର୍ସିରେ ନଜରକୁ ଆସିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକ୍‌ିଆ ସିରିଜର ୫ ମ୍ୟାଚ୍‌ରେ ସେ ୧୮ ରନ ବିନିମୟରେ ୫ ଉଇକେଟ୍‌ ନେଇ େଷ୍ଠେ ଖେଳାଳି ପୁରସ୍କାର ହାତେଇଥିଲେ। ସେହିଭଳି ସିରିଜରେ ମୋଟ୍‌ ୧୫ ଉଇକେଟ୍‌ ନେଇଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ଏଭଳି ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ମିଶ୍ରାଙ୍କୁ ଆଉ ସୀମିତ ଓଭର କ୍ରିକେଟ୍‌ରେ ସୁଯୋଗ ମିଳି ନ ଥିଲା। ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ମଧ୍ୟ ଏହି ଦୁର୍ଭାଗ୍ୟଶାଳୀ ଖେଳାଳି ତାଲିକାରେ ରହିଛନ୍ତି। ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଓଝା ୧୦ ଉଇକେଟ୍‌ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। କିନ୍ତୁ ଏହି ଓଡ଼ିଆ ବାମହାତୀ ସ୍ପିନରଙ୍କୁ ୨୦୧୩ ପରେ ଆଉଥରେ ଭାରତୀୟ ଜର୍ସିରେ ଦେଖିବାକୁ ମିଳି ନ ଥିଲା। ନିକଟରେ ସେ କ୍ରିକେଟ୍‌ରୁ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri